ଚୋରି ହେଲେ ଚିନ୍ତା ନାହିଁ ! ଗାଡିକୁ ଛୁଇଁବା କ୍ଷଣି ଫୋନକୁ ଚାଲିଆସିବ ମେସେଜ, ଶୁଣାଯିବ ଗାଡି ପାଖରେ ଥିବା ଲୋକର କଥା

କାର, ବାଇକ, ଫୋନ , ବ୍ୟାଗ କିମ୍ବା ଅନ୍ୟ କୌଣସି ଜିନିଷର ରିୟଲ ଟାଇମ ପୋଜିସନ ଜାଣି ପାଇପାରିବେ

148

ଭାରତୀୟ ବଜାରରେ ଉଭୟ କାର ଏବଂ ବାଇକର ଡିମାଣ୍ଡ ଯେତେ ଅଧିକ, ସେତିକି ଏହାର ଚୋରିକୁ ନେଇ ବି ଅନେକ ଘଟଣାମାନ ସାମ୍ନାକୁ ଆସିଛି । ହେଲେ ଏବେ ବଜାରରେ ରିୟଲ ଟାଇମ ମିନି ଟ୍ରାକିଂ ଡିଭାଇସ ଆସି ଯାଇଛି । ଯାହା ଦ୍ୱାରା ଆପଣ ଏହି ଡିଭାଇସ ଜରିଆରେ ନିଜର ଚୋରି ହୋଇଯାଇଥିବା କାର, ବାଇକ, ଫୋନ , ବ୍ୟାଗ କିମ୍ବା ଅନ୍ୟ କୌଣସି ଜିନିଷ ସହିତ କନେକ୍ଟ କରି ତାର ରିୟଲ ଟାଇମ ପୋଜିସନ ସଂପର୍କରେ ସୂଚନା ପାଇପାରିବେ । ଏଭଳି ହିଁ ଏକ ଡିଭାଇସ ହେଉଛି ସିକ୍ୱୋମୋର । ଏହି ଡିଭାଇସକୁ ଆପଣ ଅନଲାଇନ ଷ୍ଟୋରରୁ ମାତ୍ର ୧୫୭୫ ଟଙ୍କା ଦେଇ କିଣିପାରିବେ । ଏହି ଡିଭାଇସ ଜରିଆରେ ଆପଣ ଆପଣଙ୍କର ଚୋରି ହୋଇଯାଇଥିବା କୌଣସି ବି ଜିନିଷ ଅତି ସହଜରେ ଖୋଜି ପାରିବେ । ଏହି ନାନୋ ଡିଭାଇସରୁ ଚୋରକୁ ବି ଅତି ସହଜରେ ଧରି ପାରିବେ ।

ବିନା ଇଂଟରନେଟରେ କରିବ କାମ

ଏହି ଡିଭାଇସର ଖାସ୍ କଥା ହେଲା କି, ଏହା ବିନା ଇଂଟରନେଟ ଏବଂ ୱାଇଫାଇ କନେକ୍ଟରେ ହିଁ କାମ କରିଥାଏ । ଅର୍ଥାତ୍ ଡିଭାଇସକୁ ଟ୍ରାକ କରିବାକୁ କୌଣସି ଲିମିଟ୍ ନାହିଁ । ଏହାକୁ ଭାରତରେ କେଉଠି ବି ଅତି ସହଜରେ ଟ୍ରାକ କରିପାରିବେ । ଏହି ଡିଭାଇସରେ ଏକ ନାନୋ ସିମକୁ ଇନସର୍ଟ କରାଯାଇଥାଏ । ଏବଂ ଏହାକୁ ଆପ ଜରିଆରେ ଟ୍ରାକ କରିପାରିବେ । ତେବେ ଏହି ଡିଭାଇସର ଅନଲାଇନ ଦାମ ରହିଛି ୨,୪୨୯ ଟଙ୍କା । ହେଲେ ଡିକାଉଂଟ ସହିତ ଏହାକୁ ଆପଣ ମାତ୍ର ୧୫୭୫ଟଙ୍କାରେ କିଣିପାରିବେ ।

