ଆପଣଙ୍କ ବ୍ୟାଙ୍କ ଖାତାକୁ ଆସୁଛି ଏତିକି ଟଙ୍କାର ଦରମା ? ତେବେ ବ୍ୟାଙ୍କ ପକ୍ଷରୁ ମିଳିବ ଆର୍ଥିକ ସହାୟତା

୧୫ ହଜାର ଟଙ୍କା ଦରମା ପାଉଥିଲେ ୧୫ ଲକ୍ଷ ଟଙ୍କା ପାଇପାରିବେ ଲୋନ

903

ସତାରେ ଆସିବା ଦିନଠାରୁ ମୋଦି ସରକାର ସବୁବେଳେ କିଛି ନା କିଛି ଜନହୀନକର ଯୋଜନା ମାନ ପ୍ରଚଳିତ କରିଥାନ୍ତି । ଯେଉଁଥିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ ଚାକିରିଆଙ୍କୁ ବି ଅନେକ ଫାଇଦା ମିଳିଥାଏ  । ଆଉ ଏଭଳି ହିଁ ଏକ ନୂଆ ଯୋଜନା ନିକଟରେ ଆରମ୍ଭ କରିଛନ୍ତି ମୋଦି ସରକାର । ଯାହା ଘରୋଇ ସଂସ୍ଥାମାନଙ୍କରେ କାମ କରୁଥିବା ଲୋକଙ୍କ ପାଇଁ ବେଶ୍ ଲାଭଜନକ ହୋଇପାରେ ।

ଆପଣଙ୍କୁ ଭଲ ଭାବରେ ଜଣା ଥିବ କି  ଆଜିକାଲି ସରକାରୀ ଚାକିରୀ ଖଣ୍ଡିଏ ପାଇବା ବହୁତ ମୁସ୍କିଲ ହୋଇଗଲାଣି । ଏଥିପାଇଁ ଆମେ ସମସ୍ତେ କେଉଁଠି ନା କେଉଁଠି ନିଜର ଏବଂ ପରିବାର ପ୍ରତିପୋଷଣ ପାଇଁ କୌଣସି ଘରୋଇ ସଂସ୍ଥାରେ କାମ କରିଥାଉ  । ଯଦି ଆପଣ କୌଣସି ଘରୋଇ ସଂସ୍ଥାରେ କାମ କରୁଛନ୍ତି ଆଉ ଆପଣଙ୍କର ମାସିକ ଦରମା ୧୫ ହଜାରରୁ ଅଧିକ ରହିଛି । ତେବେ ମୋଦି ସରକାରଙ୍କ ଏହି ଯୋଜନା ଆଧାରରେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

 ମୋଦି ସରକାର ନିର୍ଦ୍ଦେଶାନୁସାରେ,  ଉଜ୍ଜିବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଚାକିରି କରିଥିବା ଲୋକଙ୍କ ପାଇଁ ପର୍ସନାଲ ଲୋନର ସୁବିଧା ଆରମ୍ଭ କରିଛି । ଯଦି ଆପଣ ପ୍ରତି ମାସ ୧୫ ହଜାର ଟଙ୍କାରୁ ଅଧିକ ଦରମା ପାଉଛନ୍ତି । ତେବେ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଉକ୍ତ ବ୍ୟାଙ୍କରୁ ମିଳିବ । ଆପଣଙ୍କୁ ମାତ୍ର ୧୦ ମିନିଟ୍ ଭିତରେ ହିଁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ବ୍ୟାଙ୍କ ତରଫରୁ ମିଳିଯିବ । ବଡ କଥା ହେଲା , ଏହି ବ୍ୟାଙ୍କରେ ସୁଧ ଦର ମଧ୍ୟ ବାକି ବ୍ୟାଙ୍କଠାରୁ କମ ରହିବ ।

କେଉଁ କେଉଁ ସହରରେ ଏହି ସୁବିଧା ଉଲପବ୍ଧ 

ଯଦି ଆପଣ ଅହମ୍ମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ପୁଣେ, ସୁରତ, ମୁମ୍ବାଇ, ମହେଶୁର, କୋଏମପୁର ଓ କୋଟି ଆଦି ସହରରେ ରହୁଥିଲେ ଆପଣ ଲୋମ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଭାବରେ ବିବେଚନା ହୋଇପାରିବେ ବୋଲି ବ୍ୟାଙ୍କ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ ଆପଣ ଯେଉଁ ପରିମାଣରେ ଲୋନ ନେଇଛନ୍ତି ସେହିପରି ଭାବରେ ଋଣ ପରିଶୋଧ ମଧ୍ୟ କରିପାରିବେ । ଯେଉଁ ଅନୁସାରେ ଚୁକ୍ତି କରିଛନ୍ତି ସେହି ଅନୁସାରେ ଋଣ ପରିଶୋଧ କରିବା ପାଇଁ ପଡିବ । ଯଦି ଆପଣ ଲୋନ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଲଗଇନ କରିପାରିବେ https://ujjivansfb.rupeepower.com/personal-loan ଏହାସହ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ୱେବସାଇଟରେ ମଧ୍ୟ ଲଗଇନ କରିପାରିବେ ।

ଆବଶ୍ୟକୀୟ ଦସ୍ତାବିଜ

ଲୋନ ନେବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ପ୍ରମାଣପତ୍ର ସହ ବ୍ୟାଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ଦେବା ପାଇଁ ପଡିବ ବୋଲି ଜଣାପଡିଛି । ଆଧାରକାର୍ଡ,ପାନକାର୍ଡ,ଡିଏଲ, ଭୋଟର ଆଇକାର୍ଡ ଆଦି ପ୍ରମାଣ ପତ୍ର ଭାବରେ ଦେଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋନ ପାଇବା ପାଇଁ ହେଲେ ଆଧାରକାର୍ଡ ନିହାତି ଆବଶ୍ୟକ ତେଣୁ ଯେଉଁ ବ୍ୟକ୍ତି ଲୋନ ପାଇବା ପାଇଁ ଆବେଦନ କରିବେ ତାଙ୍କର ନିଶ୍ଚିତ ଭାବରେ ଆଧାରକାର୍ଡ ଥିବା ଆବଶ୍ୟକ । ଏହାସହ ୩ ମାସର ଦରମାର ପ୍ରମାଣପତ୍ର ସହ ୬ମାସର ବ୍ୟାଙ୍କ ଷ୍ଟେଟମେଣ୍ଟର ପ୍ରମାଣ ଦାଖଲ କରିବା ପାଇଁ ପଡିବ ବୋଲି ସୂଚନା ମିଳିଛି ।