ଆପଣଙ୍କର ବି ସାକାର ହେବ ଗାଡି କିଣିବାର ସ୍ୱପ୍ନ ! ମାତ୍ର ହଜାରେ ଟଙ୍କାରେ ଘରକୁ ଆଣନ୍ତୁ ମନପସନ୍ଦିଆ କାର୍

53

ଗୋଟିଏ କାର କିଣିବାକୁ କାହାର ବା ଇଚ୍ଛା ନଥାଏ । ତେବେ ସେ ଦାମୀ ହୋଇଥାଉ କିମ୍ବା ଶସ୍ତା । ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କେଉଁଠି ନା କେଉଁଠି ଭାବନା ଆସିଥାଏ କି ମୁଁ ବି ଅନ୍ୟଙ୍କ ଭଳି ନିଜର ଏକ କାର କିଣନ୍ତି ଆଉ ସେଥିରେ ପରିବାର ସହିତ ବୁଲିବାକୁ ଯାଆନ୍ତି । ହେଲେ ଏଭଳି ସ୍ୱପ୍ନ ଖୁବ୍ କମ ଲୋକମାନଙ୍କର ହିଁ ସାକାର ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହା ସମ୍ଭବ । କାରଣ ଆପଣ ମଧ୍ୟ ଆପଣଙ୍କର କାର କିଣିବାର ସ୍ୱପ୍ନକୁ ସାକାର କରିପାରିବେ । ଆଉ ଏଥିପାଇଁ ଆପଣଙ୍କ ପକେଟରୁ ଖର୍ଚ୍ଚ ହେବ ମାତ୍ର ହଜାରେ ଟଙ୍କା । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ଏସଂପର୍କରେ. . .

ସୂଚନା ମୁତାବକ, ଗ୍ରେଟର ନୋଏଡାରେ ଆରମ୍ଭ ହୋଇଯାଇଛି ଅଟୋ ଏକ୍ସପୋ ୨୦୧୮ । ଯେଉଁଥିରେ ବିଭିନ୍ନ କଂପାନୀ ବିଭିନ୍ନ ଧରଣରୁ କାରଗୁଡିକ ପରିବେଷଣ କରିଛନ୍ତି ଏବଂ ବିକ୍ରି ମଧ୍ୟ କରୁଛନ୍ତି । ଇତି ମଧ୍ୟରେ ଏକ କଂପାନୀ ବିନା ଷ୍ଟିଅରିଙ୍ଗ ଏବଂ କ୍ଲଚ ବ୍ରେକର ଗାଡ଼ି ପ୍ରଦର୍ଶନ କରିଛି । ବଡ କଥା ହେଲା କି, ଏହି କାରଟିକୁ ମଣିଷ ନୁହେଁ ବରଂ ସେନ୍ସର ଚାଳନା କରିବ । ଯାହାକୁ ଖୁବ୍ ଶୀଘ୍ର ହିଁ ଭାରତୀୟ ବଜାରରେ ଲଂଚ କରାଯିବ ଆଉ ଏହାର ପ୍ରି ବୁକିଂ ଏବେ ଆରମ୍ଭ ହୋଇସାରିଛି । ତେବେ ଏହି କାରଟିକୁ ଆପଣ ମାତ୍ର ୧୦୦୦ ଟଙ୍କା ଦେଇ ବୁକ୍ କରିପାରିବେ ।

ଏବେ ଆସନ୍ତୁ ଜାଣିବା ଏହି କାରର କଣ ରହିଛି ବୈଶିଷ୍ଟ୍ୟ

• ଏହି ଇଲେକ୍ଟ୍ରିିକ୍ କାର ଭାରତରେ ଦୁଇ ବର୍ଷ ପରେ ଆସିବ ।

• ଏହି କାରର ଷ୍ଟିୟରିଙ୍ଗ ସାଧାରଣତଃ ଭିଡିଓ ଗେମ୍ ଭଳି ।

• ଏହା ସିଙ୍ଗଲ ଚାର୍ଜରେ ୨୦୦ କିମି ଯିବ ଏବଂ ଏହା ୫ ସିଟର ବିଶିିଷ୍ଟ ।

• ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ କମ୍ବାନୀ ଏହି ଗାଡ଼ିକୁ ଭାରତରେ ୨୦୨୦ରେ ଲଂଚ କରିବ । ଏହା ବର୍ତ୍ତମାନ ସ୍ୱିଡେନରେ ଚାଲୁଛି ।

• ଏହାର ମୂଲ୍ୟ ୭ ଲକ୍ଷରୁ ଅଧିକ ।

ଏଠାରେ ଆମ କହି ରଖୁଛୁ କି, ଅନେକ କମ୍ପାନୀ ଏହି ମେଳାରେ ଗୋଟିଏ ପରେ ଗୋଟିଏ ସୁନ୍ଦର ସୁନ୍ଦର କାର ଲଂଚ କରିଛନ୍ତି । ଯାହାକି ସବୁ ଇଲେକ୍ଟ୍ରିକ ଗାଡ଼ି ଥିଲା ।