ଜିଏସଟି ଦେବ ଚାକିରି ! ଏଣିକି ପରୀକ୍ଷାରେ ଫେଲ ହେଲେ ବି ମିଳିବ ଚାକିରି । ରୋଜଗାର କରିପାରିବେ ଟଙ୍କା

33

ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । କାରଣ ପରୀକ୍ଷାରେ ଫେଲ ହେଲେ ବି ମିଳିବ ଚାକିରି । ଟଙ୍କା ମଧ୍ୟ ରୋଜଗାର କରିପାରିବେ । ଏକଥା ଆମେ କହୁନାହୁଁ ବରଂ କଂପାନୀ ସେକ୍ରେଟାରୀ (ସିଏସ) ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛି । ଏହି ନୂଆ ବ୍ୟବସ୍ଥା ଅନୁସାରେ, ଛାତ୍ରଙ୍କୁ ଏବେ ପରୀକ୍ଷାରେ ଫେଲ ହେବା ପରେ ବି ଚାକିରି ମିଳିବ ଏବଂ ସେମାନେ ଟଙ୍କା ବି ରୋଜଗାର କରିପାରିବେ । ହେଲେ ଏଥିପାଇଁ ସେମାନଙ୍କୁ ଜିଏସଟି ଉପରେ ଏକ ସ୍ୱତନ୍ତ୍ର ତାଲିମ ନେବାକୁ ପଡିବ । ଭାରତୀୟ କଂପାନୀ ସଂଚିବ ସଂସ୍ଥା (ଆଇସିଏସଆଇ) ଏଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବାବସ୍ଥା ପ୍ରଣୟନ କରିଛି । ତେବେ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ‘ଜିଏସଟି ଲେଖା ସହାୟକ’ ରୂପରେ ତାଲିମ ଦିଆଯିବ ଏବଂ ସଫଳ ହେବା ପରେ ସେମାନଙ୍କୁ ବିଏଫଏସଆଇ, ଏସଏସସି ଏବଂ ଏନଏସଡିସିର ନିୟମ ଅନୁସାରେ ନିଯୁକ୍ତି ମିଳିବ ।

ସୂଚନା ମୁତାବକ, ଦେଶରେ ଐତିହାସିକ ବ୍ୟବସ୍ଥା ତଥା ଜିଏସଟି ଲାଗୁ ହୋଇଛି । ଯାହା ସଂପର୍କରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ତଥା ସମସ୍ତଙ୍କୁ ଏସଂପର୍କରେ ସଚେତନ ଏବଂ ବୁଝାଇବା ନେଇ ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଇଥିଲା ହେଲେ ତେ ସତ୍ୱେବି ଲୋକେ ଏବେବି ଦ୍ୱାନ୍ଦ୍ୱରେ ରହିଥିବା ଜଣାପଡିଛି । ଯାହାକୁ ଦୃଷ୍ଟିରେ ରଖି ହିଁ ଏଭଳି ଏକ ନିଆରା ପଦକ୍ଷେପ ଉଠାଯାଇଛି । ତେଣୁ ବର୍ତ୍ତମାନ ବ୍ୟବସାୟୀଙ୍କୁ ଜିଏସଟି ସଂପର୍କରେ ବୁଝାଇବେ ଏମାନେ । ଏଥିପାଇଁ ଆଇସିଏସଆଇ ରାଷ୍ଟ୍ରୀୟ କୌଶଳ ନିଗମ ତଥା (ଏନଏସଡିସି) ସହିତ ଏକ ଚୁକ୍ତି କରିଛି । ଯାହାର ଆଧାରରେ ସିଏସ ପରୀକ୍ଷାରେ ଅସଫଳ ରହିଥିବା ଛାତ୍ରଙ୍କୁ ଜିଏସଟିର ପ୍ରଶିକ୍ଷଣ ଦିଆଯିବ । ଏଥିସହିତ ତାଙ୍କର ନିଯୁକ୍ତି ‘ଜିଏସଟି ଲେଖା ସହାୟକ’ ରୂପରେ କରାଯିବ ।

ତେବେ ଏଥିପାଇଁ ଆଇସିଏସଆଇ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ଯାହାକି ୧୦୦ ଘଂଟାର ରହିବ । ପୂର୍ବକାଳୀନ ପ୍ରଶିକ୍ଷଣ ନେଉଥିବା ଛାତ୍ରମାନଙ୍କୁ ୧୦ରୁ ୧୫ ଦିନ ମଧ୍ୟରେ ଏହି କୋର୍ସକୁ ଶେଷ କରିବାକୁ ପଡିବ । ଯଦି କୌଣସି ଛାତ୍ର କେଉଁଠି ଚାକିରି କିମ୍ବା ବ୍ୟବସାୟ କରୁଥିବେ କିମ୍ବା ସେ ଏହି ପ୍ରଶିକ୍ଷଣ ନେବାକୁ ଚାହୁଁଥିବେ ତେବେ ତାଙ୍କୁ ୨୫ ଦିନ ଭିତରେ ଏହି ପାଠ୍ୟକ୍ରମର ତାଲିମ ଦିଆଯିବ । ତାଲିମ ଦିଆଯିବା ପରେ ଛାତ୍ରମାନଙ୍କୁ ବ୍ୟବସାୟୀକ ସଂସ୍ଥାଗୁଡିକୁ ‘ଜିଏସଟି ଲେଖା ସହାୟକ’ ଆଧାରରେ ସହଯୋଗ କରିବେ ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