ଜୀବନ ନେଉଛି ଗ୍ୟାସ୍ ଔଷଧ ! ବିଶେଷଜ୍ଞଙ୍କ କଡା ଚେତାବନୀ, ଜାଣନ୍ତୁ କେଉଁ ପ୍ରକାରର ମେଡିସିନ୍ କରିଥାଏ ଲିଭରକୁ ଅଚଳ

55

ଅଧିକାଂଶ ସମୟରେ ଗ୍ୟାସ ଜନିତ ସମସ୍ୟାରେ ଅତିଷ୍ଟ ହୋଇ ଲୋକେ ଅନେକ ଔଷଧ ଖାଇପକାନ୍ତି । ଆଉ ଧିରେ ଧିରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଶେଷରେ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିଦିଏ । ଏପରିକି କିଛି ଲୋକଙ୍କର ଏଥିପାଇଁ ଲିଭର ବି ଫେଲ ହୋଇଯାଏ । ଯାହାଦ୍ୱାରା ମୃତ୍ୟୁ ସୁନିଶ୍ଚିତ ।

ଏକଥା ଆମେ କହୁନାହୁଁ ବରଂ ଖୋଦ ବିଶେଷଜ୍ଞଙ୍କର ଏଭଳି ମତ ରହିଛି । ବିଶେଷଜ୍ଞ କହିବାନୁସାରେ, ଦୀର୍ଘଦିନ ଧରି ଏଭଳି ପ୍ରକାରର ଔଷଧ ସେବନ କରିବା ଦ୍ୱାରା ପେଟରେ ଏସିଡର ସ୍ତର ହ୍ରାସ ପାଇଯାଇଥାଏ । ଯେବେକି କିଛି ଜିବାଣୁ ମାରିବା ପାଇଁ ଏହି ଏସିଡିର ଆବଶ୍ୟକତା ରହିଛି । ଔଷଧ ଦ୍ୱାରା ଏସିଡ ସରିବା ଦ୍ୱାରା ପାଟିରୁ ପେଟକୁ ଯାଉଥିବା ସଂକ୍ରମଣ ଶେଷ ହୋଇପାରି ନଥାଏ । ଏହାଦ୍ୱାରା ସଂକ୍ରମଣର ବିପଦ ଆହୁରୀ ବଢି ଯାଇଥାଏ । ଯାହାଦ୍ୱାରା ଲିଭର ଅଚଳ ହୋଇପାରେ ।

ବିଶେଷଜ୍ଞଙ୍କ ମତାନୁସାରେ, ଅଧିକ ମାତ୍ରାରେ ଆଲକୋହଲ ନେବା ଏବଂ ହେପାଟାଇସ କାରଣରୁ ହିଁ ଲିଭର ଖରାପ ହୋଇନଥାଏ । ବରଂ ଓଜନ ବୃଦ୍ଧି କିମ୍ବା ଅଧିକ ମାତ୍ରାରେ ଗ୍ୟାସ ଔଷଧ ସେବନ କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଥାଏ । ନନ ଆଲକୋହଲିକ୍ ଫ୍ୟାକ୍ଟ୍ରି ଲିଭର ଜନିତ ରୋଗ ପାଖାପାଖି ୩୦ରୁ ୪୦ ବର୍ଷ ବୟସର ଲୋକଙ୍କୁ ନିଜର ଶିକାର କରିଥାଏ । ଆଉ ସର୍ବ ଶେଷରେ ହିଁ ଏହା ଜଣାପଡିଥାଏ । ଖାଲି ଏତିକି ନୁହେଁ ଏହାର ପ୍ରଭାବ ମଧ୍ୟ ହାଡ ଉପରେ ପଡିଥାଏ । ପେଟରେ ଏସିଡର ମାତ୍ର କମ ହେବାଦ୍ୱାରା ଭିଟାମିନ-ବି ୧୨ କମ ହୋଇଥାଏ । ଅନ୍ୟ ଭିଟାମିନଗୁଡିକର ମାତ୍ରା ମଧ୍ୟ ହ୍ରାସ ପାଇଥାଏ । ଯାହାଦ୍ୱାରା ଏନିମିୟା ହେବାର ସମ୍ଭାବନା ବଢିଯାଏ ଏବଂ ହାଡଗୁଡିକ ଦୁର୍ବଳ ହୋଇପଡିଥ୍ଧଶ । ତେଣୁ ବିଶେଷଜ୍ଞଙ୍କର ଗୋଟିଏ ପରାମର୍ଶ କି ଗ୍ୟାସ ଔଷଧ ଆଦୌ ସେବନ କରିବା ଅନୁଚିତ ।