ଡିସେମ୍ବର ୧୫ରୁ ଚାଲିବ ୨୨ ଯୋଡ଼ା ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍ ! ସାଲିମାର-ଭଞ୍ଜପୁର ଓ ଭଞ୍ଜପୁର-ପୁରୀ ରୁଟରେ ହେବ ଚଳାଚଳ

32

କନକ ବ୍ୟୁରୋ: ଶୀତଦିନେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ପୂର୍ବ ରେଳବାଇ । ଡିସେମ୍ବର ୧୫ରୁ ଏହି ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଆରମ୍ଭ ହେବ । ସାଲିମାର-ଭଞ୍ଜପୁର-ସାଲିମାର ରୁଟରେ ସାପ୍ତାହିକ ୧୧ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟ ୧୧ ଯୋଡା ଟ୍ରେନ୍ ଭଞ୍ଜପୁର-ପୁରୀ-ଭଞ୍ଜପୁର ରୁଟରେ ଚଲାଇବାକୁ ଦକ୍ଷିଣ ପୂର୍ବ ରେଳବାଇ ନିଷ୍ପତ୍ତି ନେଇଛି ।

ପ୍ରତି ଶୁକ୍ରବାର ଅପରାହ୍ନ ୫ଟା ୩୫ରେ ସ୍ୱତନ୍ତ୍ର ଟ୍ରେନ୍ ସାଲିମାର ଛାଡୁଥିବା ବେଳେ ଭଞ୍ଜପୁରରେ ପହଞ୍ଚିବ ରାତି ୧୦ଟା ୪୫ ମିନିଟରେ । ସେପଟେ ବୀପରିତ ପ୍ରାନ୍ତରୁ ପ୍ରତି ରବିବାର ସକାଳ ୬.୧୫ ମିନିଟରେ ଭଞ୍ଜପୁରରେ ଛାଡିବ ଏହି ସ୍ୱତନ୍ତ୍ର ଟ୍ରେନ୍ ଏବଂ ସାଲିମାରରେ ଦିନ ୧୨.୨୦ରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଏଥିରେ ୬ଟି ଦ୍ୱିତୀୟ ଶ୍ରେଣୀ କୋଚ୍ ରହିଛି । ଏହି ସ୍ୱତନ୍ତ୍ର ଟ୍ରେନର ସାନ୍ତରାଗାଛି, ପାଂଶକୁରା, ଖଡଗପୁର, ବେଲଦା, ଜଳେଶ୍ୱର, ବସ୍ତା, ରୁପସା, ଜୁଗପୁରା, ବେତନଟି, କ୍ରିଷ୍ଣଚନ୍ଦ୍ରପୁର ଏବଂ ବାରିପଦାରେ ଷ୍ଟପେଜ୍ ରହିଛି। ସେପଟେ ସ୍ୱତନ୍ତ୍ର ଟ୍ରେନ୍ ୦୮୦୯୧ ପ୍ରତି ଶୁକ୍ରବାର ୧୧.୫୦ ମିନିଟରେ ଭଞ୍ଜପୁର ଛାଡିବ ଏବଂ ପୁରୀରେ ସକାଳ ୬.୩୦ ମିନିଟରେ ପହଞ୍ଚିବାର ସୂଚନା ରହିଛି ।

ବୀପରିତ ପ୍ରାନ୍ତରୁ ଆସୁଥିବା ଟ୍ରେନଟି ପ୍ରତି ଶନିବାର ପୁରୀରୁ ୧୦.୪୫ ମିନିଟରେ ବାହାରିବ ଏବଂ ପରଦିନ ୪ଟା ୪୫ରେ ଭଞ୍ଜପୁରରେ ପହଞ୍ଚିବ। ଏଥିରେ ମଧ୍ୟ ୬ଟି ଦ୍ୱିତୀୟ ଶ୍ରେଣୀ ବଗି ରହିଛି । ବାରିପଦା, ବେତନଟୀ, ରୁପସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, କଟକ, ଭୁବନେଶ୍ୱର ଓ ଖୋର୍ଧା ଷ୍ଟେସନରେ ଟ୍ରେନ୍ ରହଣିର ବ୍ୟବସ୍ଥା ହୋଇଛିା ଯାତ୍ରୀମାନେ ଏ ବ୍ୟବସ୍ଥାର ଲାଭ ନେବାକୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।