ଜାଣନ୍ତୁ କେଉଁସବୁ ସାମଗ୍ରୀ ଉପରେ ଲାଗୁ ହେବନାହିଁ ଟିକସ

46

ଏହିସବୁ ସାମଗ୍ରୀ ଗୁଡ଼ିକ ଉପରେ ଟିକସ ଲାଗୁ ହେବନାହିଁ । ସେଗୁଡ଼ିକ ହେଉଛି ଝୋଟ, ସତେଜ ମାଂସ, କୁକୁଡ଼ା ମାଂସ, ଅଣ୍ଡା, ଦୁଗ୍ଧ, ଲହୁଣିଯୁକ୍ତ କ୍ଷୀର, ଦହି, ପ୍ରାକୃତିକ ମହୁ, ସତେଜ ଫଳ ଓ ପନିପରିବା, ଅଟା, ବେସନ, ପାଉଁରୁଟି, ପ୍ରସାଦ, ଲୁଣ, ବିନ୍ଦି, ସିନ୍ଦୁର, ଷ୍ଟାମ୍ପ୍, ବିଚାରବିଭାଗୀୟ କାଗଜ, ଛପା ବହି, ସମ୍ବାଦପତ୍ର, ଚୁଡ଼ି, ବୟନ ସାମଗ୍ରୀ, ହାଡ଼ ଏବଂ ଶିଙ୍ଗରେ ପ୍ରସ୍ତୁତ ଉତ୍ପାଦ, ଦାନାଯୁକ୍ତ ଶସ୍ୟ, ତାଳଗୁଡ଼, ସବୁପ୍ରକାର ଲୁଣ, କଜ୍ଜଳ, ଶିଶୁଙ୍କ ଛବି, ଡ୍ରଇଂ ଓ କଲର ବୁକ୍ ଏବଂ ମଣିଷ କେଶ । ୧୦୦୦ ଟଙ୍କାରୁ କମ୍ ହୋଟେଲ ଓ ଲଜ୍ ଭଡ଼ା ଉପରେ ଟିକସ ଲାଗିବନାହିଁ । ଗ୍ରାଣ୍ଡ ଫାଦରିଂ ସର୍ଭିସରେ ମଧ୍ୟ ଜିଏସଟି ଲାଗିବ ନାହିଁ । ପଲିସ ହୋଇ ନଥିବା ଏବଂ ଅର୍ଦ୍ଧ ପଲିସ ହୋଇଥିବା ମୂଲ୍ୟବାନ ପଥର ଉପରେ ୦.୨୫% ଟିକସ ଲାଗିବ ।

୫% ଜିଏସଟି

ଫିସ୍ ଫିଲେଟ୍, ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ପୋଷାକ, ପ୍ୟାକେଟ ଭିତରେ ଥିବା ଖାଦ୍ୟସାମଗ୍ରୀ, ୫୦୦ ଟଙ୍କାରୁ କମ୍ ମୂଲ୍ୟର ଜୋତା, କ୍ରିମ୍, ସ୍କିମ୍ଡ ମିଲ୍କ୍ ପାଉଡର, ବ୍ରାଣ୍ଡେଡ ପନିର, ଫ୍ରୋଜେନ୍ ପନିପରିବା, କଫି, ଚା’ ମସଲା, ପିଜା ପାଉଁରୁଟି, ରସ୍କ, ସାଗୁ ଦାନା, କିରାସିନି, କୋଇଲା, ଔଷଧ, ଷ୍ଟେଂଟ, ଲାଇଫ ବୋଟ୍, କାଜୁ ବାଦାମ, ଖୋଳ ଭିତରେ ଥିବା କାଜୁ ବାଦାମ, ରେସିନ୍, ବରଫ, ଜୈବଗ୍ୟାସ, ଇନ୍ସୁଲିନ୍, ଅଗରବତି, ଗୁଡ଼ି, ଡାକ ଟିକଟ ଓ ରେଭିନ୍ୟୁ ଟିକଟ । ୫% ଜିଏସଟି ଲାଗୁ ହେଉଥିବା ସେବା ଗୁଡ଼ିକ ହେଉଛି ରେଳ, ବିମାନ ପରିବହନ ସେବା ଓ କ୍ଷୁଦ୍ର ରେସ୍ତୋରାଁ ।

୧୨% ଜିଏସଟି

୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ, ଫ୍ରୋଜେନ ମାଂସ, ଲହୁଣୀ, ଛେନା, ଘିଅ, ପ୍ୟାକେଟ ଭିତରେ ଥିବା ଡ୍ରାଏ ଫ୍ରୁଟ୍, ପଶୁ ଚର୍ବି, ସସ୍, ଫଳରସ, ଭୁତିଆ, ନମକିନ୍, ଆୟୁର୍ବେଦ ଔଷଧ, ଦାନ୍ତଘଷା ପାଉଡର, ଛତା, ସିଲେଇ ମେସିନ୍, ମୋବାଇଲ ଫୋନ୍, କେଚ୍ ଅପ୍, ନିଦାନ କାର୍ୟ୍ୟରେ ବ୍ୟବହୃତ ସମସ୍ତ ପ୍ରକାର କିଟ୍, ବାୟାମ ପୁସ୍ତିକା, ନୋଟ୍ବୁକ୍, ଚାମଚ, ମାଛ କାଟିବା ଛୁରି, ଚଷମା, ତାସ, ଚେସ୍ ବୋର୍ଡ ଓ କ୍ୟାରମ୍ । ସେହିପରି ୧୨ ପ୍ରତିଶତ ଜିଏସଟି ଲାଗୁଥିବା ସେବା ହେଉଛି ସରକାରଙ୍କ ଲଟେରି, ଅଣ ଏସି ହୋଟେଲ, ବିଜନେସ୍ ଶ୍ରେଣୀର ବିମାନ ଟିକଟ ଏବଂ କାର୍ଯ୍ୟବରାଦ ।

