ଚାକିରିଆଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା ! ଏଣିକି ନିଜ ଇଚ୍ଛା ଅନୁସାରେ କେଉଁଠିକୁ ବି ହୋଇପାରିବେ ବଦଳି, ସର୍ବନିମ୍ନ ପାରିଶ୍ରମିକ ବାବଦକୁ ମିଳିବ ଏତିକି ଟଙ୍କା

3,833

ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଭେଟି ଦେଇପାରନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ରାଜ୍ୟର ସରକାର ନିଜ ନିଜ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରୁଛନ୍ତି । ତେବେ ସର୍ବନିମ୍ନ ପାରଶ୍ରମି ବୃଦ୍ଧି କରିବାକୁ କେନ୍ଦ୍ରୀୟ କର୍ମଚାରୀମାନଙ୍କର ଦାବି ରହିଥିଲା । ଯେଉଁ କାରଣରୁ ରାଜ୍ୟ ସରକାର ଏବେ ସରକାରୀ କର୍ମଚାରୀଙ୍କର ଦରମା ବୃଦ୍ଧି କରାଇବାରେ ଲାଗି ପଡିଛନ୍ତି । ଏଥିସହିତ ହିଁ ସରକାରଙ୍କ ତରଫରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଉ ଏକ ବଡ ଉପହାର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯାହାଦ୍ୱାରା ଦେଶର ଅଢେଇ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବହୁତ ଫାଇଦା ମିଳିପାରେ ।

ସୂଚନା ମୁତାବକ, ସରକାରଙ୍କ ତରଫରୁ ଗ୍ରାମୀଣ ଡାକ ସେବକର ସବୁ ଶ୍ରେଣୀଗୁଡିକ ପାଇଁ ଲିମିଟେଡ ଟ୍ରାନ୍ସଫର ସୁବିଧା ଦେବା ସୁପାରିସକୁ ଗ୍ରହଣ କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଗ୍ରାମୀଣ ଡାକ ସେବକ କେବଳ ଗୋଟିଏ ଥର ହିଁ ଟ୍ରାନ୍ସଫର ନେଇଥାନ୍ତି । ଯେବେକି ମହିଳା ଡାକ ସେବକଙ୍କର ଦୁଇ ଥର ଟ୍ରାନ୍ସଫର ନେଇପାରିବ କ୍ଷମତା ରହିଛି । ତେବେ ସରକାରଙ୍କ ଏହି ନିଷ୍ପତି ଅନୁସାରେ କର୍ମଚାରୀ ନିଜ ଇଚ୍ଛା ମୁତାବକ ନିଜ ଘର , ଗାଁ କିମ୍ବା ନିଜ ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର କରିପାରିବେ ।

ଏଥିପାଇଁ କର୍ମଚାରୀମାନଙ୍କୁ ୩ ବର୍ଷ କାଳ ମନ ଦେଇ କାମ କରିବାକୁ ପଡିବ । କର୍ମଚାରୀମାନଙ୍କର ଟ୍ରାନ୍ସଫର ସେତେବେଳେ ଯାଇ ହୋଇପାରିବ ଯେତେବେଳେ ତାଙ୍କର ଅନରୋଧର ପୃଷ୍ଟି ହୋଇଯିବ । ଏଥି ସହିତ ହିଁ କର୍ମଚାରୀଙ୍କୁ ସମସ୍ତ ଔପଚାରିକତାକୁ ଶେଷ କରିବା ନିହାତି ଆବଶ୍ୟକ । ସେହିପରି ଯେଉଁ କର୍ମଚାରୀମାନଙ୍କ ବିରୋଧରେ କୌଣସି ପୁଲିସ କେସ କିମ୍ବା ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇଥିବ ସେମାନେ ଏହି ସୁବିଧାରୁ ବଂଚିତ ହେବେ । ସେହିପରି ଦରମାକୁ ନେଇ କେନ୍ଦ୍ରୀୟ କର୍ମଚାରୀମାନଙ୍କର ଦାବି ରହିଛି କି, ସେମାନଙ୍କର ଦରମାରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି । ବର୍ତ୍ତମାନ କର୍ମାଚାରୀଙ୍କର ସର୍ବନିମ୍ନ ଦରମା ରହିଛି ୧୮ ହଜାର ଟଙ୍କା , ଯାହାକୁ ବୃଦ୍ଧି କରାଯାଇ ୨୬ ହଜାର କରାଇବାକୁ ଦାବି ହେଉଛି ।