ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌ ! ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଚାଲିବ ୮ଟି ଟ୍ରେନ୍‌

38

ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ । ନଭେମ୍ବର ୧୬ ପର୍ଯ୍ୟନ୍ତ ସାନ୍ତ୍ରାଗାଚ୍ଛି-ହପା ଏସି ସୁପରଫାଷ୍ଟ ଟ୍ରେନ୍‌(୦୨୮୩୪) ପ୍ରତ୍ୟେକ ଶୁକ୍ରବାର ଚଳାଚଳ କରିବ । ଅକ୍ଟୋବର ୧୫ରୁ ନଭେମ୍ବର ୧୯ ତାରିଖ ଯାଏ ଟ୍ରେନ୍‌ ନମ୍ବର (୦୨୮୩୩) ପ୍ରତ୍ୟେକ ସୋମବାର ହପାରୁ ସାନ୍ତ୍ରାଗାଚ୍ଛି ପର୍ଯ୍ୟନ୍ତ ଚାଲିବ । ସାନ୍ତ୍ରାଗାଚ୍ଛି-ଚେନ୍ନା‌ଇ ସେଣ୍ଟ୍ରାଲ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୬୦୫୭) ଡିସେମ୍ବର ୨୭ ପର୍ଯ୍ୟନ୍ତ ପ୍ର‌ତ୍ୟେକ ଗୁରୁବାର ଦିନ ଚଳାଚଳ କରିବ । ଚେନ୍ନାଇ ସେଣ୍ଟ୍ରାଲରୁ ଟ୍ରେନ୍‌(୦୬୦୫୮) ଡିସେମ୍ବର ୨୬ ପର୍ଯ୍ୟନ୍ତ ପ୍ର‌େତ୍ୟକ ବୁଧବାର ଯିବ । ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନରେ ରହିବ ।

ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଟ୍ରେନ୍‌(୦୨୮୪୧) ନଭେମ୍ବର ୧୬ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ସାନ୍ତରାଗାଚ୍ଛିରୁ ବାହାରି ଚେନ୍ନାଇ ସେଣ୍ଟ୍ରାଲରେ ପହଞ୍ଚିବ । ନଭେମ୍ବର ୧୭ ପର୍ଯ୍ୟନ୍ତ ଚେନ୍ନାଇ ସେଣ୍ଟ୍ରାଲରୁ ଟ୍ରେନ୍‌ (୦୨୮୪୨) ପ୍ରତ୍ୟେକ ଶନିବାର ସାନ୍ତ୍ରାଗାଚ୍ଛି ପର୍ଯ୍ୟନ୍ତ ଚଳାଚଳ କରିବ । ଏଥିରେ ୪ଟି ଏସି ୨ ଟାୟାର ବଗି ଥିବା ବେଳେ ୫ଟି ଏସି ୩ ଟାୟାର ଓ ୪ଟି ସ୍ଲିପର ଶ୍ରେଣୀ ବଗି ରହିଛି । ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ,‌ ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ । ସାଲିମାର-ଜୟପୁର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୮୦୬୧) ଅକ୍ଟୋବର ୧୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ଚଳାଚଳ କରିବ । ଜୟପୁରରୁ ସାଲିମାର ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ଟ୍ରେନ୍‌(୦୮୦୬୨) ଚାଲିବ ।

ଅନ୍ୟପକ୍ଷରେ ନଭେମ୍ବର ୧୭ ତାରିଖ ପର‌୍ୟ୍ୟନ୍ତ ସାନ୍ତ୍ରାଗାଚ୍ଛି-ପୁରୀ ସାପ୍ତାହିକ ଟ୍ରେନ୍‌ ଚାଲିବ । ପ୍ରତି ଶନିବାର ସାନ୍ତ୍ରାଗାଚ୍ଛିରୁ ପୁରୀ ପର‌୍ୟ୍ୟନ୍ତ ଟ୍ରେନ୍‌(୦୮୪୦୪) ଚଳାଚଳ କରିବାକୁ ଥିବା ବେଳେ ପ୍ରତ୍ୟେକ ଶୁକ୍ରବାର ପୁରୀରୁ ସାନ୍ତ୍ରାଗାଚ୍ଛି ପର‌୍ୟ୍ୟନ୍ତ ଟ୍ରେନ୍‌ (୦୮୪୦୩) ଚାଲିବ । ଏହା ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଖୋର୍ଧାରୋଡ୍‌ ଷ୍ଟସନରେ ରହିବ । ସେହିପରି ସାଲିମାର-ପୁରୀ ସାପ୍ତାହିକ ଏସି ସ୍ବତନ୍ତ୍ର ଟ୍ରେନ୍‌(୦୮୦୩୭) ପ୍ରତ୍ୟେକ ଗୁରୁବାର ସାଲିମାରରୁ ବାହାରି ପୁରୀରେ ପହଞ୍ଚିବ । ପ୍ରତ୍ୟେକ ଶୁକ୍ରବାର ଟ୍ରେନ୍‌(୦୮୦୩୮) ପୁରୀରୁ ସାଲିମାର ପର‌୍ୟ୍ୟନ୍ତ ଚଳାଚଳ କରିବ । ୩ଟି ଏସି ୨ ଟାୟାର, ୮ଟି ଏସି ୩ ଟାୟାର ବିଶିଷ୍ଟ ଏହି ଟ୍ରେନ୍‌ ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଭୁବନେଶ୍ବର, ଖୋର୍ଧା ରୋଡ ଓ ସାକ୍ଷୀଗୋପାଳ ଷ୍ଟେସନରେ ରହିବ ।

ହାୱଡା-ରାଞ୍ଚି ତ୍ରି-ସାପ୍ତାହିକ ‌ସ୍ପେଶାଲ ଟ୍ରେନ୍‌(୦୮୬୨୭/ ୦୮୬୨୮) ହାୱଡାରୁ ରାଞ୍ଚି ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର, ସୋମବାର ଓ ମଙ୍ଗଳବାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଚାଲୁରହିବ । ସାନ୍ତ୍ରାଗାଚ୍ଛି-ପୁଡ଼ୁଚେରୀ ସା‌ପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୬୦୦୯) ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ସାନ୍ତ୍ରାଗାଚ୍ଛିରୁ ପୁଡ଼ୁଚେରୀକୁ ଯିବ । ଟ୍ରେନ୍‌(୦୬୦୧୦) ପ୍ରତ୍ୟେକ ଶନିବାର ପୁଡୁଚେରୀରୁ ବାହାରି ସାନ୍ତ୍ରାଗାଚ୍ଛି ଯାଏଁ ଚଳାଚଳ କରିବ । ଏହା ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍‌, ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ‌େର ଅଟକିବ ।

HumanJunction

ଅପରପକ୍ଷେ ତିତଲି ପାଇଁ ଭୁବନେଶ୍ବରରୁ ବେଙ୍ଗାଲୁରୁ କ୍ୟାଣ୍ଟ ପର୍ଯ୍ୟନ୍ତ ସୁପରଫାଷ୍ଟ ତତ୍‌କାଳ ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ସକାଳ ୭ଟା ୫୦ରେ ଭୁବନେଶ୍ବର ରେଳଷ୍ଟେସନରୁ ଛାଡ଼ିବ । ବ୍ରହ୍ମପୁର, ବଜୟନଗରମ୍‌, ବିଶାଖାପାଟଣା, ବିଜୟୱାଡା, କାଟପାଡ଼ି ଓ ବାଙ୍ଗରାପେଟ ଦେଇ ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ରେ ବେଙ୍ଗାଲୁରୁରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।