ଦୁର୍ଘଟଣା ସମୟରେ ତିନୋଟି ଉପାୟରେ ଜୀବନ ବଂଚାଇବ ଫେସବୁକ୍ । ହେଲେ କେମିତି, ଜାଣନ୍ତୁ

28

ସାଧାରଣତଃ ଲୋକେ ସୋସିଆଲ ମିଡିଆର ବ୍ୟବହାର ମନୋରଂଜ, ବନ୍ଧୁ ପରିଜନଙ୍କ ସହ ଚାର୍ଟିଂ ତଥା ମନର ଭାବକୁ ବ୍ୟକ୍ତ କରିବାର ମାଧ୍ୟମ ଭାବେ ଚୟନ କରିଥାନ୍ତି । ହେଲେ ବର୍ତ୍ତମାନ ଏହି ସୋସିଆଲ ମିଡିଆ ଆପଣଙ୍କର ଜୀବନ ମଧ୍ୟ ବଂଚାଇପାରିବ । ଆଜ୍ଞା ହଁ ! ଏନିଡିଆରଏଫ ଅର୍ଥାତ୍ ନ୍ୟାସନାଲ ଡିଜାଷ୍ଟର ରିଲିଫ୍ ଫୋର୍ସ ତରଫରୁ ଲୋକମାନଙ୍କର ଜୀବନ ବଂଚାଇବାକୁ ଦେଶରେ ନିଜ ଭଳି ଏକ ନିଆରା ପଦକ୍ଷେପ ନେଇଛି । ଯେଉଁଥିରେ ଦୁର୍ଘଟଣା ସମୟରେ ସୋସିଆଲ ମିଡିଆ ତଥା ଫେସବୁକ୍ ତିନୋଟି ଉପାୟରେ ସହଯୋଗ କରିବ ।

ତେବେ ପ୍ରଥମଟି ହେଉଛି Geographical targeted messaging । ଏଥିରେ ଦୁର୍ଘଟଣା ସମୟରେ କିମ୍ବା ପୂର୍ବରୁ କୌଣସି ଏକ ବିଶେଷ ଭୌଗୋଳିକ ସ୍ଥାନ ସଂପର୍କରେ ସୂଚିତ କରିବ । ଉଦାହରଣ ସ୍ୱରୂପ ଯଦି ନୂଆ ଦିଲ୍ଲୀରେ ଦୁର୍ଘଟଣା ଘଟେ ତେବେ ସେଠାକାର ଫେସବୁକ୍ ୟୁଜର୍ସଙ୍କୁ ହିଁ ଏନଡିଆରଏଫ ଦୁର୍ଘଟଣା ସଂପର୍କରେ ସୂଚିତ କରିବ । ଏହି କାମରେ ତାଙ୍କର ସହାୟତା ଏକ ବିଶେଷ ସଫ୍ଟୱୟାର କରିବ । ଯାହାକୁ ଫେସବୁକ୍ ସ୍ୱତନ୍ତ୍ର ରୂପରେ ଏନଡିଆରଏଫ ପାଇଁ ପ୍ରସ୍ତୁତ କରିଛି ।

ଦ୍ୱିତୀୟଟି ହେଲା, ଡିଜାଷ୍ଟର ଇନଫର୍ମମେସନ ଭଲେଂଟିୟର । ଏଥିରେ ଏନଡିଆରଏଫ ଏବଂ ଫେସବୁକ୍ ମିଳିତ ଭାବରେ ୨୦୦ ଭଲେଂଟିୟର ପ୍ରସ୍ତୁତ କରିଛି । ଯେଉଁମାନେ କି ଦୁର୍ଘଟଣା ର ସୂଚନା ଫେସବୁକ ୟୁଜର୍ସଙ୍କୁ ଦେବେ । ଏହାବ୍ୟତୀତ ଏମାନେ ବଂଚାଇବାର ତରିକା ମଧ୍ୟ ଜନତାଙ୍କୁ ଜଚ୍ଚାଇବେ । ସେହିପରି ତୃତୀୟ ଉପାୟଟି ହେଉଛି କମ୍ୟୁନିଟି ଆୱାରନେସ । ଫେସବୁକ୍ ଜରିଆରେ ଏନଡିଆରଏଫ ଲୋକଙ୍କୁ ଜଣାଇବ କି ଦୁର୍ଘଟଣାଟି ବାସ୍ତବରେ ଘଟିଛି କି ନୁହେଁ । ପୃଥକ ପୃଥକ ସ୍ଥାନରେ ସେଠିକାର ବିପଦ ତଥା ଦୁର୍ଘଟଣା ସଂପର୍କରେ ବି ଏହାଦ୍ୱାରା ଲୋକେ ସୂଚନା ଜାଣିପାରିବେ ।

ଏଠାରେ ଆମେ କହିରଖୁଛୁ କି, ବର୍ତ୍ତମାନ ପାଇଁ ଏହି ସୁବିଧା କେବଳ ଫେସବୁକ୍ ସହ ହୋଇପାରିଛି । ମାତ୍ର ଆଗାମୀ ଦିନମାନଙ୍କରେ ଏହି ସୁବିଧା ବାକି ସୋସିଆଲ ନେଟୱର୍କିଂ କଂପାନୀମାନଙ୍କ ସହିତ ଏନଡିଆରଏଫ ଚୁକ୍ତିନାମା କରିବାକୁ ଯୋଜନା କରିପାରେ । ଯାହାଦ୍ୱାରାକି ଦୁର୍ଘଟଣା ସମୟରେ ଲୋକଙ୍କୁ ତୁରନ୍ତ ବଂଚାଯାଇପାରିବ ।