ଏସିବିଆଇ, ଏଚଡିଏଫସି, ଆଇସିଆଇସିଆଇ ଏବଂ ଆକ୍ସିସ ବ୍ୟାଙ୍କର ୟୁଜର କିପରି କରିବେ ନିଜ ଆକାଉଂଟ ସହ ଆଧାର ଲିଙ୍କ ! ଜାଣନ୍ତୁ ପୁରା ପ୍ରକ୍ରିୟା

183

ଆଧାର ନମ୍ବରକୁ ନିଜର ବ୍ୟାଙ୍କ ଖାତା ସହିତ ଲିଙ୍କ କରିବା ଏବେ ଜରୁରୀ ହୋଇପଡିଛି । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ଖାତାକୁ ଆଧାରସହ ଲିଙ୍କ କରି ନାହାଁନ୍ତି ତେବେ ତୁରନ୍ତ କରିଦିଅନ୍ତୁ । କାରଣ ଯଦି ଆପଣ ଏଭଳି ନକରନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବ୍ୟାଙ୍କ ଆକାଉଂଟ ସହିତ ଆଧାର କିଭଳି ଲିଙ୍କ କରିବେ । ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୭ ଥିଲା, ଯାହାକୁ ବର୍ତ୍ତମାନ ବଢାଯାଇ ୩୧ ମାର୍ଚ୍ଚ ୨୦୧୮ କରି ଦିଆଯାଇଛି ।

ଏସବିଆଇର ଖାତାଧାରକ କିଭଳି କରିବେ ଆଧାର ଲିଙ୍କ

ବ୍ୟାଙ୍କ ୱେବସାଇଟ୍ ମୁତାବକ, ଆକାଉଂଟ ହୋଲ୍ଡର ଷ୍ଟେଟ୍ ବ୍ୟାଙ୍କର କୌଣସି ବି ଏଟିଏମକୁ ଯାଇ ନିଜର ଆଧାରକୁ ଆକାଉଂଟ ସହ ଲିଙ୍କ କରିପାରିବେ । ଏହା ପୂର୍ବରୁ ନିଜର ଡେବିଟ୍ କାର୍ଡକୁ ମେସିନରେ ସ୍ୱାଇପ କରିବାକୁ ହେବ । ଏହାପରେ ପିନ ନମ୍ବର ଦେବାକୁ ପଡିବ । ଏହାପରେ ସର୍ଭିସ- ରେଜିଷ୍ଟେସନସକୁ ଯାଇ ସେଠାରେ ଥିବା ଆକାଉଂଟର ପ୍ରକାର ସିଲେକ୍ଟ କରିବାକୁ ହେବ । ଏହାପରେ ଆଧାର ନମ୍ବର ଦେବାକୁ ହେବ । ଆଧାର ନମ୍ବର କନଫର୍ମ କରିବା ପାଇଁ ପୁଣି ଥରେ ନିଜର ଆଧାର ନମ୍ବର ଦେବାକୁ ହେବ । ଏଭଳି କରିବା ପରେ ହିଁ ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ଲିଙ୍କ ହୋଇଯିବ ।

ଇଂଟରନେଟ୍ ବ୍ୟାଙ୍କିଂ ଜରିଆରେ

ସର୍ବ ପ୍ରଥମେ ୟୁଜରଙ୍କୁ ନିଜର ନେଟ୍ ବ୍ୟାଙ୍କିଂ ସହିତ ଲଗଇନ କରିବାକୁ ହେବ । ଲଗଇନ କରିବା ପରେ ‘ମାଇ ଆକାଉଂଟ’ରେ ‘ଲିଙ୍କ ୟୋର ଆଧାରନମ୍ବର’ (Link your Aadhaar number)ରେ କ୍ଲିକ୍ କରିବାକୁ ହେବ । କ୍ଲିକ୍ କରିବା ପରେ ଆକାଉଂଟ ଟାଇପ ସିଲେକ୍ଟ କରି ଏବଂ ଆଧାର ନମ୍ବର ଏଂଟର କରିବାର ଅପସନ ଆସିବ । ଏହାପରେ ତାକୁ ସବମିଟ୍ କରିବାକୁ ପଡିବ । ତେବେ ଲିଙ୍କ ହେବାର ସୂଚନା ରେଜିଷ୍ଟର ମୋବାଇଲ ନମ୍ବରରେ ଦିଆଯିବ ।

ଆଇସିଆଇସିଆଇ ବ୍ୟାଙ୍କ

ସର୍ବ ପ୍ରଥମେ ବ୍ୟାଙ୍କର ମୋବାଇଲ୍ ଆପରେ ଲଗଇନ କରିବାକୁ ହେବ । ଏହାପରେ ସର୍ଭିସେସରେ କ୍ଲିକ୍ କରିବାକୁ ହେବ । ଏହାପରେ ଇନଷ୍ଟାବ୍ୟାଙ୍କିଂ ସର୍ଭିସେସକୁ ଯାଇ ଅପଡେଟ୍ ଆଧାର ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ ଆଧାର ନମ୍ବର ଦେଇ ସବମିଟ୍ କରିବାକୁ ହେବ ।

