ଗ୍ରାହକଙ୍କଠାରୁ ଓଭରଚାର୍ଜ ନେଇ ଫସିଲା ଆଇଡିଆ ! ଟ୍ରାଇ ଲଗାଇଲା ୨.୯୭ କୋଟି ଟଙ୍କାର ଜରିମାନା

29

ଟେଲିକମ୍ ରେଗ୍ୟୁଲେଟର ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଟେଲିକମ୍ କଂପାନୀ ଆଇଡିଆ ଉପରେ ଲଗାଇଛି ୨.୯୭ କୋଟି ଟଙ୍କାର ଜରିମାନା । ଯାହାର ମୁଖ୍ୟ କାରଣ ଥିଲା, ଆଇଡିଆ ନିଜ ଗ୍ରାହକଙ୍କଠାରୁ ବିଏସଏନଏଲ୍ ଏବଂ ଏମଟିଏନଏଲ୍ ନେଟୱର୍କ ଉପରେ କଲ୍ ପାଇଁ ଅଧିକା ଚାର୍ଜ ନେଉଥିଲା । ଯାହାକୁ ଆଇଡିଆ ତାର ଗ୍ରାହକଙ୍କୁ ଆଉ ଫେରାଇ ପାରିବ ନାହିଁ ତେଣୁ ଏହି ଟଙ୍କାକୁ ଆଇଡିଆକୁ ଟେଲିକମ୍ ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ ଟିସିଇପିଏଫ୍ ରେ ଜମା କରିବାକୁ ପଡିବ ।
ସୂଚନା ମୁତାବକ, ଏହି ଘଟଣାଟି ହେଉଛି ୨୦୦୫ର । ଯେତେବେଳେ ଟେଲିକମ୍ ଡିପାର୍ଟମେଂଟ ଅପରେଟର୍ସଙ୍କୁ ୪ଟି ରାଜ୍ୟ ତଥା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶରେ ଇଂଟରନେଟ୍ ସର୍ଭିସ୍ ଏରିୟା କନେକ୍ଟଭିଟିର ଲାଇସେନ୍ସ ଦେଇଥିଲା । ପରବର୍ତ୍ତି ସମୟରେ ଏହାକୁ ସଂଶୋଧନ କରାଯାଇଥିଲା ଏବଂ ଏହି ଚାରୋଟି ଯାକ ରାଜ୍ୟରେ କଲ ରାଉଟିଂ ପାଇଁ ସମସ୍ତ କଲଗୁଡିକୁ ଲୋକାଲ୍ କଲ୍ ଭାବେ ଧରାଯାଇଥିଲା ।

ଟ୍ରାଇର କହିବା କଥା ହେଲା, ସଂଶୋଧନ ସତ୍ୱେ ମଧ୍ୟ ଅନେକ ଅପରେଟରମାନେ ବିଏସଏନଏଲ୍ ଏବଂ ଏମଟିଏନଏଲ ନେଟୱର୍କରେ କଲ୍ କରିବା ଉପରେ ଅଧିକ ଟଙ୍କା ନେଇଥିଲେ । ଟ୍ରାଇ ଆଡଭାଇଜର ଏସଟି ଅବାସଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା କି, ଟ୍ରାଇ ନିର୍ଦ୍ଦେଶ ଦେଉଛି କି, ମଇ ୨୦୦୫ରୁ ଜାନୁୟାରୀ ୨୦୦୭ ମଧ୍ୟରେ ନିଜ ଗ୍ରାହକମାନଙ୍କଠାରୁ ଅଧିକ ଚାର୍ଜ ନେବା କାରଣରୁ ଆଇଡିଆ କଂପାନୀକୁ ୨,୯୭,୯୦,୧୭୩ ଟଙ୍କା ଜମା କରିବାକୁ ପଡିବ । ଯାହାକୁ ୧୫ ଦିନ ଭିତରେ ପାଳନ କରିବାକୁ ପଡିବ ବୋଲି ଟ୍ରାଇର ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା ।

ସୌଜନ୍ୟ- ଏବିପି ନ୍ୟୁଜ୍