ଆପଣ କିଣିଥିବା ବ୍ରାଣ୍ଡେଡ ପୋଷାକଟି ବାସ୍ତବରେ ତାହା କି ? ଏହି ୫ଟି ତରିକାରେ ଜାଣନ୍ତୁ ଏହା ଅସଲି ନା ନକଲି

30

ଆଜିକା ଦିନରେ ଫ୍ୟାସନକୁ ନେଇ ଯୁବପୀଢି ମଧ୍ୟରେ ଅଧିକ ଉତ୍କଣ୍ଠା ଭରିରହିଛି । ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅନ୍ୟଠାରୁ ଅଲଗା ତଥା ଭିନ୍ନ ଦେଖାଯିବାକୁ କିଛି ନା କିଛି ନୂଆ ପିନ୍ଧିବାକୁ ଏବଂ ନାଇବାକୁ ଚେଷ୍ଟା କରନ୍ତି । ଆଉ ଯୁବପୀଢିଙ୍କ ମଧ୍ୟରେ ଦେଖାଦେଇଥିବା ଏଭଳି ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ବଜାରରେ ଅନେକ ପ୍ରକାରର ବ୍ରାଣ୍ଡେଡ କଂପାନୀମାନ ମୁଣ୍ଡ ଟେକିଛନ୍ତି । ହେଲେ ଅଧିକାଂଶ ସମୟରେ ଏମିତିବି ହୋଇଥାଏ କି ଆମେ ଯାହାକୁ ବ୍ରାଣ୍ଡ ଭାବି କିଣିପକାନ୍ତି ତାହା ବାସ୍ତବରେ ତାହା ହୋଇନଥାଏ ବରଂ ନକଲି ହୋଇଥାଏ । ବ୍ରାଣ୍ଡ ନାଁରେ ଆମେ ଠକାମୀର ଶିକାର ହୋଇଥାନ୍ତି । ଯଦି ଆପଣଙ୍କ ସହିତ ଏଭଳି କେବେ ଘଟିଛି ତେବେ ଆପଣ ଏଥିପାଇଁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଏଭଳି ଆପଣଙ୍କ ସହ ପୁଣି କେବେ ହୋଇନପାରେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ତରିକା ସଂପର୍କରେ ଜଣାଇବୁ, ଯାହାକୁ ଆପଣ ସାଧାରଣତଃ ସପିଂ କରିବା ସମୟରେ ବ୍ୟବହାର କରି ଅସଲି ଓ ନକଲି ମଧ୍ୟରେ ଫରକ ଜାଣିପାରିବେ ଆଉ ନିଜକୁ ଠକାମୀର ଶିକାର ହେବାରୁ ରକ୍ଷା କରିପାରିବେ ।ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

ଷ୍ଟିଚିଂ

ଆପଣ ବ୍ରାଣ୍ଡେଡ କପଡା ବା ପୋଷାକର ଷ୍ଟିଚିଂ ଉପରେ ଧ୍ୟାନ ଦେଇ ତାହା ଅସଲି କି ନକଲି ସେନେଇ ଜାଣିପାରିବେ । ତେବେ ବ୍ରାଣ୍ଡେଡ କପଡା ବା ପୋଷାକର ଷ୍ଟିଚିଂ ସିଧା , ସ୍ପଷ୍ଟ ଏବଂ ସମାନ ଭଳି ହୋଇଥାଏ । ଷ୍ଟିଚିଂରେ ବ୍ୟବହାର କରାଯାଇଥିବା ସୁତା ମଧ୍ୟ ସମାନ ଧରଣର ହୋଇଥାଏ । ତେଣୁ ଏଥିପାଇଁ ଆପଣ ଫଟୋରେ ଦେଖାଯାଇଥିବା ବଟନ ଉପରେ ନଜର ପକାନ୍ତୁ । ବଟନର ତଳ ଭାଗରେ ତଥା ପେଂଚରେ ଯଦି ବ୍ରାଣ୍ଡର ନାଁ ଲେଖା ଯାଇଛି ତେବେ ଆପଣ ଜାଣିଯିବେ କି ତାହା କୌଣସି ସାଧାରଣ ପେଂଚ ନୁହେଁ । ଯାହାର ଅର୍ଥ ହେଲା କି ଏହା ଅସଲି ଅଟେ ।

