ବନ୍ଦ ହେବ ନାହିଁ ଆପଣଙ୍କର ସିମକାର୍ଡ ! ଟେଲିକମ କଂପାନୀକୁ ଟ୍ରାଇ ଦେଲା ନିର୍ଦ୍ଦେଶ

1,216

ନିଜ ନମ୍ବରରୁ ଚାଲୁ ରଖିବା ପାଇଁ କିଛି ଦିନ ହେଲା ଟେଲିକମ କଂପାନୀମାନେ ତଥା ଏୟାରଟେଲ, ଭୋଡାଫୋନ-ଆଇଡିଆ ନିଜ ନିଜର ଗ୍ରାହକମାନଙ୍କୁ ପ୍ରତ୍ୟେକ ମାସ ୩୫ ଟଙ୍କା ରିଚାର୍ଜ କରିବାକୁ ବାଧ୍ୟତାମୂଳକ ବୋଲି ସତର୍କ କରାଇଥିଲେ । ଏପରିକି କଂପାନୀମାନଙ୍କ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଥିଲା କି, ଯଦି ୟୁଜର୍ସ କଂପାନୀମାନଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ମିନିମମ ରିଚାର୍ଜ ନକରନ୍ତି ତେବେ ସେମାନଙ୍କର ନମ୍ବର ବନ୍ଦ କରିଦିଆଯିବ । ଖାଲି ଏତିକି ନୁହେଁ ଏନେଇ କଂପାନୀମାନଙ୍କ ତରଫରୁ ଗ୍ରାହକଙ୍କ ନିକଟକୁ ମେସେଜ ମଧ୍ୟ ପଠାଯାଉଥିଲା । ହେଲେ ଏବେ ଏହି ମାମଲାକୁ ନେଇ ଏକ ନୂଆ ଅପଡେଟ ଆସିଛି । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ ଟେଲିକମ କଂପାନୀ ମାନଙ୍କୁ ପ୍ରିପେଡରେ ସର୍ବନିମ୍ନ ରିଚାର୍ଡ ମାମଲାରେ ଜବାବ ତଲବ କରିଛି । ଏଥିସହିତ ହିଁ କୌଣସି ଗ୍ରାହକଙ୍କର ସିମକାର୍ଡ ବନ୍ଦ ନକରିବାକୁ ଟେଲିକମ କଂପାନୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛି । ଟ୍ରାଇ କହିଛି କି, ଯେଉଁ ଗ୍ରାହକମାନଙ୍କ ଖାତାରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ରହିବା ସହିତ, ମାସିକ ଅବଧି ଜାରି ରହିବା ସତ୍ୱେ ବି ତାଙ୍କର କନେକସନକୁ ବନ୍ଦ ନକରିବାକୁ କଂପାନୀ ପକ୍ଷରୁ କୁହାଯାଇଛି । ତାହା ଉଚିତ ନୁହେଁ ।

ଟ୍ରାଇର ଚେୟାରମ୍ୟାନ ଆରଏସ ଶର୍ମାଙ୍କ ସୂଚନା ମୁତାବକ, ଟାରିଫ୍ ଏବଂ ଶସ୍ତା ଡାଟା ପ୍ଲାନକୁ ନେଇ ଆମେ ଆସାଧରଣତଃ ହସ୍ତକ୍ଷେପ କରିନଥାଉ । ହେଲେ ଖାତାରେ ପର୍ଯ୍ୟାପ୍ତ ବାଲାନ୍ସ ଥିବା ସତ୍ୱେ ବି ଯଦି ଲୋକଙ୍କୁ କୁହାଯାଏ କି, ସେମାନଙ୍କର ସେବାଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହା ଠିକ୍ ନୁହେଁ । ସେ କହିଛନ୍ତି କି, ଏସଂପର୍କରେ ସର୍ଭିସ ପ୍ରୋଭାଇଡର୍ସଙ୍କୁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାହା ସେମାନେ ମାନିବାକୁ ବାଧ୍ୟ । ଟ୍ରାଇ ଆହୁରୀ ମଧ୍ୟ କହିଛି କି, ଟେଲିକମ କଂପାନୀ ମାନେ ନିଜର ରାଜସ୍ୱ ବଢାଇବା ପାଇଁ ୩୫ ଟଙ୍କାରୁ ଆରମ୍ଭ ହେଉଥିବା ସର୍ବନିମ୍ନ ମାସିକ ରିଚାର୍ଜ ପ୍ଲାନ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ତେଣୁ ଲୋକଙ୍କ ଅଭିଯୋଗକୁ ଆଧାର କରି ଟ୍ରାଇ ଭାରତୀୟ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆକୁ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଉଭୟ କଂପାନୀ ତିନି ଦିନ ମଧ୍ୟରେ ନିଜର ଗ୍ରାହକଙ୍କୁ ଜଣାଇବେ କି ସେମାନଙ୍କର ବର୍ତ୍ତମାନର ପ୍ଲାନର ବୈଧତା କେବେ ଶେଷ ହେବ ।

ଟ୍ରାଇ ଉଭୟ କଂପାନୀକୁ ନିର୍ଦ୍ଦେଶ ଦେଇଛି କି, ସେମାନେ ଗ୍ରାହକଙ୍କୁ ଜଣାଇବେ କି,  ପ୍ରିପେଡ ଖାତାରେ ସର୍ବନିମ୍ନ ରିଚାର୍ଜ ପ୍ଲାନ ଜରିଆରେ ଅନ୍ୟ ଉପଲବ୍ଧ ପ୍ଲାନର ଫାଇଦା କିଭଳି ଉଠାଇପାରିବେ ଏବଂ ଏଥି ସହିତ ହିଁ ବୈଧତା ଶେଷ ହେବା ପୂର୍ବରୁ ଗ୍ରାହକଙ୍କୁ ସୂଚିତ କରିବାକୁ ହେବ । ଏଥି ସହିତ ହିଁ  ଟ୍ରାଇ ଭାରତୀୟ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆକୁ କହିଛି କି, ଟ୍ରାଇର ନିର୍ଦ୍ଦେଶ ପାଳନ ହେବା ପର୍ଯ୍ୟନ୍ତ  କଂପାନୀମାନେ ସେ ସମସ୍ତ ଗ୍ରାହକମାନଙ୍କର ସେବାଗୁଡିକୁ ବନ୍ଦ ନକରନ୍ତୁ , ଯେଉଁମାନଙ୍କର ଆକାଉଂଟରେ ସର୍ବନିମ୍ନ ରିଚାର୍ଜ ରାଶି ବରାବର ରାଶି ନାହିଁ । ତେବେ ମୋଟ ଉପରେ କହିବାକୁ ଗଲେ, ବର୍ତ୍ତମାନ ଏସଂପର୍କରେ କୌଣସି ବି ନିଷ୍ପତି ସ୍ପଷ୍ଟ ହୋଇପାରିନାହିଁ । ତେଣୁ ଏଭଳି ପରିସ୍ଥିତିରେ ଟେଲିକମ କଂପାନୀମାନେ ଆପଣଙ୍କ ସିମକାର୍ଡ ବନ୍ଦ କରିପାରିବେ ନାହିଁ ।