ଜାଣନ୍ତୁ ୧୦ଟି ବିଚିତ୍ର ପୁରୁଷଙ୍କ ସଂପର୍କରେ ! ଯେଉଁମାନେ କି ବିଶ୍ୱରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ

92

ଆପଣ ଜାଣନ୍ତି କି ଦୁନିଆରେ ଏଭଳି ବିଚିତ୍ର ପୁରୁଷ ଅଛନ୍ତି ଯାହାଙ୍କ ସଂପର୍କରେ ଶୁଣିଲେ ଆପଣ ଚକିତ ହୋଇଯିବେ । କାରଣ ଏମାନଙ୍କ ଅଙ୍ଗ ଭଙ୍ଗୀ ଜଣେ ସାଧାରଣ ଲୋକଠାରୁ ସଂପୂର୍ଣ୍ଣ ଭିନ୍ନ । ତେବେ ଏମାନଙ୍କ ମଧ୍ୟରେ କେହି ନିଜ କେଶକୁ ନେଇ ତ ଆଉ କେହିି ନିଜ ଉଚ୍ଚତାକୁ ନେଇ ବିଶ୍ୱରେ ହୋଇଛନ୍ତି ଫେମସ । ଆସନ୍ତୁ ଜାଣିବା ଏଭଳି କିଛି ପୁରୁଷଙ୍କ ସଂପର୍କରେ ଯେଉଁମାନେ କି ନିଜର କିଛି ନିଆରା ବିଶେଷତ୍ୱ ପାଇଁ ବିଶ୍ୱରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ।

ୟୁ ଜେନହ୍ନ୍ୟୁଆନ୍

ଚୀରର ୟୁ ଜେନହ୍ନ୍ୟୁଆନଙ୍କ ଶରୀରର ପ୍ରାୟ ୯୬ ପ୍ରତିଶତ ଭାଗ କେଶଦ୍ୱାରା ଆବୃତ୍ତ । ଏଥିପାଇଁ ସେ ତାଙ୍କ ଜୀବନରେ ବହୁତ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଛି । ଏବେ ସେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚିକିତ୍ସିତ ହେଉଛନ୍ତି ।

ଟାମ୍ ଷ୍ଟେନିଫୋର୍ଡ

ଟାମ୍ ଏମଡିପି ସିଂଟ୍ରୋମର ଶିକାର ଅଟନ୍ତି । ଏହା ଏକ ଦୁର୍ଲଭ ରୋଗ । ବିଶ୍ୱରେ ଏଯାବତ୍ ଏହି ରୋଗରେ ଆଠ ଜଣ ଆକ୍ରାନ୍ତ ଅଛନ୍ତି । ଏହି ରୋଗଦ୍ୱାରା ଶରୀରରୁ ସମସ୍ତ ମାଂସ ସଂପୂର୍ଣ୍ଣ ସଙ୍କୁଚିତ ହୋଇଯାଇଥାଏ ଯାହାଦ୍ୱାରା ଉକ୍ତ ବ୍ୟକ୍ତି ଜଣକ ବିକଟାଳ ଦେଖାଯାଇଥାଏ ।

ସୁଲତାନ କୋସେନ

ସୁଲତାନ ପେସାରେ ଜଣେ କୃଷକ ଅଟନ୍ତି । ତାଙ୍କୁ ବିଶ୍ୱର ସବୁଠାରୁ ଲମ୍ବା ମାନବ ବୋଲି କୁହାଯାଏ । କାରଣ ତାଙ୍କ ଉଚ୍ଚତା ରହିଛି ୮ ଫୁଟ୍ ୩ ଇଂଚ ।

ଚନ୍ଦ୍ର ବହାଦୂର ଦାଂଗୀ

ନେପାଳରେ ବାସକରୁଥିବା ଚନ୍ଦ୍ର ବହାଦୂର ଦାଂଗୀ ହେଉଛନ୍ତି ଦୁନିଆର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମାନବ । କାରଣ ତାଙ୍କ ଉଚ୍ଚତା ହେଲା ୫୪.୬ ସେଂଟିମିଟର । ଆଉ ଏଥିପାଇଁ ତାଙ୍କୁ ଆୱର୍ଡ ମଧ୍ୟ ପ୍ରଦାନ କରାଯାଇଛି ।

