ହ୍ୱାଟସଆପରେ ମିଳିବ କୌଣସି ବି ଟ୍ରେନର ଲାଇଭ ଷ୍ଟାଟସ ! ଜାଣିବା ପାଇଁ ମୋବାଇଲରେ ରଖନ୍ତୁ ଏହି ଗୋଟିଏ ନମ୍ବର

46

ଅଧିକାଂଶ ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି । ଏଥିପାଇଁ ଟ୍ରେନ ଟିକେଟ ମଧ୍ୟ ରିଜର୍ଭେସନ କରିଥାନ୍ତି । ଯାହାକୁ ସବୁବେଳେ ଚେକ୍ ମଧ୍ୟ କରିଥାନ୍ତି , ଏଥିସହିତ ହିଁ ଯେଉଁଭଳି ଭାବରେ ଟ୍ରେନର ଯିବା ଆସିବା ସମୟରେ କୌଣସି ଠିକ୍ ଠିକଣା ନଥାଏ, ସେଥିପାଇଁ ଷ୍ଟେସନ ଯିବା ପୂର୍ବରୁ ଏହାର ଷ୍ଟାଟସ ଜାଣିରଖିବା ଆପଣଙ୍କ ପାଇଁ ଭଲ ହେବ । ଏଭଳି ପରିସ୍ଥିତିରେ ଆପଣ ହ୍ୱାଟସଆପ ଜରିଆରେ ଟ୍ରେନ ଲାଇଭ ଷ୍ଟାଟସ ସଂପର୍କରେ ଟିକନିଖ ଖବର ଜାଣିପାରିବେ । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ…

ସେମିତିରେ ତ ଟ୍ରେନ ସଂପର୍କିତ ସମସ୍ତ ଖବର ଏବେ ରେଳ ମନ୍ତ୍ରାଳୟର ବିଭିନ୍ନ ସାଇଟ୍ ଏବଂ ଆପରେ ଉପଲବ୍ଧ । କିନ୍ତୁ ଏହାକୁ ଆହୁରୀ ସରଳ କରିବା ପାଇଁ ଏବେ ଏହି ସୁବିଧା ହ୍ୱାଟସଆପରେ ବି ଉପଲବ୍ଧ । ଏଥିପାଇଁ ଏକ ନମ୍ବର ଆପଣ ଆପଣଙ୍କ ମୋବାଇଲରେ ସେଭ କରିବାକୁ ହେବ । ଆପଣ ଆପଣଙ୍କର ମୋବାଇଲରେ +୧-୩୧୬-୯୯୩-୫୩୭୧ ନମ୍ବର ସେଭ କରିବାକୁ ହେବ । ପୁଣି ଏହି ନମ୍ବରକୁ ଜୋଡିବାକୁ ଯାଇଁ କୌଣସି ବି ନାଁରେ ଏକ ହ୍ୱାଟସଆପ ଗ୍ରୁପ କ୍ରିଏଟ୍ କରିପାରିବେ । ଏହାପରେ ଯେଉଁ ଟ୍ରେନର ଲାଇଭ ଷ୍ଟାଟସ ଜାଣିବାର ଥିବ, ଏହି ହ୍ୱାଟସଆପ ଗ୍ରୁପରେ ଟେନ ଏବଂ ଟ୍ରେନ ନମ୍ବର ଲେଖି ସେଣ୍ଡ କରି ଦିଅନ୍ତୁ । ତେବେ ସେଣ୍ଡ କରିବାର ମାତ୍ର ୧୦ ସେକେଣ୍ଡରେ ଆପଣଙ୍କୁ ଆପଣଙ୍କର ଟ୍ରେନର ଲାଇଭ ଷ୍ଟାଟସ ଏହି ହ୍ୱାଟସଆପ ଗ୍ରୁପରେ ମିଳିଯିବ ।

ସେହିଭଳି ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର ମେସେଜ ସର୍ଭରରେ ପହଂଚି ନଥିବ ସେତେବେଳ ଯାଏ ଆପଣଙ୍କୁ କୌଣସି ରେସପନ୍ସ ମିଳିପାରିବ ନାହିଁ, ଏଥିପାଇଁ ଯେପର୍ଯ୍ୟନ୍ତ ଡବଲ ଟିକ୍ ନ ହୋଇଛି ସେପର୍ଯ୍ୟନ୍ତ ଆପଣଙ୍କୁ ଟିକିଏ ଅପେକ୍ଷା କରିବାକୁ ହେବ । କାରଣ ବେଳେ ବେଳେ ସର୍ଭରରେ ମାତ୍ରାଧିକ ଟ୍ରାଫିକ୍ ହେବା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ ।