ଘରେ ବସି ଠିକ୍ କରିପାରିବେ ଆପଣଙ୍କ ଟଚସ୍କ୍ରିନ୍ ମୋବାଇଲ ! ଜାଣନ୍ତୁ କିପରି ?

14

ଅନେକ ଥର ସ୍ମାର୍ଟଫୋନ ହ୍ୟାଙ୍ଗ ହେବାଭଳି ସମସ୍ୟା ଦେଖାଦେଇଥାଏ । ଯାହାର କାରଣ ଅଧିକାଂଶ ସମୟରେ ଟଚସ୍କ୍ରିନର ଧିରେ କାମ କରିବା ଆଦି ହୋଇଥାଏ । ଯେଉଁଥିପାଇଁ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ଘରେ ବସି ଆପଣଙ୍କ ଟଚସ୍କ୍ରିନ୍ ସ୍ମାର୍ଟଫୋନକୁ ଠିକ୍ କରିବାପାରିବେ । ତେବେ ଆସନ୍ତୁ ଜାଣିବା ।

• ଏଥିପାଇଁ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ‘ଟଚସ୍କ୍ରିନ୍ ରିପାୟର’ ଆପକୁ ଡାଉନ୍ ଲୋଡ କରିବାକୁ ପଡିବ । ଏହା ଏକ ଫ୍ରି ଆପ୍ ଅଟେ । ଏଥିସହିତ ଏହା ଫୋନରେ କମ୍ ସ୍ପେସ୍ ନେଇଥାଏ । କାରଣ ଏହା ମାତ୍ର ୬ ଏମବିର ଆପ୍ ଅଟେ ।

• ଯେତେବେଳେ ଆପଣ ଏହି ଆପଟିକୁ ଓପନ୍ କରିବେ ତେବେ ଏଥିରେ ଏକ ମେସେଜ ଆସିଥାଏ । ଯେଉଁଥିରେ କି ତାର ୱାର୍କିଂ ପ୍ରୋସେସ୍ ଓ ବେଷ୍ଟ ରେଜଲ୍ଟ ସଂମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇଥାଏ ।

• ଆପଟିକୁ ଓପନ୍ କରିବା ପରେ ସେଠାରେ ‘ଷ୍ଟାର୍ଟ’ ଅପସନ ଦେଇଥାଏ । ଯାହା ଉପରେ ଆପଣଙ୍କୁ ‘ଓକେ’ କରିବାକୁ ପଡିବ ।

• କ୍ଲିକ୍ କରିବା ପରେ ଆପଣଙ୍କୁ ଦର୍ଶାଯାଇଥିବା ‘ଗ୍ରୀନ ଏରିୟା’ ଉପରେ ‘ଟ୍ୟାପ’ କରିବାକୁ ପଡିବ । ଏପରି କରିବାଦ୍ୱାରା ଏହାର ସ୍କ୍ରିନ୍ ରିପାୟରର ପ୍ରୋସେସ୍ ଆପଣା ଛାଏଁ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏହାକୁ ତୁରନ୍ତ ଟ୍ୟାପ୍ କରିବାକୁ ପଡିବ ।

• ତେବେ ଯେତେବେଳେ ପ୍ରୋସେସ୍ ସଂପୂର୍ଣ୍ଣ ହୋଇଯିବ ସେତେବେଳେ ଏହା ଆପଣଙ୍କ ସ୍ମାର୍ଟଫୋନର ମଡେଲ୍ ଏବଂ ତାର ଅପରେଟିଂ ସିଷ୍ଟମର ଡିଟେଲ୍ ଦେଇଥାଏ ଏବଂ ସର୍ବଶେଷରେ ‘ସକସେସ’ର ମେସେଜ୍ ଆସିଥାଏ ।

ଏହାସହ ମଧ୍ୟ ପଢନ୍ତୁ- କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ! ଆଧାର ନଥିଲେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