ଖୁବ୍ ଶୀଘ୍ର ଆପଣଙ୍କ କଲ୍ ରେଟ୍ ହେବ ଶସ୍ତା !

24

ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ଖୁବ୍ ଶୀଘ୍ର ଗ୍ରାହକମାନଙ୍କୁ ଶସ୍ତା କଲିଂ ଭେଟି ଦେବାକୁ ଯାଉଛି । ଟ୍ରାଇ ମୋବାଇଲ୍ ଅପରେଟର୍ସଙ୍କ ସହ ସଂଯୁକ୍ତ କଲିଂ ପାଇଁ ଦିଆ ଯାଇଥିବା ତଥା ପୂର୍ବ ନିର୍ଦ୍ଧାରିତ ଶୁଳ୍କରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି । ତେବେ ଇଂଟରକନେକ୍ଟ ୟୁଜର ଚାର୍ଜ ହେଉଛି ସେହି ଚାର୍ଜ ଯାହା କି ‘ଟର୍ମିନେଟ୍’ କରିବା ଉଦ୍ଦେଶ୍ୟରେ ଗୋଟିଏ ଅପରେଟର ଅନ୍ୟ କୌଣସି ଅପରେଟରଠାରୁ ଆଣିଥାଏ ।

ସୂଚନା ମୁତାବକ, ନିର୍ଦ୍ଧାରିତ ସମୟରେ ଇଂଟରକନେକ୍ଟ ୟୁଜର୍ ଚାର୍ଜସେ ବା ଆଇୟୁସି ୧୫ ପଇସା ପ୍ରତି ମିନିଟ୍ ରହିଛି । ଯାହାକି ଏହି ସିଦ୍ଧାନ୍ତ ପରେ ଏହା ୧୦ ପଇସାକୁ କମି ଆସି ହୋଇପାରେ । ଏହା ଗ୍ରାହକଙ୍କ ପାଇଁ ଏକ ଉପହାର ଭଳି ହେବ । କାରଣ ଦୀର୍ଘ ଏକ ବର୍ଷ ଧରି ଜିଓ ଯେଭଳି ପ୍ରକାରେ ଇଂଟରନେଟ୍ ଡାଟା ଏବଂ ମାଗଣା କଲଂ ଭଳି ସୁବିଧା ଦେଇ ଟେଲିକମ୍ ଜଗତରେ ହଇଚଇ ସୃଷ୍ଟି କରିଛି ଯାହାଦ୍ୱାରା ଅନ୍ୟ କଂପାନୀମାନଙ୍କ ଚିନ୍ତା ବଢାଇଦେଇଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ଆଇୟୁସି ପକ୍ଷରୁ ଏନେଇ ବିଚାର ବିମର୍ଶ କରାଯାଉଛି । ଅନ୍ୟପକ୍ଷରେ ଏୟାରଟେଲ୍,ଭୋଡାଫୋନ ଏବଂ ଆଇଡିଆ ଭଳି ବଡ ବଡ କଂପାନୀମାନେ ଏହାଦ୍ୱାରା ହଜାର ହଜାର କୋଟି ଟଙ୍କାର ମୁନାଫା କରନ୍ତି । ମାତ୍ର ଜିଓ ଆସିବାଠାରୁ ଏହିସମସ୍ତ କଂପାନୀମାନଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ଯେଉଁଥିପାଇଁକି ଏମାନେ ସବୁବେଳେ ଜିଓ ବିପକ୍ଷରେ ଅଛନ୍ତି ।

ସୌଜନ୍ୟ: ଅମର ଉଜାଲା