ଡିଭାଇସରେ କଣ ରହିଛି ଖାସ୍

ଏହି ଡିଭାଇସ ୨ଜି ଜିଏସଏମ/ଜିପିଆରଏସ/ଜିପିଏସ, ଟିସିପି/ଆଇପି ନେଟୱର୍କରେ କାମ କରିଥାଏ । ଡିଭଆଇସରେ ରିଚାର୍ଜେବୁଲ ବ୍ୟାଟେରୀ ରହିଛି , ଯାହାର ବ୍ୟାକଅପ ପାଖାପାଖି ୩ ଦିନ କାଳ ରହିବ । ଏହା ୱାରଟପ୍ରୁଫ ଅଟେ । ଏଥିପାଇଁ ଏହାକୁ ଆଇପି୬୫ ସାର୍ଟିଫିକେଟ ମଧ୍ୟ ମିଳିଛି । ଏହି ଡିଭାଇସରେ ଏକ ମାଇକ୍ରୋଫୋନ ଦିଆଯାଇଛି । ଅର୍ଥାତ୍ ଡିଭାଇସ ଯେଉଁଠି ବି ରହିବ । ସେଠାକାର କଥା ଆପଣ ଆପଣଙ୍କ ଫୋନରେ ଶୁଣିପାରିବେ । ଖାଲି ଏତିକି ନୁହେଁ , ଡିଭାଇସକୁ ଏସଏମଏସ ଜରିଆରେ ମଧ୍ୟ କନଟ୍ରୋଲ କରିପାରିବେ ।

କି-ଚେନ ଭଳି ଡିଭାଇସ

ଏହି ଡିଭାଇସ କି-ଚେନ ଭଳି ଅଟେ । ଏହାର ପଛ ପଟରେ ଚାର୍ଜିଂ ପଏଂଟ ଏବଂ ତଳେ ଭାଗରେ ସିମ ଟ୍ରେ ଏବଂ ଅନ୍ୟ ପଟରେ ପାୱାର ବଟନ ଏବଂ ଏଲଇଡି ଦିଆଯାଇଛି ।

କିଭଳି କରିବେ କନେକ୍ଟ

ଡିଭାଇସକୁ ସ୍ମାର୍ଟଫୋନ ସହ କନେକ୍ଟ କରିବା ପାଇଁ ଏଥିରେ ନାନୋ ସିମ ଇନସର୍ଟ କରି କ୍ୟାପ ଭଲ ଭାବରେ ଲଗାନ୍ତୁ । ଏହାପରେ ପାୱାର ବଟନରୁ ଏହାକୁ ଅନ କରନ୍ତୁ । ଏବେ ନିଜ ଫୋନରେ ସିକ୍ୱୋମୋର ଆପ ଦିଅନ୍ତୁ ।

କିଭଳି କରିବ କାମ

ଏବେ ଏହି ଆପକୁ ଓପନ କରି ଡିଭାଇସ ପଛରେ ଦିଆଯାଇଥିବା ଉଭୟ ଆଇଏମଇଆଇ ନମ୍ବର ଏବଂ ପାସୱାର୍ଡ ଦେଇ ଏହାକୁ ଲଗଇନ କରନ୍ତୁ । ପୁଣି ରିୟଲ ଟାଇମ ଟ୍ରାକିଂ ଉପରେ କ୍ଲିକ କରନ୍ତୁ । ଟ୍ରାକିଂ ଉପରେ କ୍ଲିକ କରିବା କ୍ଷଣି ହିଁ ଫୋନ ଡିଭାଇସର ଲୋକେସନକୁ ଟ୍ରାକ୍ କରିବା ଆରମ୍ଭ କରିଦେବ ଏବଂ ଆପ ଜରିଆରେ ତାର ପୋଜିସନ ମଧ୍ୟ ମ୍ୟାପ ଉପରେ ନଜର ଆସିବ ।