ମହଙ୍ଗା ପଡିବ ଗାଡ଼ି ପାର୍କିଂ ! ଏଣିକି ବାହନର ଓଜନ ହିସାବରେ ଦେବାକୁ ପଡିବ ଜରିମାନା

41

ଏଣିକି ଅବୈଧ ଢଙ୍ଗରେ ଗାଡ଼ି ପାର୍କିଂ କଲେ ଦେବାକୁ ପଡିବ ଜରିମାନା । ଆଉ ସେ ପୁଣି ୧୦୦ କି ଦୁଇ ଶହ ନୁହେଁ ବରଂ ଗାଡ଼ିର ଓଜନ ହିସାବରେ ମାଲିକଙ୍କୁ ଦେବାକୁ ପଡିବ ଜରିମାନା । ତେବେ ଏଭଳି ଅଜବ ନିୟମ ଜାରି ହୋଇଛି ଦେଶର ରାଜଧାନୀ ଦିଲ୍ଲୀ ଭଳି ସହରରେ ।

ସୂଚନା ମୁତାବକ, ସହରରେ ଦିନକୁ ଦିନ ବୃଦ୍ଧି ପାଇଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକି ସହରର ବିଭିନ୍ନ ଅଂଚଳରେ ଲାଗୁ କରାଯାଇଛି । ତେବେ ଏହି ନୂଆ ନିୟମ ଅନୁସାରେ ଯଦି କେହି ଅବୈଧ ତରିକାରେ ଗାଡ଼ି ପାର୍କିଂ କରନ୍ତି ତେବେ ଗାଡ଼ି ମାଲିକଙ୍କ ଉପରେ ଗାଡ଼ିର ଓଜନ ହିସାବରେ ଜରିମାନା ଲାଗୁ କରାଯିବ । ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସ୍, ନଗରନିଗମ ଏବଂ ଅନ୍ୟ ଏଜେନ୍ସିଗୁଡିକୁ ଏହି ନିର୍ଦ୍ଦେଶ ଆଧାରରେ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଯଦି କୌଣସି ବ୍ୟକ୍ତିବିଶେଷଙ୍କ ଗାଡ଼ି ୨୫୦୦୦ କିଲୋ ରହିଛି ତେବେ ଏଥିପାଇଁ ତାଙ୍କୁ ୧୫୦୦ ଟଙ୍କାର ଚାଲାଣ ତଥା ଜରିମାନା ଦେବାକୁ ପଡିବ ।

ଖାଲି ସେତିକି ନୁହେଁ, ଏଥିପାଇଁ ମଧ୍ୟ ରାଜଧାନୀ କିଛି ସଡ଼କକୁ ଚିହ୍ନଟ କରାଯାଇଛି ଏବଂ ଏହି ସଡ଼କ ଗୁଡିକୁ ନୋ ଟଲେରାନ୍ସ ଜୋନ ମଧ୍ୟ ଘୋଷଣା କରାଯାଇଛି । ଯଦି ଏହି ସଡ଼କଗୁଡିକରେ କେହି ଗାଡ଼ି ରଖନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗୁ କରାଯିବ । ଏନେଇ ବର୍ତ୍ତମାନ ବଜାର ଏବଂ ବ୍ୟବସାୟୀକ ଅଂଚଳରେ ଗାଡ଼ି ସୋ’ରୁମ ମାଲିକ , ଅନ୍ୟ ସୋ’ରୁମ ବ୍ୟତୀତ ସେଠାରେ ଥିବା ଦୋକାନୀ ମାଲିକଙ୍କୁ ସୂଚିତ ମଧ୍ୟ କରି ଦିଆଯାଇଛି ଯେ, ସେମାନେ ନିଜ ନିଜର ଗାଡ଼ିଗୁଡିକୁ ସଡ଼କ ଉପରେ ନ ରଖିବାକୁ ।

ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀରେ ଲଗାତର ଭାବେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଏଭଳି କଟକଣା ଜାରି କରିଛନ୍ତି ।