ଜିପ

ବ୍ରାଣ୍ଡେଡ୍ କପଡା ବା ପୋଷାକରେ ବ୍ୟବହାର କରାଯାଇଥିବା ଜିପ୍ ବହୁତ ସ୍ମୁଥ ଏବଂ ଭଲ କ୍ୱାଲିଟିର ହୋଇଥାଏ । ଫେକ୍ କପଡା ବା ପୋଷାକରେ ଲାଗିଥିବା ଜିପକୁ ଚିହ୍ନଟ କରିବା ଅତି ସହଜ ଅଟେ । ଏହାକୁ ଜୋରରେ ଖୋଲନ୍ତୁ ଏବଂ ବନ୍ଦ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କୁ ଜଣାପଡିଯିବ କି ଏହା ଅସଲି ନା ନକଲି । କାରଣ, ଅଧିକାଂଶ ବ୍ରାଣ୍ଡେଡ କପଡା ବା ପୋଷାକର ଜିପ୍ ଉପରେ ବ୍ରାଣ୍ଡର ନାଁ ଲେଖାଯାଇଥାଏ ।

ବଟନ

ବ୍ରାଣ୍ଡେଡ୍ କପଡା ବା ପୋଷାକର ଲାଗିଥିବା ବଟନ ଉପରେ ବ୍ରାଣ୍ଡ ତଥା କଂପାନୀର ନାଁ ଲେଖାଯାଇଥାଏ । ସେହିପରି ନକଲି କପଡା ବା ପୋଷାକରେ ସାଧାରଣ ବଟନ ବ୍ୟବହାର କରାଯାଇଥାଏ । ତେଣୁ ସପିଂ କରିବା ସମୟରେ ନିଶ୍ଚୟ ଏହା ଉପରେ ଧ୍ୟାନ ଦିଅନ୍ତୁ ।

ଲୋଗୋ

ଅଧିକାଂଶ ସମୟରେ ଲୋଗୋ ଦେଖି ବ୍ରାଣ୍ଡେଡ କପଡା ବା ପୋଷାକକୁ ଚିହ୍ନଟ କରାଯାଇଥାଏ । ହେଲେ ଆପଣ ଆପଣଙ୍କର ମୋବାଇଲ ଜରିଆରେ ବି ସେହି ବ୍ରାଣ୍ଡର ଲୋଗୋ ଖୋଲି ଆପଣ କିଣିଥିବା ପ୍ରଡକ୍ଟରେ ଥିବା ଲୋଗୋକୁ ମିଶାଇ ଦେଖିପାରିବେ । ଲୋଗୋର ଫଂଟ ସାଇଜରୁ ଏକଥା ଚିହ୍ନଟ କରାଯାଇପାରିବ କି ତାହା ବାସ୍ତବରେ ଅସଲି କି ନୁହେଁ ।

ଟ୍ୟାଗ

ସାଧାରଣତଃ ଆମେ ବ୍ରାଣ୍ଡେଡ କପଡା ବା ପୋଷାକ କିଣିବା ସମୟରେ ସେଥିରେ ଲାଗିଥିବା ଟ୍ୟାଗରୁ ଜାଣିଥାଉକି ତାହା ଅସଲି କି ନୁହେଁ । ମାତ୍ର ବଜାରରେ ଉପଲବ୍ଧ ତାର ନକଲି ତଥା କପିରେ ମଧ୍ୟ ଅବିକଳ ସେହିପରି ହିଁ ଟ୍ୟାଗ ଲଗାଯାଇ ବିକ୍ରି କରାଯାଇଥାଏ । ପରବର୍ତ୍ତି ସମୟରେ ଯେତେବଳେ ଆପଣ ବଜାର ଯାଉଛନ୍ତି ତେବେ ଆପଣ ଟ୍ୟାଗ ଦେଖିବା ବଦଳରେ ଟ୍ୟାଗକୁ ଚିହ୍ନଟ କରିବାକୁ ଚେଷ୍ଟା କରନ୍ତୁ । କାରଣ ଅନେକ ସାରା ବ୍ରାଣ୍ଡ ଏଭଳି ରହିଥାଏ କି ଯେଉଁ କପଡାର ଲିନିଂରେ ଟ୍ୟାଗ ଲଗାଯାଇଥାଏ, ଯାହାର ସହାୟତାରେ ତାହା ଅସଲି କି ନକଲି ତାର ଚିହ୍ନଟ କରାଯାଇପାରିବ ।