ପରୀକ୍ଷାରେ ଫେଲ୍ ହେଲେ ବି ମିଳିବ ସରକାରୀ ଚାକିରି ! ଏଣିକି ଆଇଏଏସ ଇଂଟରଭିୟୁରେ ଅସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଦିଆଯିବ ଅନ୍ୟ ବିଭାଗୀୟ ଚାକିରି

860

କଠିନ ପରିଶ୍ରମ ଏବଂ ବର୍ଷ ବର୍ଷ ଧରି ବିଭିନ୍ନ କୋନିଂ ସେଂଟରରେ ଟଙ୍କା ବରବାଦ କରିବା ପରେ ସିଭିଲ ସେବା ପରୀକ୍ଷାର ଇଂଟରଭିୟୁରେ ଉତୀର୍ଣ୍ଣ ହୋଇନପାରୁଥିବା ବ୍ୟକ୍ତିଙ୍କ ପାଇଁ ସଂଘ ଲୋକ ସେବା ଆୟୋଗ ତଥା ୟୁପିଏସସି ନୂଆ ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ଆୟୋଗ ତରଫରୁ ଉଭୟ କେନ୍ଦ୍ର ସରକାର ଏବଂ ବିଭାଗୀୟ ମନ୍ତ୍ରାଳୟ ଠାରୁ ସିଭିଲ ସେବା ପରୀକ୍ଷାର ଇଂଟରଭିୟୁରେ ଫେଲ୍ ହୋଇଥିବା ଆବେଦନକଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିସ୍ କରାଯାଇଛି । ତେବେ ଯଦି ସରକାର ୟୁପିଏସସି ଦ୍ୱାରା ଦିଆଯାଇଥିବା ଏହି ସୁପାରିସକୁ ମାନି ନିଅନ୍ତି ତେବେ ଏହାଦ୍ୱାରା ବହୁ ସଂଖ୍ୟକ ଯୁବକ-ଯୁବତୀଙ୍କର ସରକାରୀ ଚାକିରି ପାଇବାର ସ୍ୱପ୍ନ ସାକାର ହୋଇପାରେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ନିକଟରେ ରାଜ୍ୟରେ ଆୟୋଜିତ ରାଜ୍ୟ ଲୋକ ସେବା ଆୟୋଗର ୨୩ ତମ ସମ୍ମିଳନୀରେ ୟୁପିଏସସିର ଚେୟାରମ୍ୟାନ ଶ୍ରୀଯୁକ୍ତ ଅରବିନ୍ଦ ସକ୍ସେନା କହିଛନ୍ତି କି, ଆମେ ଉଭୟ କେନ୍ଦ୍ର ସରକାର ଏବଂ ବିଭାଗୀୟ ମନ୍ତ୍ରାଳୟ ନିକଟରେ ସୁପାରିସ କରିଛୁ କି, ସେ ସିଭିଲ୍ ସର୍ଭିସ ପରୀକ୍ଷାର ଇଂଟରଭିୟୁରେ ଫେଲ ହେବା କାରଣରୁ ଶେଷ ତାଲିକାରେ ସ୍ଥାନ ପାଉନଥିବା ପ୍ରାର୍ଥୀଙ୍କର ନିଯୁକ୍ତି କରନ୍ତୁ । ସେ କହିଛନ୍ତି କି, ପ୍ରତିବର୍ଷ ପାଖାପାଖି ୧୧ ଲକ୍ଷ ଆଶାୟୀପ୍ରାର୍ଥୀ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିଥାନ୍ତି । ବିଭିନ୍ନ ଚରଣର ପ୍ରକ୍ରିୟା ପରେ ମାତ୍ର ୬ ଶହ ପ୍ରାର୍ଥୀଙ୍କର ଚୟନ ହୋଇପାରନିଥାଏ । ତେଣୁ ଯଦି ସରକାର ଏହି ଜଟିଳ ଚୟନ ପ୍ରକ୍ରିୟାର ସାମ୍ନା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟ ମନ୍ତ୍ରାଳୟ କିମ୍ବା ବିଭାଗରେ ନିଯୁକ୍ତ କରିବାକୁ ବିଚାର କରନ୍ତି ତେବେ ଏହାଦ୍ୱାରା ଯୁବକ-ଯୁବତୀମାନଙ୍କ ମାନସିକ ଚାପ ବହୁ ମାତ୍ରାରେ କମିଯିବ ।

ଶ୍ରୀଯୁକ୍ତ ଅରବିନ୍ଦ ଆହୁରୀ ମଧ୍ୟ କହିଛନ୍ତି କି, ୟୁପିଏସସି ପରୀକ୍ଷା ପ୍ରକ୍ରିୟାକୁ ସହଜ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସେ କହିଛନ୍ତି କି, ବର୍ତ୍ତମାନ ଅନଲାଇନ ଆବେଦନ କରୁଥିବା ଆବେଦକଙ୍କୁ ଏକ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ । ଏହି ନମ୍ବର ଜରିଆରେ ଆବେଦକ ନିଜର ଆବେଦନକୁ ଫେରାଇ ନେଇପାରିବେ । ଆବେଦନ ଫେରାଇ ନେବା ଦ୍ୱାରା ୟୁପିଏସସିକୁ ଉଭୟ ପରୀକ୍ଷୀ କେନ୍ଦ୍ର ଏବଂ ପେପର ପାଇଁ ହେଉଥିବା ଅଜଥା ଖର୍ଚ୍ଚକୁ ରୋକାଯାଇପାରିବ ।

ଏନଟିପିସି ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ

ସାର୍ବଜନୀକ କ୍ଷେତ୍ରରେ କାମ କରୁଥିବା କଂପାନୀ ତଥା ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ତରଫରୁ ସିଭିଲ୍ ସର୍ଭିସ ପରୀକ୍ଷାର ଶେଷ ତାଲିକାରେ ଜାଗା ବନାଇପାରିନଥିବା ପ୍ରାର୍ଥୀଙ୍କୁ ଚାକିରି ଦେବା ପାଇଁ ୨୦୧୮ରେ ବିଜ୍ଞପ୍ତି ଜାରି କରିଛି । ତେବେ ବର୍ତ୍ତମାନ ସମୟରେ ସିଭିଲ ସର୍ଭିସ ପରୀକ୍ଷା ୨୦୧୮ର ଇଂଟରଭିୟୁ ଚାଲିଛି । ଆଉ ମାତ୍ର ଦିନ କେଇଟା ଭିତରେ ପରୀକ୍ଷାର ଫଳାଫଳ ବାହାରିବା ନେଇ ଆଶା ରହିଛି ।