ଆଉ ମାତ୍ର ୯ଦିନ ବାକି ! ଆପଣଙ୍କ ଅପେକ୍ଷାରେ ତିନି ତିନୋଟି ଆକର୍ଷଣୀୟ ଅଫର, ବଡଧରଣର ରିତାହି ସହିତ ୫୦ ହଜାର ଟଙ୍କା ଜିତିବାର ସୁଯୋଗ

173

ବର୍ଷ ୨୦୧୭ ଶେଷ ହେବାକୁ ଯାଉଛି ଆଉ ନୂଆ ବର୍ଷ ହେବାକୁ ବର୍ତ୍ତମାନ ବାକି ରହିଛି ମାତ୍ର ୯ଟା ଦିନ । ଆପଣ ଏହି ନଅ ଦିନ ଭିଟରେ କିଛି ଖାସ୍ ଅଫରର ଲାଭ ଉଠାଇ ପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଯଦି ଆପଣ କାର କିଣିବାକୁ ମନବଳାଇଛନ୍ତି କିମ୍ବା ଆପଣ ଛୁଟି ଅବକାଶ ପାଇଁ କେଉଁଠାକୁ ଯିବାକୁ ଯୋଜନା କରିଛନ୍ତି ତେବେ ୩୧ ଡିସେମ୍ବର ସୁଦ୍ଧା ଆପଣଙ୍କର ନିକଟରେ କିଛି ବହୁତ ହିଁ ବିଶେଷ ଅଫର ରହିଛି । ଏହି ଅଫର୍ସରେ ଆପଣଙ୍କୁ କାର ଉପରେ ପାଖାପାଖି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ ଏବଂ ଫ୍ରିରେ ବିମାନ ଯାତ୍ରା ସମେତ ଅନେକ ସାରା ସୁଯୋଗ ମଧ୍ୟ ଦିଆଯାଉଛି ।

କାରଗୁଡିକରେ ଦମଦାର ରିହାତି

ମାରୁତୀ ସୁଜୁକୀ, ରେନୋ ଇଣ୍ଡିଆ ସମେତ ଅନ୍ୟାନ୍ୟ କାରମାନଙ୍କରେ ଆପଣଙ୍କୁ ୩୧ ଡିସେମ୍ବର ପୂର୍ବରୁ କାର କିଣିବା ଉପରେ ଭାରି ଡିସକାଉଂଟ ମିଳିବ । ଏହି କଂପାନୀଗୁଡିକ ଆପଣଙ୍କୁ ୨୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟ ଦେଉଛନ୍ତି । ଖାଲି ଦରଦାମ ଡିସକାଉଂଟ ନୁହେଁ ବରଂ ଅନରୋଡ ଫାଇନାନ୍ସ, ଇନସ୍ୟୁରାନ୍ସ ସ୍ପେସାଲ ଅଫର୍ସ ସମେତ ଅନେକ ଅଫର୍ସ ଦିଆଯାଉଛି ।

ମାଗଣାରେ ବିମାନ ଯାତ୍ରା

ସେହିପରି ଆପଣ ଯଦି ଆସନ୍ତା ବର୍ଷ ମାର୍ଚ୍ଚମାସ ପର୍ଯ୍ୟନ୍ତ ଛୁଟିରେ ଯିବାକୁ ଯୋଜନା କରିଛନ୍ତି ତେବେ ବର୍ତ୍ତମାନ ଆପଣ ମାଗଣାରେ ବିମାନରେ ଯାତ୍ରା କରିବାର ଲାଭ ଉଠାଇ ପାରିବେ । କାରଣ ଏନେଇ ସ୍ପାଇସଜେଟ୍ ଏକ ଖାସ୍ ଅଫର ଆଣିଛି । ଯେଉଁଥିରେ ଏୟାରଲାଇନର ୱେବସାଇଟରୁ ଟିକେଟ୍ ବୁକ୍ କରିବା ଉପରେ ଆପଣଙ୍କୁ ମାଗଣାରେ ବିମାନ ଯାତ୍ରାର ସୁଯୋଗ ଦିଆଯିବ । ଯଦି ଆପଣ ମାଗଣାରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୩୧ ଡିସେମ୍ବର ପୂର୍ବରୁ ଟିକେଟ୍ ବୁକ୍ କରିବାକୁ ପଡିବ ।

୫୦ ହଜାର ଟଙ୍କାର ପୁରସ୍କାର ଜିତିବାର ସୁଯୋଗ

ଆପଣଙ୍କୁ ଲୋଗୋ ଡିଜାଇନିଂ ଜଣାଅଛି କି ? କିମ୍ବା ଆପଣଙ୍କଠାରେ କିଛି ଭଲ ଟ୍ୟାଗ୍ ଲାଇନ୍ ଲେଖିବାର କଳା ରହିଛି, ତେବେ ଆପଣ ୫୦ ହଜାର ଟଙ୍କାର ପୁରସ୍କାର ଜିତିପାରିବେ । ଏଥିପାଇଁ ଆପଣଙ୍କୁ ହର୍ଟିନେଟଟ୍ରେସବ୍ଲିଟି ପାଇଁ ଲୋଗୋ ବନେଇବାକୁ ପଡିବ କିମ୍ବା ଟ୍ୟାଗ ଲାଇନ ଲେଖିବାକୁ ହେବ । ତେବେ ଏହି ଅଫରଟିକୁ ମୋଦି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ନିଜର ଏଂଟ୍ରି ସବମିଟ୍ କରିବା ପାଇଁ ଆପଣଙ୍କ ନିକଟରେ ମାତ୍ର ୯ଦିନ ସମୟ ବାକି ରହିଛି ।