ଆଜିର ଦିନରେ ତ୍ରିରଙ୍ଗାକୁ ଘୋଷଣା କରାଯାଇଥିଲା ରାଷ୍ଟୀୟ ଧ୍ୱଜ, ଜାଣନ୍ତୁ କିଛି ବିଶେଷ କଥା

66

୧୯୪୭, ଅଗଷ୍ଟ ୧୫ରେ ଇଂରେଜ ଶାସନରୁ ଭାରତ ସଂପୂର୍ଣ୍ଣ ଭାବେ ସ୍ୱାଧୀନତା ପାଇଥିଲା । ଆଉ ଏହାର କିଛି ଦିନ ପୁର୍ବରୁ ଅର୍ଥାତ୍ ୨୨ ଜୁଲାଇ ୧୯୪୭ରେ ଆୟୋଜିତ ହୋଇଥିବା ଭାରତୀୟ ସମ୍ବିଧାନ-ସଭାରେ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ଧ୍ୱଜ ଭାବେ ସ୍ୱୀକୃତି ମିଳିଥିଲା । ରାଷ୍ଟ୍ରୀୟ ଧ୍ୱଜର ଲମ୍ବ ଏବଂ ଚଉଡାର ଅନୁପାତ ରହିଛି ୩:୨ ।

ରାଷ୍ଟ୍ରୀୟ ଧ୍ୱଜ ସହ ଜଡିତ କିଛି ବିଶେଷ କଥା

– ସର୍ବପ୍ରଥମେ ୧୯୨୧ରେ ମହାତ୍ମା ଗାନ୍ଧୀ ନିଜସ୍ୱ ପତାକା ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ପି. ଭେଙ୍କେୟା ଡିଜାଇନ୍ କରିଥିଲେ । ଏଥିରେ ଦୁଇଟି ରଙ୍ଗ ରଖାଯାଇଥିଲା । ‘ଲାଲ୍’ ଯାହା ହିନ୍ଦୁମାନଙ୍କ ପାଇଁ ଏବଂ ‘ନୀଳ’ ଯାହା ମୁସଲିମ୍ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ । ପତାକାର ମଧ୍ୟ ଭାଗରେ ଥିଲା ଚରଖା । ପରବର୍ତ୍ତୀ ସମୟରେ ଏଥିରେ ଅନ୍ୟ ଧର୍ମ ଉଦ୍ଦେଶ୍ୟରେ ଧଳା ରଙ୍ଗ ଯୋଡା ଯାଇଥିଲା । ଆଉ ଚରଖା ଜାଗାରେ ସ୍ଥାନ ପାଇଲା ଅଶୋକ ଚକ୍ର

– ୨୧ ଫୁଟ୍ ଗୁଣା ୧୪ ଫୁଟର ପତାକା ସାରା ବିଶ୍ୱରେ କେବଳ ତିନୋଟି ସ୍ଥାନରେ ଉଡାଯାଇଥାଏ । ଯେଉଁଥିରେ ରହିଛି ମଧ୍ୟପ୍ରଦେଶର ଗ୍ୱାଲିଓର ଜେଲ୍ ସ୍ଥିତ କିଲ୍ଲା, କର୍ଣ୍ଣାଟକର ନାରଗୁଣ୍ଡ ଦୁର୍ଗ ଏବଂ ମହାରାଷ୍ଟ୍ରର ପନହାଲା ଦୁର୍ଗରେ ମଧ୍ୟ ସବୁଠାରୁ ଲମ୍ବା ତ୍ରିରଙ୍ଗା ଉଡାଯାଇଥାଏ

– ୧୯୫୧ରେ ଭାରତୀୟ ମାନକ ବ୍ୟୁରୋ ଅର୍ଥାତ୍ ବିିଆଇଏସ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଧ୍ୱଜ ଉପରେ କିଛି ନିୟମ ପ୍ରଣୟନ କରିଥିଲେ

– ୧୯୬୮ରେ ତ୍ରିରଙ୍ଗା ନିର୍ମାଣ ବାବଦରେ କିଛି ନିୟମ ସ୍ଥିର କରାଗଲା, ଯାହା ଅତ୍ୟନ୍ତ କଠୋର

– କେବଳ ଖଦି କିମ୍ବା ହାତ ତିଆରି କପଡା, ତ୍ରିରଙ୍ଗା ତିଆରି ପାଇଁ ବ୍ୟବହାର ହୋଇଥାଏ

– କପଡା ବୁଣିବାଠାରୁ ଆରମ୍ଭ କରି ତ୍ରିରଙ୍ଗା ତିଆରି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ବାରମ୍ବାର ଯାଂଚ କରାଯାଇଥାଏ

– ତ୍ରିରଙ୍ଗା ତିଆରି ପାଇଁ ଦୁଇ ପ୍ରକାରର ଖଦୀ ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା, ଯାହାଦ୍ୱାରା କପଡା ତିଆରି ହୋଇଥାଏ ଏବଂ ଅନ୍ୟଟି ହେଲା ଝୋଟ କପଡା

– ବୁଣିବାଠାରୁ ଆରମ୍ଭ କରି ବଜାରରେ ପହଂଚିବା ଯାଏଁ ବାରମ୍ବାର ଯାଂଚ ହୋଇଥାଏ । ବିଆଇଏସ୍ ପ୍ରୟୋଗଶାଳା ଗୁଡିକରେ ହୋଇଥାଏ ପରୀକ୍ଷଣ । ଏଥିସହିତ ବୁଣାଯିବା ପରେ ବି ପରୀକ୍ଷଣ ପାଇଁ ପଠାଯାଇଥାଏ

– କଠିନ ଗୁଣବତ୍ତା ପରୀକ୍ଷଣ ପରେ ତାକୁ ଏହାକୁ କାରଖାନାକୁ ପଠାଇ ଦିଆଯାଏ । ଯେଉଁଠି ତାକୁ ତାକୁ ତିନି ରଙ୍ଗରେ ରଙ୍ଗାଯାଏ । କେନ୍ଦ୍ରରେ ଅଶୋକ ଚକ୍ର ଛପାଯାଇ ପୁଣି ଥରେ ପରୀକ୍ଷଣ ପାଇଁ ପଠା ଯାଇଥାଏ

– ବିଆଇଏସ୍ ତ୍ରିରଙ୍ଗାକୁ ଯାଂଚ କରିବା ପରେ ଯାଇ ବଜାରକୁ ବିକ୍ରୀ ପାଇଁ ପଠାଯାଇଥାଏ

ସୌଜନ୍ୟ: ଗାଁଓକନେକ୍ସନ