ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ ! ଏବେ ବି ଏହି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରନ୍ତି ଭୂତ-ପ୍ରେତ

52

ଏକ ଅଜବ ଗାଁ ଯେଉଁଠି ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ରହିଛି ସତ କିନ୍ତୁ ସେଠାରେ ରୋଗୀଙ୍କ ଚିକିତ୍ସା କୌଣସି ଡାକ୍ତର କରନ୍ତି ନାହିଁ ବରଂ ଭୂତ-ପ୍ରେତମାନେ କରିଥାନ୍ତି ଚିକିତ୍ସା । ଆଉ ସେ ପୁଣି ବିନା କୌଣସି ଔଷଧ ଏବଂ ଅପରେସନରେ । କଥାଟା ବୋଧେ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ, ମାତ୍ର ଏହା ସଂପୂର୍ଣ୍ଣ ସତ୍ୟ ଅଟେ ।

ସୂଚନା ଅନୁସାରେ, ଏହି ଡାକ୍ତରଖ।।ନାଟିକୁ ଯେକୌଣସି ବି ରୋଗୀ ନିଜ ଚିକିତ୍ସା ପାଇଁ ଆସନ୍ତି ତାଙ୍କୁ ପ୍ରଥମେ ଡାକ୍ତରଖାନା ବାହାରେ ଥିବା ଏକ କାଦୁଅ ଭରା ଗଣ୍ଡରେ ଗାଧେଇବାକୁ କୁହାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବାକଥା ଅନୁସାରେ, ଏହି ଗଣ୍ଡରେ ବାସକରୁଥିବା ପ୍ରେତ ଆତ୍ମା ରୋଗୀମାନଙ୍କ ଚିକିତ୍ସା କରିଥାନ୍ତି । କୁହାଯାଏ, ସେଠାରେ ତାନ୍ତ୍ରିକ ଏବଂ କଳାଯାଦୁ ଆଦି ଶକ୍ତିର ଆସ୍ଥା ରହିଛି । ତେବେ ସେଠାକାର ତାନ୍ତ୍ରିକମାନଙ୍କ ଦାବୀ ରହିଛି, ସେଠାକୁ ଆସୁଥିବା ରୋଗୀ ଏହି କାରଣରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଫେରିଥାନ୍ତି । ଲୋକଙ୍କ ମାନିବା କଥା ହେଲା, ଏହି ତାନ୍ତ୍ରିକଙ୍କ ନିକଟରେ ଏକ ଚମତ୍କାର ବାଡିଟିଏ ରହିଛି ଯାହାକୁ ସେମାନେ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିଥାନ୍ତି ।

ଏବେ ଆପଣ ଚିନ୍ତା କରୁଥିବେ ଏଭଳି କେଉଁ ସ୍ଥାନ ରହିଛି ଯେଉଁଠି ରୋଗୀଙ୍କ ଚିକିତ୍ସା ଭୂତ-ପ୍ରେତମାନେ କରନ୍ତି । ତେବେ ଆମେ ଏଠାରେ କହି ରଖୁଛୁ କି ଏହି ସ୍ଥାନ କେଉଁ ଉପାନ୍ତ ଅଂଚଳର ନୁହେଁ ବରଂ ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ଗାଁ ରାୟଗଂଜ । ଯେଉଁଠି ଭୂତ-ପ୍ରେତଙ୍କ ମାଧ୍ୟମରେ ରୋଗୀମାନଙ୍କ ଚିକିତ୍ସା କରାଯାଇଥାଏ ।