ଟ୍ରେନ ଯାତ୍ରା କରୁଛନ୍ତି କି? ତେବେ ଜାଣିରଖନ୍ତୁ କିଭଳି ପାଇବେ ଅଧାଦାମରେ ରେଳ ଟିକେଟ୍

34

କହିବାକୁ ଗଲେ ଦେଶର ପାଖାପାଖି ୯୫ ପ୍ରତିଶତରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଫରକ୍ ଖାଲି ଏତିକି କି କିଛି ଲୋକ ସବୁବେଳେ ଯାତ୍ରା କରିଥାନ୍ତି ତ କିଛି ଲୋକ ବେଳେବେଳେ । ଯଦି ଆପଣ ସବୁବେଳେ ଟ୍ରେନରେ ଯାତ୍ରା କରୁଛନ୍ତି । ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକି ନା ରେଲୱେ ରିଜର୍ଭେସନରେ ଅନେକ ଲୋକଙ୍କୁ ଏକ ସ୍ୱତନ୍ତ୍ର ରିହାତି ଦେଇଥାଏ । ଯେଉଁଥିପାଇଁ ଏହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

ଟ୍ରେନରେ ବୟସ୍କ ତଥା ବୟୋଜ୍ୟେଷ୍ଠ ଏବଂ ଦିବ୍ୟାଙ୍ଗଙ୍କ ବ୍ୟତୀତ ବେରୋଜଗାରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ରିହାତି ରହିଛି । ଆଜ୍ଞା ହଁ ! ଭାରତୀୟ ରେଳମନ୍ତ୍ରାଳୟ ଏଭଳି ଲୋକମାନଙ୍କୁ ଶସ୍ତାରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ବେରୋଜଗାରୀ ଯୁବକ ଯୁବତୀମାନଙ୍କ ଟିକେଟ ଉପରେ ୫୦ରୁ ୧୦୦ ପ୍ରତିଶତ ଡିକକାଉଂଟ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କ୍ଲାସରେ ଲୋକଙ୍କୁ କେତେ ପ୍ରତିଶତ ରିହାତି ମିଳିଥାଏ ।

ବେରୋଜଗାର ଯୁବକ ଯୁବତୀମାନଙ୍କୁ ରେଳ ମନ୍ତ୍ରାଳୟ ତରଫରୁ ସେତେବେଳେ ଯାଇ ରିହାତି ମିଳିବ ଯେତେବେଳେ ସେ ସେଚ୍ୟୁରିଟି ବର୍ଡି, ମ୍ୟୁନିସିପାଲ କର୍ପୋରେସନ , ଗର୍ଭମେଂଟ ଅଣ୍ଡରଟେକିଂ , ୟୁନିଭରର୍ସିଟି କିମ୍ବା ପବ୍ଲିକ ସେକ୍ଟରରେ କାମ କରିବାକୁ ଇଂଟରଭିୟୁ ଦେବାକୁ ଯାଉଥିଲେ । ତେବେ ଏମାନଙ୍କ ଟିକେଟରେ ୫୦ ପ୍ରତିଶତ ରିହାତି ଦିଆଯାଇଥାଏ । ଟିକେଟ ଉପରେ ଏହି ଡିସକାଉଂଟ ସେକେଣ୍ଡ କ୍ଲାସ ଏବଂ ସ୍ଲିପର କ୍ଲାସରେ ମିଳିଥାଏ ।

ଏହାଛଡା ବେରୋଜଗାରୀଙ୍କ ଟିକେଟରେ ସେତେବେଳେ ଯାଇ ରିହାତି ମିଳିଥାଏ , ଯେତେବେଳେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାକିରି ପାଇଁ ଇଂଟରଭିୟୁ ଦେବାକୁ ଯାଉଥିବେ । ଏଠାରେ ବି ତାଙ୍କୁ ସ୍ଲିପର କ୍ଲାସର ଟିକେଟରେ ୫୦ ପ୍ରତିଶତ ଏବଂ ସେକେଣ୍ଡ କ୍ଲାସର ଟିକେଟରେ ୧୦୦ ପ୍ରତିଶତ ରିହାତି ମିଳିଥାଏ ।

ସେହିପରି ଯଦି କୌଣସି ବ୍ୟକ୍ତି ବା ଯୁବକ କୌଣସି ନ୍ୟାସନାଲ ୟୁର୍ଥ ପ୍ରୋଜେକ୍ଟର ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପରେ ଭାଗ ନେବାକୁ ଯାଉଛନ୍ତି ତେବେ ତାଙ୍କୁ ସେକେଣ୍ଡ ଏବଂ ସ୍ଲିପର କ୍ଲାସର ଟିକେଟ ଉପରେ ୫୦ ପ୍ରତିଶତ ରିହାତି ମିଳିଥାଏ । ଏହାବ୍ୟତୀତ ମାନବ ଉତ୍ଥାନ ସେବା ସମିତିର ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପରେ ଭାଗ ନେବାକୁ ଯାଉଥିଲେ ଟିକେଟ ଉପରେ ୪୦ ପ୍ରତିଶତ ରାହାତି ମିଳିଥାଏ । ବର୍ତ୍ତମାନ ଏହି ସୂଚନାର ଲାଭ ଉଠାଇବା ସହିତ ଆପଣ ରେଳ ମନ୍ତ୍ରାଳୟର ଏହି ସବୁ ଶାନଦାର ସୁବିଧାର ଫାଇଦା ଉଠାନ୍ତୁ ।