ହୁସିଆର୍ ! ପାକିସ୍ତାନ ଛାଡିଲା ନକଲି ନୋଟ୍ । ଜାଣନ୍ତୁ ଆପଣଙ୍କ ପକେଟରେ ଥିବା ୫୦୦ ଓ ୨୦୦୦ଟଙ୍କିଆ ନୋଟ ଅସଲି ନା ନକଲି 

81

ପାକିସ୍ତାନ ଛାପୁଛି ଭାରତୀୟ ନୋଟ୍ । ଯାହାକୁ ନିଶା ସାମଗ୍ରୀ ସହ ଭାରତୀୟ ବଜାରକୁ ଛାଡିଛି ପାକିସ୍ତାନ । ଏକଥା ଆମେ କହୁନାହୁଁ ବରଂ ଏହାର ଖୁଲାସା କରିଛି ଏକ ଗୁପ୍ତ ଏଜେନ୍ସି । ଯେଉଁଥିରେ ସତର୍କ କରାଯାଇଛି କି ପାକିସ୍ତାନ ଏବେ ଭାରତୀୟ ବଜାରକୁ ନକଲି ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ଛାଡିଛି । ତେଣୁ ଆପଣଙ୍କ ପକେଟରେ ଥିବା ନୂଆ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍ ଜାଲ ମଧ୍ୟ ହୋଇପାରେ । ଆଜି ଆମେ ଆପଣଙ୍କୁ ଜଣାଇବୁ କି କିପରି ନକଲି ଏବଂ ଅସଲି ନୋଟ୍ ମଧ୍ୟରେ ଫରକ୍ ଜାଣିପାରିବେ । ତେବେ ଜାଣିବା ପାଇଁ ପଢନ୍ତୁ ପୂରା ଖୂବର ।

୨୦୦୦ଟଙ୍କିଆ ନୋଟ୍ ଚିହ୍ନିବେ କିପରି

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୨୦୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୨୦୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ସେହିପରି ଦେବନଗରୀ ଭାଷାରେ ୨୦୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୨୦୦୦ ଲେଖାଯାଇଥିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୨୦୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ୨ ହଜାର ଟଙ୍କା ଲେଖାଯାଇଥିବ ।

୫୦୦ଟଙ୍କିଆ ନୋଟକୁ ଚିହ୍ନିବେ କିପରି

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୫୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୫୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ସେହିପରି ଦେବନଗରୀ ଭାଷାରେ ୫୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୫୦୦ ଲେଖାଯାଇଥିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୫୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ପାଂଚ ଶହ ଟଙ୍କା ଲେଖାଯାଇଥିବ ।

ନକଲି ନୋଟକୁ କଣ କରିବେ 

• ବ୍ୟାଙ୍କ ଏକ୍ସପର୍ଟଙ୍କ ମତାନୁସାରେ, ଯଦି ଆପଣଙ୍କୁ ଏଟିଏମରୁ ନକଲି ନୋଟ ମିଳିଛି ତେବେ ଏହି ନୋଟକୁ ସର୍ବପ୍ରଥମେ ସେଠାରେ ଉପସ୍ଥିତ ଲୋକଙ୍କୁ ଏବଂ ଗାର୍ଡକୁ ଦେଖାନ୍ତୁ ।

• ଏହାପରେ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ କଲ କରି ଏସଂପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରାନ୍ତୁ ।

• ପୁଲିସକୁ ମଧ୍ୟ ଏସଂପର୍କରେ ଜଣାନ୍ତୁ । ଏହାଦ୍ୱାରା ଆପଣ ବିଭିନ୍ନ ଚିନ୍ତାରୁ ରକ୍ଷା ପାଇପାରିବେ ।

• ଯଦି ଆପଣ ଏଭଳି କରନ୍ତି ତେବେ ଏହା ପ୍ରମାଣିତ ହୋଇଯିବ କି ଆପଣଙ୍କୁ ଏଟିଏମରୁ ହିଁ ନକଲି ନୋଟ୍ ମିଳିଛି ।