୧୮% ଜିଏସଟି

୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଜୋତା, ଟ୍ରେଡମାର୍କ, ଗୁଡଉଇଲ୍, ସଫ୍ଟଓୟାର, କେନ୍ଦୁପତ୍ର, ସବୁ ପ୍ରକାର ବିସ୍କୁଟ, ସ୍ୱାଦଯୁକ୍ତ ବିଶୋଧିତ ଚିନି, ପାସ୍ତା, କର୍ଣ୍ଣଫ୍ଲେକ୍ସ, ପେଷ୍ଟ୍ରିଜ୍ ଓ କେକ୍, ସଂରକ୍ଷିତ ପନିପରିବା, ଜାମ୍, ସୁପ୍, ଆଇସକ୍ରିମ, ଇନ୍ଷ୍ଟାଣ୍ଟ ଫୁଡ୍, ମିନେରାଲ ଓ୍ଵାଟର, ଟିସୁ, ଏନଭେଲପ୍, ଇସ୍ପାତ ଉତ୍ପାଦ, ପ୍ରିଣ୍ଟେଡ ସର୍କିଟ, କ୍ୟାମେରା, ସ୍ପିକର, ମନିଟର, କାଜଲ ପେନ୍ସିଲ ଷ୍ଟିକ୍, ହେଡ୍ଗିଅର, ଆଲୁମିନିୟମ ଫଏଲ୍, ଓଜନ ମେସିନ୍(ଇଲେକ୍ଟ୍ରିକ୍ ଏବଂ ଇଲେକ୍ଟ୍ରୋନିକ୍ସ ଭିନ୍ନ) । ସେହିଭଳି ୧୮ ପ୍ରତିଶତ ସ୍ଲାବରେ ଆସୁଥିବା ସେବା ହେଉଛି ମଦ ପରଷା ଯାଉଥିବା ଏସି ହୋଟେଲ, ଟେଲିକମ୍ ସେବା, ଆଇଟି ସେବା, ବ୍ରାଣ୍ଡେଡ ପୋଷାକ, ଆର୍ଥିକ ସେବା, ଘରଭଡ଼ା (୨୫୦୦ରୁ ୭୫୦୦ ଟଙ୍କା), ପଂଚତାରକା ହୋଟେଲ ଭିତରେ ଥିବା ରେସ୍ତୋରାଁ ।

୨୮% ଜିଏସଟି

ବିଡ଼ି, ଚୁଇଂଗମ୍, ମୋଲାସେସ୍, କୋକୋ ନଥିବା ଚକୋଲେଟ, ଓ୍ଵାଫ୍ ଓ ଓ୍ଵାଫର କୋଟେଡ ଚକୋଲେଟ, ପାନ ମସଲା, ମୃଦୁପାନୀୟ, ରଙ୍ଗ, ଡିଓ, ସେଭିଂ କ୍ରିମ୍, ଆଫ୍ଟର ସେଭ ଲୋସନ, ସାମ୍ପୁ, ଡାଏ, ସନସ୍କ୍ରିିନ୍, ଓ୍ଵାଲପେପର, ସେରାମିକ ଟାଇଲ୍, ଓ୍ଵାଟର ହିଟର, ଡିସଓ୍ଵାସର, ଓ୍ଵାସିଂ ମେସିନ୍, ଏଟିଏମ୍, ଭେଣ୍ଡିଂ ମେସିନ୍, ଭାକ୍ୟୁମ୍ କ୍ଲିନର, ସେଭର୍, ହେୟାର କ୍ଲିପର୍, ଅଟୋମୋବାଇଲ, ମୋଟରସାଇକଲ୍, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ । ସେହିପରି ୨୮ ପ୍ରତିଶତ ଜିଏସଟି ବର୍ଗରେ ରହିଛି ସରକାରୀ ପ୍ରାୟୋଜିତ ଘରୋଇ ଲଟେରି, ୭୫୦୦ ଟଙ୍କାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍ ଭଡ଼ା, ପଂଚତାରକା ହୋଟେଲ, ରେସ୍ କ୍ଲବ ଜୁଆ ଏବଂ ସିନେମା ।

