ଆଧାର କାର୍ଡର ସୁରକ୍ଷା ନେଇ ବଦଳିଲା ନିୟମ । ଏଣିକି ଫିଙ୍ଗର ପ୍ରିଂଟ୍ ନୁହେଁ ବରଂ ମୁହଁ ଚିହ୍ନବ କାର୍ଡ

0

ଆଧାର କାର୍ଡରେ ପୁଣି ଯୋଡି ହେଲା ନୂଆ ସୁରକ୍ଷା ବ୍ୟବସ୍ଥା । ଆଧାର କାର୍ଡଧାରୀଙ୍କ ପାଇଁ ମୁହଁ ଚିହ୍ନଟ ପଦ୍ଧତି ଆରମ୍ଭ ହେବ । ଜୁଲାଇ ୧ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି  । ୟୁନିକ ଆଇଡେନଟିଟି ଅଥରିଟି ଅଫ ଇଣ୍ଡିଆ ଆଧାର କାର୍ଡରେ ଏହି ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ଯାଉଛନ୍ତି  । ବର୍ତ୍ତମାନ ଫିଙ୍ଗର ପ୍ରିଂଟକୁ ନେଇ ସମସ୍ୟା ଦେଖାଦେଉଥିବା ବେଳେ ନୂଆ ବ୍ୟବସ୍ଥା ଅନୁସାରେ ମୁହଁ ଚିହ୍ନଟ ପଦ୍ଧତି ଆଧାର ତଥ୍ୟ ସଂରକ୍ଷଣ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ ।

ସୂଚନା ମୁତାବକ, ସାଧାରଣତଃ ଆଧାର ଯାଞ୍ଚ ବେଳେ ବରିଷ୍ଠ ନାଗରିକମାନଙ୍କ ଟିପ ଚିହ୍ନ ବେଳେବେଳେ ଚିହ୍ନଟ ହୋଇପାରିନଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକଙ୍କ ଅଙ୍ଗୁଳିରେ କିଛିଟା ପରିବର୍ତ୍ତନ ଆସିଥାଏ । ପୁଣି ଶୀତ ଦିନେ କେତେକ ଲୋକଙ୍କ ଆଙ୍ଗୁଳି ଫାଟିଥାଏ । ଫଳରେ ଆଧାର ଯାଞ୍ଚ ବେଳେ ଟିପଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରିନଥାଏ । ସେ କ୍ଷେତ୍ରରେ ଫେସ୍ ରେକଗ୍‌ନିସନ ଟେକନଲୋଜିର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୧ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ।

ଆଧାର ପଂଜିକରଣ ବେଳେ ଲୋକମାନଙ୍କର ଟିପଚିହ୍ନ ସହ ମୁହଁ ଓ ରେଟିନା ଫଟୋ ମଧ୍ୟ ନିଆଯାଇଥାଏ । ତେବେ ଯାଞ୍ଚ ବେଳେ କେବଳ ଫେସ ରେକଗନିସନ କରାଯିବ ନାହିଁ । ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପଦ୍ଧତି ଯଥା ଟିପ ଚିହ୍ନ, ଓଟିପି ଓ ଆଇଆରଆଇଏସ୍ (ଆଖି ରେଟିନା) ପଦ୍ଧତି ସହ ମିଳାଇ କରାଯାଏ ।

କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଥିଲା । ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୂର୍ବଳତା ଆଶଙ୍କା ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ।

Comments are closed.