କୋଟିପତି କୁକୁରଙ୍କ ଗାଁ ! ଏଠି ପ୍ରତିଟି କୁକୁର ହେଉଛନ୍ତି କୋଟିଏ ଟଙ୍କାର ମାଲିକ

65

ଆପଣ କୋଟିପତି ଶଦ୍ଦ ସଂପର୍କରେ ଶୁଣିଥିବେ ଏବଂ ପଢିଥିବେ ନିଶ୍ଚୟ । ହେଲେ ଆପଣ କେବେ କୌଣସି କୁକୁର ବିଷୟରେ ପଢିଛନ୍ତି ଯିଏ କି କୋଟିଏ ଟଙ୍କାର ମାଲିକ ହୋଇଥିବେ । ଆଜ୍ଞା ହଁ ! କଥାଟା ପୂରା ସତ । ଗୁଜୁରାଟର ଏକ ଗାଁରେ ଏଭଳି ଏକ ଟ୍ରଷ୍ଟ ରହିଛି, ଯାହାକି କେବଳ କୁକୁରମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଆଉ ଏଥିରେ ପାଖାପାଖି ୨୧ ଏକର ଜମି କେବଳ କୁକୁରମାନଙ୍କର ହିଁ ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଜମିର ଆନୁମାନିକ ମୂଲ୍ୟ ରହିଛି ସାଢେ ତିନି କୋଟି । ଟ୍ରଷ୍ଟ ନିକଟରେ ପାଖାପାଖି ୭୦ଟି କୁକୁର ଅଛନ୍ତି । ଆଉ ଏଠାରେ ଥିବା ପ୍ରତିଟି କୁକୁର ହେଉଛନ୍ତି କୋଟିଏ ଟଙ୍କାର ମାଲିକ । ଟ୍ରଷ୍ଟର ଅଧ୍ୟକ୍ଷଙ୍କ କହିବା କଥା ହେଲା, କୁକୁରମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିବାର ପରମ୍ପରା ବିଗତ ଦିନରୁ ଚାଲି ଆସୁଛି । ଯାହାକି ଜୀବେଦୟାକୁ ଦର୍ଶାଇଥାଏ । ଏହି ପରମ୍ପରାର ଆରମ୍ଭ ଧନୀ ଶ୍ରେଣୀର ଲୋକମାନେ ନିଜର କିଛି ଜମିକୁ ଛୋଟ ଛୋଟ ଭାଗ ଦାନ କରି ଦେଇଥିଲେ ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ସେତେବେଳେ ଏହି ଜମିର ଦାମ ଅଧିକ ନଥିଲା । କିଛି ମାମଲାରେ ତ ଲୋକେ ଟ୍ୟାକ୍ସ ଦେଇ ନପାରି ଜମି ଦାନ ଦେଇଦେଉଥିଲେ । ଯାହାକି ଏହି ଟ୍ରଷ୍ଟର ମାଲିକାନାରେ ରହିଛି । ସେହିପରି ଜମିର ଦାମ ବଢିବା ସତ୍ୱେ ବି ସେମାନେ ଦାନ କରିଥିବା ଜମିକୁ ଫେରାଇ ନେଇନାହାନ୍ତି । କାରଣ ଏଠିକାର ଲୋକମାନଙ୍କ ବିଶ୍ୱାସ ରହିଛି କି, ଦାନ କରାଯାଇଥିବା ଜମିକୁ ପୁଣି ଥରେ ଫେରାଇ ଆଣିବା ଅଶୁଭ ଅଟେ । ଏହାଛଡା ଟ୍ରଷ୍ଟର କିଛି ଭାଗ ଜମି ପ୍ରତିବର୍ଷ ନିଲାମ କରାଯାଇଥାଏ । ଆଉ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେବା ପାଇଁ ଘୋଷଣା କରେ ତାକୁ ହିଁ ବର୍ଷକ ପାଇଁ ସେହି ପ୍ଲଟର ମାଲିକାନା ମିଳିଥାଏ । ଅନ୍ୟପଟେ, ଏହି ନିଲାମୀରୁ ମିଳୁଥିବା ଟଙ୍କା ପାଖାପାଖି ୧ ଲକ୍ଷ ହୋଇଥାଏ ଏବଂ ଏହି ଟଙ୍କାକୁ କୁକୁରଙ୍କ ସେବାରେ ହିଁ ଖର୍ଚ୍ଚ କରାଯାଇଥାଏ ।