ଆଉ ଜନତାଙ୍କୁ ଲୁଟିପାରିବେନି ଟୋଲକର୍ମୀ । ଆପ ଜରିଆରେ ଘରେ ବସି ବି ଜାଣିପାରିବେ କେଉଁ ଗେଟରେ ଦେବାକୁ ହେବ କେତେ ଟୋଲ ଟ୍ୟାକ୍ସ

211

କେନ୍ଦ୍ର ସରକାରଙ୍କ ତରଫରୁ ଲଂଚ ହୋଇଥିବା ଉମଙ୍ଗ ଆପରେ ଏବେ ଆପଣ ଇ-ୱେ ମାଧ୍ୟମରେ ସାରା ଦେଶରେ ଥିବା ଟୋଲ ବୁଥଗୁଡିକର ତାଲିକା ଏବଂ ଟୋଲ ଶୁଳ୍କ ସଂପର୍କିତ ସମସ୍ତ ବିବରଣୀ ଅତି ସହଜରେ ଜାଣିପାରିବେ । ଉମଙ୍ଗ ଆପ ଜରିଆରେ ସରକାର ସାଧାରଣ ଜନତାଙ୍କୁ ବିଭିନ୍ନ ଇ-ସର୍ଭିସଗୁଡିକୁ ଏକାସାଥିରେ ଉପଲବ୍ଧ କରାଉଛନ୍ତି । ବର୍ତ୍ତମାନ ୧୭ଟି ରାଜ୍ୟରେ ପାଖାପାଖି ୩୨୫ଟି ସେବା ଏହି ଉମଙ୍ଗ ଆପ ଜରିଆରେ ପ୍ରଦାନ କରାଯାଉଛି । ଉମଙ୍ଗ ଅର୍ଥାତ୍ ୟୁନିଫାଇଡ ମୋବାଇଲ ଆପ୍ଲିକେସନ ଫର ନ୍ୟୁ-ଏଜ୍ ଗର୍ଭନାନ୍ସ ଆପ ଜରିଆରେ ଆପଣ ଘରେ ବସି ଅନେକ ସରକାରୀ କାମ କରିପାରିବେ । ଏହି ଆପ ବହୁତ ଗୁଡିକ ସେବା ସହ ଜଡିତ । ଏହି ଆପ ଜରିଆରେ ଆପଣ ବିଭିନ୍ନ ସରକାରୀ ସେବାଗୁଡିକ ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବେ ।

ଗୁଗଲ ପ୍ଲେଷ୍ଟୋର, ଆଇଓଏସ ଷ୍ଟୋର ଏବଂ ୱିଣ୍ଡୋଜ୍ ଷ୍ଟୋରରେ ଉପଲବ୍ଧ ଏହି ଆପ

ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଇନଫର୍ମେସନ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ଡିଜାଇନ କରାଯାଇଥିବା ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋର , ଆଇଓଏସ ଷ୍ଟୋର ଏବଂ ୱିଣ୍ଡୋଜ୍ ଷ୍ଟୋରରେ ପାଇପାରିବେ । ଏହି ଆପଣ ୩୨୫ ସେଂଟ୍ରାଲ , ଷ୍ଟେଟ ଏବଂ ଲୋକାଲ ଲେବୁଲ ଆଡମିନିଷ୍ଟ୍ରେସନ ଲେବୁଲର ସର୍ଭିସଗୁଡିକ ସଂପର୍କରେ ତଥ୍ୟ ଦେଇଥାଏ । ଉମଙ୍ଗ ଆପ ଜରିଆରେ ମିଳୁଥିବା ସେବା ଏବଂ ସୁବିଧା ଗୁଡିକ ସଂପର୍କରେ ଯଦି କୁହାଯାଏ ତେବେ ଏହାର ତାଲିକା ବହୁତ ଲମ୍ବା ହେବ । ଏହି ଆପ ଜରିଆରେ ଆପଣ ନୂଆ ପାନ କାର୍ଡ ପାଇଁ ଆବେଦନ କରିପାରିବେ । ସେହିପରି ପାନ କାର୍ଡ ପାଇଁ ନିଆଯାଇଥିବା ଫିସକୁ ବି ଆପଣ ଏହି ଆପ ଜରିଆରେ ପେମେଂଟ କରିପାରିବେ ।

ଏହି ସବୁ ସେବା ଉମଙ୍ଗ ଆପରେ ଉପଲବ୍ଧ

ସେହିପରି, ଏହି ଆପ ଜରିଆରେ ଆପଣ , ଭାରତ, ଇଣ୍ଡିଆନ ଏବଂ ଏଚପି ସମେତ ସମସ୍ତ କଂପାନୀର ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଏହାବ୍ୟତୀତ ଆପଣ ଏହି ଆପ ସହାୟତାରେ ଘରେ ବସି ପାସପୋର୍ଟ ମଧ୍ୟ ବନାଇପାରିବେ । ଏଥିସହିତ ହିଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବନାଇପାରିବେ । ଖାଲି ଏତିକି ନୁହେଁ , ଏହି ଆପ ଦ୍ୱାରା ଆପଣ ଆଧାର କାର୍ଡ, ଏଆଇସିଟିଇ, ଏକେପିଏସ, ଭାରତ ଗ୍ୟାସ, ସିବିଏସଇ, ସିପିଗ୍ରାନ୍ସ, କ୍ରପ୍ ଇନସ୍ୟୁରାନ୍ସ, ଡିଜି ସେବକ, ଇ-ମାଇଗ୍ରେଟ୍, ଇ-ପାଠଶାଳା, ଇପିଏଫଓ ଆଦି ଏହି ଆପ ସହ ଜଡିତ ରହିଛି ।