ଟ୍ରେନରେ ଦ୍ୱିତୀୟ, ଶୟନ ଶ୍ରେଣୀ, ମେଟ୍ରୋ ଉପରୁ ଟିକସ ଛାଡ଼

ରେଳବାଇ ଜିଏସଟି ଲାଗୁ କରିବାକୁ ପ୍ରସ୍ତୁତ ହୋଇଯାଇଛି। ଟ୍ରେନରେ ଶୟନ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ମେଟ୍ରୋରେ ଯାତ୍ରା ଉପରେ ଟିକସ ଲଗାଯିବ ନାହିଁ । ଟ୍ରେନ୍ ଜରିଆରେ କୃଷିଜାତ ଉତ୍ପାଦ, ଦୁଗ୍ଧ, ଖାଦ୍ୟଶସ୍ୟ ଯଥା ଅଟା, ଡାଲି, ଲୂଣ, ଚାଉଳ, ରେଳ ଉପକରଣ ଏବଂ ସରଞ୍ଜାମ, ପ୍ରତିରକ୍ଷା ଏବଂ ମିଲିଟାରି ଉପକରଣ ପରିବହନ ଉପରୁ ମଧ୍ୟ ଟିକସ ଛାଡ଼ କରାଯାଇଛି । ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ସାଧାରଣ ମେନୁ ଉପରେ ଲଗାଯାଇଥିବା ଶୁଳ୍କ ଜୁଲାଇ ୧ ପରେ ମଧ୍ୟ ପରିବର୍ତନ ହେବ ନାହିଁ । ରେଲ୍ ନୀର୍ କ୍ୟାଟରିଂ ଶୁଳ୍କ ମଧ୍ୟ ବଦଳିବ ନାହିଁ। ଟ୍ରେନରେ ପ୍ରଥମ ଶ୍ରେଣୀ ଏବଂ ଏସି କୋଚରେ ଯାତ୍ରା ଉପରେ ୫% ଜିଏସଟି ଲାଗୁ କରାଯାଇଛି ।

ତାମିଲନାଡୁରେ ୩ରୁ ସିନେମା ହଲ୍ ଅନିର୍ଦିଷ୍ଟ କାଳ ବନ୍ଦ

ଚେନ୍ନାଇ: ତାମିଲନାଡୁରେ ୧୧୦୦ ସିନେମା ହଲ୍ ମାଲିକ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରିବେ । ସୋମବାରଠାରୁ ସେଠାରେ ସିନେମା ହଲଗୁଡ଼ିକ ବନ୍ଦ ରହିବ। ତାମିଲନାଡ଼ୁ ସରକାର ଜିଏସଟି ବ୍ୟବସ୍ଥାରେ ସାମିଲ ହୋଇଛନ୍ତି । ଫଳରେ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକଟ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । କିନ୍ତୁ ତାମିଲନାଡ଼ୁ ସରକାର ଏହି ସିନେମା ଟିକଟ ଉପରେ ଅତିରିକ୍ତ ୩୦ ପ୍ରତିଶତର ମ୍ୟୁନିସପାଲ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଳରେ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକଟ ଉପରେ ସିନେମା ଦର୍ଶକଙ୍କୁ ୫୮ ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଏହାଦ୍ୱାରା ସିନେମା ହଲରେ ସିନେମା ଦେଖିବା ମହଙ୍ଗା ହେବ । ଫଳରେ ସିନେମା ବ୍ୟବସାୟ ପ୍ରଭାବିତ ହେବ। ରାଜ୍ୟ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ବିରୋଧ କରି ତାମିଲନାଡ଼ୁର ସିନେମାହଲ ମାଲିକମାନେ ଆସନ୍ତା ୩ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ହଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କର୍ଣ୍ଣାଟକରେ ପଢ଼ାହେବ ଜିଏସଟି

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଣୀ ଚାନ୍ନମା ବିଶ୍ୱବିଦ୍ୟାଳୟରେ ଜିଏସଟି ପାଠ୍ୟକ୍ରମ ଚଳିତବର୍ଷରୁ ପଠାହେବ । ବିଶ୍ୱବିଦ୍ୟାଳୟରେ ବି.କମ୍ ପଢ଼ୁଥିବା ପଞ୍ଚମ ଏବଂ ଷଷ୍ଠ ସେମିଷ୍ଟରର ଛାତ୍ରଛାତ୍ରୀମାନଙ୍କୁ ଜିଏସଟି ପାଠ ପଢ଼ାହେବ ବୋଲି ବିଭାଗୀୟ ମୁଖ୍ୟ ଏଚ୍. ଓ୍ଵାଇ. କାମ୍ବଲି କହିଛନ୍ତି। କେବଳ ଥିଓରି ନୁହେଁ, ସେମାନଙ୍କ ପାଇଁ ପ୍ରାକ୍ଟିକାଲର ସୁଯୋଗ ମିଳିବ । ଏହି ପାଠ୍ୟକ୍ରମ ଆରମ୍ଭ ପାଇଁ ବିଶ୍ୱବିଦ୍ୟାଳୟ ଏହାର ଶିକ୍ଷକମାନଙ୍କୁ ତାଲିମ ଦେବା ସହିତ ପ୍ରଫେସନାଲମାନଙ୍କ ସହାୟତା ମଧ୍ୟ ନେବ ।