ଉବେର ଆଣିଲା ନୂଆ ଫିଚର । ଏଣିକି ଲ୍ୟାପଟପ ଏବଂ କମ୍ପ୍ୟୁଟରରୁ ବି କରିପାରିବେ ବୁକିଂ

81

କ୍ୟାବ ସର୍ଭିସ ଉବେର ଲଂଚ କରିଛି ନିଜର ବେଷ୍ଟ ଭର୍ସନ ଏମ-ଉବେର ଡଟ୍ କମ । ଯେଉଁଥିରେ ବିନା ସ୍ମାର୍ଟଫୋନରେ ବି ଲୋକେ ଉବେର ବୁକ୍ କରିବାର ସୁବିଧା ଦିଆଯାଇଛି । ଏହି ଭର୍ସନ ଦ୍ୱାରା ଗ୍ରାହକ ଏଣିକି କମ୍ପ୍ୟୁଟର ଏବଂ ଲ୍ୟାପଟପ ଜରିଆରେ ବି ଉବେର ରାଇଡ ବୁକ୍ କରିପାରିବେ । ତେବେ କଂପାନୀ ଭାରତରେ ଏହାର ଲାଇଟ୍ ଭର୍ସନ ଉପଲବ୍ଧ କରିଦେଇଛି ।

ଏହାବ୍ୟତୀତ କଂପାନୀ ବି ଆହୁରି ୩ଟି ନୂଆ ଫିଚର ଲଂଚ କରିଛି । ସେଗୁଡିକ ହେଲା, ଅଫଲାଇନ ସର୍ଚ୍ଚ, ରିକ୍ୱେଷ୍ଟ ଫର ଗେଷ୍ଟ ଏବଂ କଲଟୁ ରାଇଡ୍ । ଅଫଲାଇନ ସର୍ଚ୍ଚ, ଏହି ଫିଚର ସେହି ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କି ଉବେରର ଆପ ବ୍ୟବହାର କରୁଛନ୍ତି । ଏହି ଫିଚର ଦ୍ୱାରା ୟୁଜରଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳୀରେ ପହଂଚାଇବା ପାଇଁ ନେଟ୍ କନେକ୍ସନର ଆବଶ୍ୟକତା ପଡିପାରେ ।

ସେହିପରି କଂପାନୀର ଅନ୍ୟ ଏକ ଫିଚରଟି ରହିଛି ରିକ୍ୱେଷ୍ଟ ଫର ଗେଷ୍ଟ । ଏହି ଫିଚର ଜରିଆରେ ରାଇଡର କାହା ପାଇଁ ବି ଉବେର ବୁକ୍ କରିପାରିବେ । ଏହି ଫିଚରକୁ ବ୍ୟବହାର କରିବା ପାଇଁ ରାଇଡରଙ୍କୁ ସର୍ବ ପ୍ରଥମେ where to ?  ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ପିକଅପ ଲୋକେସନ ସିଲେକ୍ଟ କରିବାକୁ ପଡିବ । ଏହାପରେ ଟ୍ରିପ ସଂପର୍କିତ ସମସ୍ତ ସୂଚନା ରାଇଡରଙ୍କୁ ଏସଏମଏସ ଜରିଆରେ ଚାଲିଆସିବ । ଯେଉଁଥିରେ ଇଟିଏ, କାର ଟାଇପ ଏବଂ ଡ୍ରାଇଭରର ସୂଚନାଥିବା ଆବଶ୍ୟକ । ତେବେ ବର୍ତ୍ତମାନ ପାଇଁ ଏହି ସୁବିଧା କିଛି ନିଦ୍ଦିଷ୍ଟ ସହରରେ ଦିଆଯାଇଛି ଏବଂ ଖୁବ ଶୀଘ୍ର ଏହା ସବୁଆଡେ ଉପଲବ୍ଧ କରି ଦିଆଯିବ ବୋଲି କଂପାନୀ ପକ୍ଷରୁ ସୂଚନା ଦିଆଯାଇଛି ।