ସରକାର ପୁଣିଥରେ ପିସିଓ (ପବ୍ଲିକ୍ କଲ୍ ଅଫିସ୍) ଭଳି ବୁଥ୍ ସେବା ପୁର୍ନସ୍ଥାପନ କରିବାକୁ ଯୋଜନା କରିଛନ୍ତି । କିନ୍ତୁ ଏଥରକ ଏହି ବୁଥ୍ କୌଣସି ଫୋନ୍ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଇଂଟରନେଟର ବ୍ୟବହାର ପାଇଁ ୱାଇ-ଫାଇ ସେବାର ଏକ ମାଧ୍ୟମ ଭଳି କାମ କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ଦ ଇକୋନୋମିକ୍ସ ଟାଇମରେ ପ୍ରକାଶିତ ଖବର ମୁତାବକ, ଭାରତୀୟ ଦୂର ସଂଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ସାର୍ବଜନୀକ ୱାଇ-ଫାଇ ତଥା ହଟସ୍ପଟ ସ୍ଥାପନା କରିବାକୁ ପ୍ରାୟୋଗିକ ବା ପରୀକ୍ଷଣାତ୍ମକ ପ୍ରୋଜେକ୍ଟ ପାଇଁ ବିଭିନ୍ନ କଂପାନୀମାନଙ୍କୁ ଆମନ୍ତ୍ରିତ କରିଛି ଏବଂ ଏହି ହଟସ୍ପଟ ମାଧ୍ୟମରେ ୨ ଟଙ୍କାରୁ ଆରମ୍ଭରୁ ହିଁ ୱାଇ-ଫାଇର ସୁବିଧା ଉପଲବ୍ଧ ହେବ ।
ତେବେ ଟ୍ରାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ପ୍ରାୟୋଗିକ ବା ପରୀକ୍ଷଣାତ୍ମକ ଆଧାରରେ ସାର୍ବଜନୀକ ଡାଟା କାର୍ଯ୍ୟାଳୟ (ପିଡିଓ) ସ୍ଥାପନାରେ ରୁଚି ରଖୁଥିବା କଂପାନୀମାନଙ୍କଠାରୁ ଆବେଦନ ଆମନ୍ତ୍ରିତ କରାଯାଇଛି ବୋଲି ଟ୍ରାଇ କହିଛି । ତେଣୁ ଏଥିପାଇଁ ଉତ୍ପାଦ ପାଉଚର ଆକାରରେ ତିଆରି କରାଯିବ ।
ଯାହାକି ୨-୨୦ ଟଙ୍କା ପର୍ଯ୍ୟନ୍ତ ରଖାଯିବା ସହ ଏହାର ଆଦେବନପତ୍ର ଜମା କରିବାର ଶେଷ ଅବଧି ରହିଛି ୨୫ ଜୁଲାଇ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଖାଲି ସେତିକି ନୁହେଁ ଗତ ମାର୍ଚ୍ଚ ମାସରେ ଟ୍ରାଇ ୱାଇ-ଫାଇ ଉପକରଣ ଉପରେ ଶୁଳ୍କ କମ୍ କରିବାକୁ ସୁପାରିସ୍ କରିଥିଲା ଏବଂ ଶସ୍ତା ଦାମରେ ସାର୍ବଜନୀକ ୱାଇ-ଫାଇ ସେବା ପାଇଁ ସାର୍ବଜନୀକ ଡାଟା ଅଫିସ୍ ଏବଂ ଏଗ୍ରିଗେଟର୍ସଙ୍କ ଆଇଡିଆ ଉପରେ ବିଚାର ମଧ୍ୟ କରିଥିଲା ।