ଆଉ ଦୌଡିବାକୁ ପଡିବନି ପୁଲିସ୍ ଷ୍ଟେସନ ! ଘରେ ବସି ମୋବାଇଲ ଆପରୁ ଦେଇପାରିବେ ଏଫଆଇଆର, ବଡ ବଡ ସମସ୍ୟାର ମଧ୍ୟ ହେବ ସହଜରେ ସମାଧାନ

46

ଉତ୍ତରପ୍ରଦେଶବାସୀଙ୍କୁ କୌଣସି ଅଭିଯୋଗ ପାଇଁ ଏଣିକି ଆଉ ବାରମ୍ବାର ଦୌଡିବାକୁ ପଡିବ ନାହିଁ କୌଣସି ପୋଲିସ ଷ୍ଟେସନ, ନା ହିଁ କୌଣସି ଅଫିସରଙ୍କ ପାଖରେ ଗୁହାରୀ କରିବାକୁ ପଡିବ । କାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ଉତ୍ତରପ୍ରଦେଶ ପୁଲିସ ଏଭଳି ଏକ ଆପ ଲଂଚ କରିବାକୁ ଯାଉଛି, ଯାହା ଜରିଆରେ ଲୋକେ ନିଜର କୌଣସି ବି ସମସ୍ୟା ତଥା ଅଭିଯୋଗ ପୁଲିସକୁ ଘରେ ବସି ମୋବାଇଲରୁ ଜଣାଇପାରିବେ । ଆଉ ପୁଲିସ ମଧ୍ୟ ଅଭିଯୋଗକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ।

ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୟୁପି ପୁଲିସ ‘ୟୁପିକପ’ ନାମକ ଏକ ମୋବାଇଲ ଆପ ଲଂଚ କରିବାକୁ ଯାଉଛି । ଯେଉଁଥିରୁ ଲୋକେ ଚୋରି ହୋଇଯାଇଥିବା ସାମଗ୍ରୀ କିମ୍ବା ଦସ୍ତାବିଜ ଏବଂ ସାଧାରଣ ପ୍ରସଙ୍ଗ ଉପରେ ଅଭିଯୋଗ କରିପାରିବେ । ପୁଲିସ ଏହାର ଏକ କପି ମଧ୍ୟ ଅଭିଯୋଗକାରୀଙ୍କ ଇ-ମେଲକୁ ପଠାଇଦିଆଯିବ । ଏହି ଆପ ଜରିଆରେ ଲୋକେ ପୁଲିସ ପକ୍ଷରୁ ସଂପୂର୍ଣ୍ଣ ସହାୟତା ପାଇପାରିବେ । ଏହି ଆପରେ ଚାକିରି ଭେରିଫାଏ ପାଇଁ ଆବେଦନ, ଚରିତ୍ର ସାର୍ଟିଫିକେଟ ପ୍ରମାଣପତ୍ର, କର୍ମଚାରୀଙ୍କ ପ୍ରମାଣପତ୍ର ସହିତ ହିଁ ବିକ୍ଷୋଭପ୍ରଦର୍ଶନ, ସମାବେଶ ଏବଂ ସିନେମା ସୁଟିଂ ପାଇଁ ଅନୁମତି ମାଗିବା ଭଳି ସୁବିଧା ମିଳିବ । ଏହି ଆପ ଜରିଆରେ ଉଭୟ ବରିଷ୍ଠ ନାଗରୀକ ଏବଂ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ସହାୟତା ମିଳିବ । ଏଥିସହିତ ହିଁ ପୋଷ୍ଟମର୍ଟମ ରିପୋର୍ଟ, ଦୁର୍ବ୍ୟବହାର ରିପୋର୍ଟ, ଅଜଣା ଶବ, ନିରୁଦିଷ୍ଟ ବ୍ୟକ୍ତିଙ୍କ ଶବ, ପୁରସ୍କାର ଘୋଷିତ ଅପରାଧୀ, ଗିରଫ ବ୍ୟକ୍ତିଙ୍କ ସଂପର୍କିତ ସୂଚନା, ଚୋରା ଗାଡି ଏବଂ ଜବତ ହୋଇଥିବା ଗାଡି ସଂପର୍କରେ ସୂଚନା, ପୁଲିସ ଥାନା ସଂପର୍କିତ ଖବର ମଧ୍ୟ ଏହି ଆପରେ ଉପଲବ୍ଧ ।

ସେହିପରି ଏହି ଆପରୁ ସାଇବର କ୍ରାଇମ ସମ୍ବନ୍ଧିତ ସୂଚନା ମଧ୍ୟ ଦିଆଯିବ । ଏଥିରେ ଏକ ବିକଳ୍ପ ସାଇବର ଉଚ୍ଚଭରକ୍ସ ଇଙ୍ଗବକ୍ସରଦ୍ଭରଗ୍ଦଗ୍ଦମ ମଧ୍ୟ ରହିବ । ଯେଉଁଥିରେ ନିକଟ ଅତୀତରେ ଘଟିଯାଇଥିବା ସାଇବର ଅପରାଧ ସଂପର୍କିତ ଘଟଣାଗୁଡିକର ସୂଚନା ଉପଲବ୍ଧ ହେବ । ଏଥିସହିତ ହିଁ ଏଟିଏମକାର୍ଡରୁ ହେଉଥିବା ଠକାମୀ, ଓଟିପି ଜରିଆରେ ହେଉଥିବା ଫ୍ରଡ, ମିଥ୍ୟା ଫୋନ କଲ ଜରିଆରେ ହେଉଥିବା ଫ୍ରଡରୁ ବଂଚିବା ପାଇଁ ସୂଚନା ମଧ୍ୟ ଦିଆଯିବ ।

ଏହାଛଡା ଏଟିଏମ ବୁଥରେ କିଭଳି ଭାବରେ ସାବଧାନତା ଅବଲମ୍ବନ କରିବା ଉଚିତ, ଡେବିଟ କିମ୍ବା କ୍ରେଡିଟ କାର୍ଡରୁ ପେମେଂଟ କରିବା ସମୟରେ ଖାସ୍ ସାବଧାନତା ଅବଲମ୍ବନ କରିବା ସହିତ ୨୬ ପ୍ରକାରର ହେଉଥିବା ସାଇବର ଅପରାଧ ସଂପର୍କରେ ଲୋକଙ୍କୁ ସଚେତନା କରାଯିବ । ଏହି ଆପରେ ଆରବିଆଇର ଗାଇଡଲାଇନ୍ସ ମଧ୍ୟ ରହିବ, ଯେଉଁଥିରେ ସେଫ୍ ଡିଜିଟାଲ ବ୍ୟାଙ୍କିଂ ସମେତ ଅନ୍ୟାନ୍ୟ ସୂଚନା ଦିଆଯିବ ।