ଭାରତୀୟ ଛାତ୍ରଙ୍କ ଆବିଷ୍କାର : ଏହି ଡିଭାଇସ ଜରିଆରେ ଏଣିକି ଦେଖିପାରିବେ ଦୃଷ୍ଟିହୀନ । ଦାମ ଜାଣିଲେ ହୋଇଯିବେ ଚକିତ

ଦୃଷ୍ଟିହୀନଙ୍କ ପାଇଁ ଆଖି ସାଜିବ ଏହି ‘ସ୍ମାର୍ଟଜୋତା’

67

ଚିତକାରା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନେ ଦୃଷ୍ଟିହୀନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛନ୍ତି । ତେବେ ଏହି ଜୋତାର ବିଶେଷତ୍ତ୍ୱ ହେଉଛି, ଏହା ଦୃଷ୍ଟିଶକ୍ତି ନଥିବା ଲୋକମାନଙ୍କୁ ଏହା ସହାୟକ ହେବ । ସେମାନଙ୍କୁ ଆଉ ବାଡିର ଆବଶ୍ୟକତା ରହିବ ନାହିଁ । ଏହି ଜୋତା ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ଆଖି ଭଳି କାର୍ଯ୍ୟ କରିବ । ଏହାକୁ ସ୍ମାର୍ଟ ଜୋତା ବୋଲି ମଧ୍ୟ କୁହାଯାଉଛି । ତେବେ ପ୍ରକୃତ ଘଟଣା ହେଉଛି ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ରାସ୍ତା ପାର ହେବା ସମୟରେ ପଡି ଯାଉଥିବାର ଦେଖିଲେ । ଆଉ ସେହି ଦିନ ଠାରୁ ସେମାନେ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ ।

୬ ମାସରେ ଏହି ଛାତ୍ରମାନେ ଅନେକ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି । କିନ୍ତୁ ସେଗୁଡିକ ଉନ୍ନତଧରଣର ହୋଇପାରିନାହିଁ । ଏବେ ସେମାନେ ଇଣ୍ଟେଲିଜେଣ୍ଟ ଜୋତାର ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି । ଏହି ଜୋତାର ଆଗ ଭାଗ, ପଛ ଭାଗ ଏବଂ ତଳ ଭାଗକୁ ସେନସର ଦ୍ୱାରା ଯୋଡାଯାଇଛି । ଏହି ସେନସର ଦ୍ୱାରା ଜୋତାର ଆଖପାଖକୁ କୌଣସି ବସ୍ତୁ ଆସିଲେ ଏହା ଭାଇବ୍ରେଟ ହେବ । ଆଉ ଏହା ଦ୍ୱାରା ଦୃଷ୍ଟିହୀନ ବ୍ୟକ୍ତି ଜାଣିପାରିବେ ସେମାନଙ୍କ ଅତି ନିକଟରେ କୌଣସି ବସ୍ତୁ ରହିଛି । ସେହିପରି ସିଡି ଚଢିବା ଏବଂ ଓହ୍ଲାଇବା ସମୟରେ, ଜୋତା ଯେତେବେଳେ ତଳେ ଥିବା ସିଡିର ଅତି ନିକଟକୁ ଯିବ ସେତେବେଳେ ଏହା ଅଧିକ ମାତ୍ରାରେ ଭାଇବ୍ରେଟ୍ ହେବାରେ ଲାଗିବ ।

ଏହି ଜୋତାକୁ ପିନ୍ଧିଥିବା ବ୍ୟକ୍ତି ଜାଣିପାରିବେ ଯେ, ଏଠାରେ ସୁରକ୍ଷିତ ଭାବରେ ପାଦ ରଖାଯାଇପାରିବ । ଏହି ଜୋତାରେ ସେନସର ସମେତ ଜିପିଏସ ମଧ୍ୟ ଲଗାଯାଇଛି । ଯାହାକି ଜୋତା ପିନ୍ଧିଥିବା ବ୍ୟକ୍ତିଙ୍କ ଠିକଣା ସମ୍ପର୍କରେ ସୂଚନା ଦେବ ଏବଂ ତାଙ୍କୁ ଅତି ସହଜରେ ଟ୍ରାକ୍ କରାଯାଇପାରିବ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ସବୁ ଗତିବିଧିକୁ ସଂଚାଳନ କରିବା ପାଇଁ ଏଥିରେ ସୋଲାର ସିଷ୍ଟମ ମଧ୍ୟ ଫିଟ୍ କରାଯାଇଛି । ଯାହା ଦ୍ୱାରା ବ୍ୟକ୍ତିଜଣଙ୍କ ଯେତେ ଚାଲିବେ, ବ୍ୟାଟେରୀ ଅଧିକ ଚାର୍ଜ ହେବ । ଏପରିକି ଜୋତାରେ ଲାଗିଥିବା ଏହି ବ୍ୟାଟେରୀରେ ମୋବାଇଲ ମଧ୍ୟ ଚାର୍ଜ ହୋଇପାରିବ ।