ଫ୍ରାସିସ୍କୋ ଡୋମିଙ୍ଗୋ

ଡୋମିଙ୍ଗୋଙ୍କ ମୁଖ ବା ପାଟିର ଆକାର ବହୁତ ବଡ । ତେଣୁ ତାଙ୍କୁ ବିଶ୍ୱର ସବୁଠାରୁ ବଡ ପାଟି ଥିବା ମାନବ ହିସାବରେ ଗଣାଯାଏ । ସେ ନିଜ ପାଟିରେ ପାଣି ବୋତଲ ମଧ୍ୟ ରଖି ଦେଇପାରନ୍ତି । ଆଉ ଏଥିପାଇଁ ତାଙ୍କ ନାଁ ଏବେ ଗିନିଜ୍ ବୁକ୍ ଅଫ୍ ବଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

କାର୍ଲୋସ ‘ହାଫ୍ଲି’ ରାଡରିଗ୍ୟୁଜ୍

ଏକ ଦୁର୍ଘଟଣା କାରଣରୁ କାର୍ଲୋସଙ୍କ ମୁଣ୍ଡ ଅଧା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତାଙ୍କ ମୁଣ୍ଡର ଉପର ଭାଗକୁ ଡାକ୍ତରଙ୍କୁ କାଟିବାକୁ ପଡିଥିଲା । ମାତ୍ର ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଟନ୍ତି ।

ମାଇକଲ ଲୋଟିଟୋ

ମାଇକଲ ହେଉଛନ୍ତି ଦୁନିଆର ଏକ ଅଦ୍ଭୁତ ମାନବ । କାରଣ ଦୁନିଆରେ ଏମିତି କିଛି ଜିନିଷ ନାହିଁ ଯାହାକୁ ସେ ଖାଇ ହଜମ କରି ନାହାଁନ୍ତି । ଗାଡି ଟାୟାରଠାରୁ ଆରମ୍ଭ କରି କାଚ ଆଦି ଜିନିଷକୁ ଖାଇ ହଜମ କରିଦିଅନ୍ତି ମାଇକଲ । ଖାଲି ସେତିକି ନୁହେଁ ସେ ଏକ ଉଡା ଜାହଜକୁ ମଧ୍ୟ ଖାଇ ଦେଇଥିଲେ ଆଉ ସେଥିପାଇଁ ତାଙ୍କୁ ପାଖାପାଖି ଦୁଇମାସ ସମୟ ଲାଗିଥିଲା । ତେବେ ମାତ୍ର ୧୬ ବର୍ଷ ବୟସରେ ସେ ଏଭଳି ଅଦ୍ଭୁତ ଜିନିଷ ସବୁ ଖାଇବା ଆରମ୍ଭ କରିଦେଇଥିଲେ । ୫୭ ବର୍ଷ ବୟସରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଗୈରୀ ଟର୍ନର

ଗୈରୀ ସାଧାରଣତଃ ରବର ମ୍ୟାନ ଭାବରେ ଜଣାଶୁଣା । କାରଣ ସେ ତାଙ୍କ ଚର୍ମକୁ ଯେତେ ପର୍ଯ୍ୟନ୍ତ ଟାଣି ଲମ୍ବା କରିପାରନ୍ତି । ଏହା ବି ଏକ ପ୍ରକାରର ରୋଗ । ସେ ତାଙ୍କ ଚର୍ମଦ୍ୱାରା ଯେ କୌଣସି ବି ଭଙ୍ଗି କରିପାରନ୍ତି ।

ସଜଦ୍ ଘରୀବି

ସଜଦଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମାନବ ବୋଲି ଗଣାଯାଏ । ବର୍ତ୍ତମାନ ସଜଦ୍ ‘ଦ ଇଣ୍ଡିଆନ ହଲ୍କ’ନାମରେ ଫେମସ ।

ଅମୁ ହାଦଜୀ

ଅମୁ ଦୀର୍ଘ ୬୦ ବର୍ଷ ହେଲା ଗାଧେଇ ନାହାନ୍ତି । ଆଉ ଏଥିପାଇଁ ବିଶ୍ୱରେ ହୋଇଛନ୍ତି ଫେମସ । ତେବେ ସେ ଇରାନର ଏକ ଛୋଟ ଗାଁରେ ବାସକରନ୍ତି ।