ଜୁନ ୧ରୁ ଆରମ୍ଭ ହେବ ଭର୍ଚୁଆଲ ଆଇଡି ! ଘରେ ବସି ମାତ୍ର ୩ଟି ଷ୍ଟେପରେ କରନ୍ତୁ ଆଧାରର ୧୬ଟିକିଆ ଭିଆଇଡି

44

ଆଧାର କାର୍ଡରେ ଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରଖିବାକୁ ଆଧାର କର୍ତ୍ତୃପକ୍ଷଙ୍କ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ଯାହାକୁ ଜୁନମାସରୁ ଲାଗୁ କରାଯିବ । ଆଧାର କାର୍ଡ ପାଇଁ ଆପଣ ନିଜେ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରିପାରିବେ । ତେଣୁ ଯେଉଁଠି ଆଧାର କାର୍ଡ ଦେବା ବାଧ୍ୟତାମୂଳକ ଥିବ ସେଠାରେ ଏହି ବିକଳ୍ପକୁ ବ୍ୟବହାର କରିପାରିବେ। ଅର୍ଥାତ ଆଧାର ନମ୍ବର ସ୍ଥାନରେ ଆପଣ ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଆପଣ ଦେଇପାରିବେ । ଏଥିପାଇଁ ଆପଣଙ୍କୁ ୟୁନିକ ଆଇଡେଂଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ ୱେବସାଇଟରୁ ଏହି ୧୬ ଟିକିଆ ଭର୍ଚୁଆଲ ଆଇଡି ନମ୍ବର ବାହାର କରିବାକୁ ପଡିବ ।

ଆପଣଙ୍କ ଟୋଲିଫୋନ କମ୍ପାନି ପରିଚୟପତ୍ର ଦାବି କଲେ ଆପଣ ଏହି ୧୬ ଡିଜିଟର ଭର୍ଚୁଆଲ ଆଇଡି ନମ୍ବର ଦେଇପାରିବେ । ଏବଂ ଏଥିରେ କେବଳ କମ୍ପାନି ଆବଶ୍ୟକ କରୁଥିବା ତଥ୍ୟ ହିଁ ପାଇପାରିବ । ଯେମିତିକି ଆପଣଙ୍କ ନାଁ, ଠିକଣା ଓ ଫଟୋଗ୍ରାଫି ଇତ୍ୟାଦି । ଏହାଛଡା ଆଧାରରେ ଥିବା ଆପଣଙ୍କ ଅନ୍ୟ ତଥ୍ୟଗୁଡିକ ଗୋପନୀୟ ରହିବ । ଆପଣ ଚାହିଁଲେ ବାରମ୍ବାର ଏହି ଭର୍ଚୁଆଲ ଆଇଡି ନମ୍ବରକୁ ଜେନେରେଟ କରିପାରିବେ ।

ଘରେ ବସି ନିଜର ଆଧାରକୁ କରନ୍ତୁ ଭର୍ଚୁଆଲ

• ସର୍ବ ପ୍ରଥମେ ଆପଣଙ୍କୁ ଆଧାରର ଅଫିସିଆଲ ୱେବସାଇଟ୍ ତଥା https://uidai.gov.in/କୁ ଯିବାକୁ ପଡିବ ।

• ଏହାପରେ ଏହାର ହୋମ ପେଜର ଠିକ୍ ତଳ ଭାଗରେ ଥିବା ଆଧାର ସର୍ଭିସ ଟ୍ୟାବ ଭିତରେ ଥିବା ଭିଆଇଡି ଜେନରେଟ ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• କ୍ଲିକ କରିବା ପରେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର, କ୍ୟାପଚା କୋଡ ଫିଡିଂ କରିବାକୁ ହେବ ଏବଂ ଏହାପରେ ସେଣ୍ଡ ଓଟିପିରେ କ୍ଲିକ କରିବାକୁ ହେବ ।

• ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି କୋଡ ଆସିବ । ଯାହାକୁ ଆପଣଙ୍କୁ ଏଠାରେ ସବମିଟ କରିବାକୁ ହେବ ।

• ଏହାପରେ ଆପଣଙ୍କ ନିକଟରେ ଦୁଇ ପ୍ରକାରର ଅପସନ ନଜର ଆସିବ । ପ୍ରଥଟି ହେଲା ନୂଆ ଭିଆଇଡି ଜେନରେଟ କରିବା ପାଇଁ ଏବଂ ଅନ୍ୟଟି ହେଲା ପୂର୍ବରୁ ଜେନରେଟ ହୋଇଥିବା ଭିଆଇଡିକୁ ରିଟ୍ରାଇଭ କରିବା । ତେବେ ଆପଣ ଦୁଇଟି ଯାକ ମଧ୍ୟରୁ କୌଣସି ବି ଅପସନ ଉପରେ କ୍ଲିକ୍ କରିପାରିବେ । ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଭିଆଇଡି କୋଡ ଏସଏମଏସ ଜରିଆରେ ଚାଲିଆସିବ ।