ଆଇସିଆଇସିଆଇ ବ୍ୟାଙ୍କିଂ ଜରିଆରେ

ନେଟବ୍ୟାଙ୍କିଂରେ ଲଗଇନ କରିବାକୁ ହେବ । ଏଠାରେ ଆପଣଙ୍କୁ ଆଧାର ନମ୍ବର ଅପଡେଟ କରିବାର ଅପସନ ମିଳିବ । ଏଠାରେ ଆଧାର ନମ୍ବର ଦେଇ ତାକୁ ସବମିଟ୍ କରିଦିଅନ୍ତୁ । ଏହାପରେ ଆଧାର ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହୋଇଯିବ ।

ଏଟିଏମ ଜରିଆରେ

ଏଟିଏମକୁ ଯାଇ କାର୍ଡ ସ୍ୱାଇପ କରିବାକୁ ହେବ । ଏହାପରେ ପିନ କୋଡ ଦେବାକୁ ହେବ । ଏହାପରେ ‘ମାଇ ଅପସନ’କୁ ଯାଇ ଆଧାର ଅପଡେସନର ଅପସନ ସିଲେକ୍ଟ କରିବାକୁ ପଡିବ । ଏଠାରେ ନିଜର ଆଧାର ନମ୍ବର ଦେଇ ସବମିଟ କରିବାକୁ ହେବ ।

ଏଚଡିଏଫସି ବ୍ୟାଙ୍କିର ନେଟବ୍ୟାଙ୍କିଂ

ବ୍ୟାଙ୍କର ନେଟବ୍ୟାଙ୍କିଂ ମାଧ୍ୟମରେ ଲଗଇନ କରିବାକୁ ହେବ । ଏହାପରେ ଆକାଉଂଟ ଅପସନକୁ ଯାଇ ରିକ୍ୱେଷ୍ଟ ସେକସନକୁ ଯିବାକୁ ପଡିବ । ଏଠାରେ ୟୁ ବା ଅପଡେଟ୍ ଆଧାରର ବିକଳ୍ପ ମିଳିବ । ଏଠାରେ ନିଜର ଆଧାର ନମ୍ବର ଦେଇ ଅପଡେଟରେ କ୍ଲିକ କରନ୍ତୁ । ଏହାପରେ କନଫର୍ମ ଉପରେ କ୍ଲିକ୍ କରନ୍ତୁ । ଏଭଳି କରିବା କ୍ଷଣି ଆଧାର ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହୋଇଯିବ ।

ମୋବାଇଲ୍ ବ୍ୟାଙ୍କିଂ ଜରିଆରେ

ମୋବାଇଲ ଆପରେ ଲଗଇନ କରିବାକୁ ହେବ । ଏହାପରେ ଆକାଉଂଟ ଅପସନକୁ ଯାଇ ରିକ୍ୱେଷ୍ଟ ସେକସନକୁ ଯିବାକୁ ହେବ । ଏଠାରେ ୟୁ ବା ଅପଡେଟ୍ ଆଧାରର ବିକଳ୍ପ ନଜର ଆସିବ । ଯେଉଁଠି ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ଦେବାକୁ ପଡିବ । ଏହାପରେ ସେଠାରେ ଥିବା କନଫର୍ମ ଅପସନ ଉପରେ କ୍ଲିକ୍ କରିବାକୁ ପଡିବ ।

ଆକ୍ସିସ ବ୍ୟାଙ୍କ ଇଂଟରନେଟ୍ ବ୍ୟାଙ୍କିଂ

ନେଟବ୍ୟାଙ୍କିଂ ଦ୍ୱାରା ନିଜର ଆକାଉଂଟକୁ ଲଗଇନ କରନ୍ତୁ । ଏହାପରେ ଆଧାର ସିଡିଂ ଉପରେ କ୍ଲିକ୍ କରନ୍ତୁ । ଏଠାରେ ନିଜର ଆଧାର ନମ୍ବର ଏବଂ କିଛି ଜରୁରୀ ତଥ୍ୟ ଦେଇ ତାକୁ ସବମିଟ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କର ଆକାଉଂଟ ଆଧାର ସହିତ ଲିଙ୍କ ହୋଇଯିବ ।

ଏଟିଏମ୍ ଜରିଆରେ

ଏଟିଏମକୁ ଯାଇ ନିଜର କାର୍ଡ ସ୍ୱାଇପ କରନ୍ତୁ । ଏହାପରେ ରେଜିଷ୍ଟେସନ ଉପରେ କ୍ଲିକ୍ କରନ୍ତୁ ଏବଂ ନିଜର ପିନ ନମ୍ବର ଦିଅନ୍ତୁ । ଏଠାରେ ନଜର ଆସୁଥିବା ଅପସନରେ ଲିଙ୍କ ଆଧାର ନମ୍ବରର ବିକଳ୍ପକୁ ଚୟନ କରନ୍ତୁ । ଏବେ ତା ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆକାଉଂଟ ଟାଇପ ସିଲେକ୍ଟ କରନ୍ତୁ । ଏହାପରେ ଅପଡେଟ୍ ସିଲେକ୍ଟ କରନ୍ତୁ । ଏଠାରେ ନିଜର ଆଧାର ନମ୍ବର ଦିଅନ୍ତୁ ଏବଂ କନଫର୍ମ ଉପରେ କ୍ଲିକ୍ କରିଦିଅନ୍ତୁ । ଏବେ ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହୋଇଯିବ ।