ମାତ୍ର ୧୭ ହଜାର ଟଙ୍କା ଦରମା ନିଅନ୍ତି ଏହି ଦେଶର ପ୍ରଧାନମନ୍ତ୍ରୀ…ସାଂସଦ ଓ ମନ୍ତ୍ରୀ ବଜାରରେ ଦୋକାନ ଲଗାଇ କରନ୍ତି କାମ

260

ଦୁନିଆରେ ଏଭଳି ବହୁତ ନେତା ଅଛନ୍ତି , ଯେଉଁମାନେ କି ସତ୍ତାକୁ ଆସିବା କ୍ଷଣି ନିଜର ମନମାନି ଆରମ୍ଭ କରିଦିଅନ୍ତି । ପାୱାରକୁ ଢାଲ କରି ସାଧାରଣ ଜନତାଙ୍କ ଉପରେ ହୁକୁମ୍ ଦେଖାନ୍ତି ଆଉ ଟଙ୍କାର ଗାଦିରେ ଶୁଅନ୍ତି । ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି, ବାସ୍ତବରେ ନେତାମାନଙ୍କର ଆୟ କେତେ ହୋଇଥିବ । ଆଜି ଆମେ ଆପଣଙ୍କୁ ବିଶ୍ୱର ଏଭଳି କିଛି ପ୍ରାଭାବଶାଳୀ ନେତାଙ୍କ ଦରମା ସଂପର୍କରେ ଜଣାଇବୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସଂପର୍କରେ..

ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଏଭଳି ନେତା, ଯାହାଙ୍କୁ ଦରମାର କୌଣସି ଆବଶ୍ୟକତା ନାହିଁ ।  ଟ୍ରମ୍ପ ଏକ ରାଜକୀୟ ପରିବାରରୁ ଆସିଛନ୍ତି । ତେଣୁ ତାଙ୍କର ଟଙ୍କାର କୌଣସି ଅଭାବ ନାହିଁ ।  ତଥାପି ସେ ରାଷ୍ଟ୍ରପତି ପଦବୀ ପାଇଁ ବାର୍ଷିକ ୨.୭୦ କୋଟି ଟଙ୍କା ଦରମା ବାବଦକୁ ମିଳିଥାଏ । ସେହିପରି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ ଲୁଗଙ୍କ ବାର୍ଷିକ ବେତନ  ୧୧.୩୦ କୋଟି ଟଙ୍କା  । ଲୁଜମେବର୍ଗର ପ୍ରଧାନମନ୍ତ୍ରୀ ଜୋଭିୟର ବିଟେଲ ବର୍ଷ ସାରା ଦେଶସେବା ବଦଳରେ ୨.୨୦ କୋଟି ଟଙ୍କା ରୋଜଗାର କରନ୍ତି । ଆୟରଲାଣ୍ଡର ପ୍ରେସିଡେଂଟ ମାଇକଲ ଡି ହିଙ୍ଗିସଙ୍କର ବାର୍ଷିକ ଦରମା ୨.୨୦ କୋଟି ଟଙ୍କା ।

ସେହିପରି ଜର୍ମାନୀର ଚାନସେଲର ଏନଜେଲ ମାର୍କେଲ ଏହି ପଦବୀ ପାଇଁ ବର୍ଷକୁ ୧.୫୫ କୋଟି ଟଙ୍କାର ଦରମା ପାଆନ୍ତି । ସାରା ବିଶ୍ୱରେ ଫ୍ରାନ୍ସର ବହୁତ ଦବଦବା ରହିଛି । ଏହି ଦେଶର ପ୍ରେସିଡେଂଟ ପ୍ରାନ୍ସବା ହୋଲାନ୍ଦେ ୧.୩୪ କୋଟି ଟଙ୍କା ରୋଜଗାର କରନ୍ତି । ସବୁଠାରୁ ଶକ୍ତିଶାଳୀ ଦେଶରେ ଗଣା ଇଲଣ୍ଡର ପ୍ରଧାନମନ୍ତ୍ରୀ ଥେରେସା ବର୍ଷକୁ ୧.୨ କୋଟି ଟଙ୍କାର ଦରମା ପାଆନ୍ତି ।

ସେହିପରି କନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟୁଡୋଙ୍କର ବାର୍ଷିକ ଆୟ ତଥା ବେତନ ହେଲା ୧.୯ କୋଟି ଟଙ୍କା । ନିଜ୍ୟୁଲାଣ୍ଡର ପ୍ରଧାନମନ୍ତ୍ରୀ ଜନ କିଙ୍କୁ ବାର୍ଷିକ ଇନକମ ରୂପରେ ୧.୯କୋଟି ଟଙ୍କା ମିଳିଥାଏ । ଇଟଲୀର ରାଷ୍ଟ୍ରପତି ଜର୍ଜିୟା ନେପୋଲିତାନୋଙ୍କୁ ବାର୍ଷିକ ଦରମା ୧.୮ କୋଟି ଟଙ୍କା ମିଳିଥାଏ । ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବାର୍ଷିକ ବେତନ ରହିଛି ୧୮.୯ ଲକ୍ଷ ଟଙ୍କା । ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ୧୩.୮ ଲକ୍ଷ ଟଙ୍କା ବାର୍ଷିକ ବେତନ ମିଳିଥାଏ ।

ତିଦ୍ଧତର ନିର୍ବାସିତ ସରକାର ୨.୨ କୋଟି ଡଲାରର ସାଧାରଣ ବଜେଟରୁ ବିଶ୍ୱର ୧୨ଟି ଦେଶରେ ପାଖାପାଖି ୧.୫୦ ଲକ୍ଷ ତିଦ୍ଧତୀୟର ଅଂଶର ପୋଷଣ କରନ୍ତି । ତିଦ୍ଧତର ନିର୍ବାସିତ ସରକାରର ପ୍ରଧାନମନ୍ତ୍ରୀ ଡା. ଲୋବସାଙ୍ଗ ସାଙ୍ଗେଙ୍କର ମାସିକ ବେତନ ହେଉଛି ମାତ୍ର ୧୭ ହଜାର ଟଙ୍କା । ତେବେ ଏଥିଲା ସାରା ବିଶ୍ୱରେ ଶାସନ କରୁଥିବା ପ୍ରଭାବଶୀଳି ନେତାମାନଙ୍କର ଦରମାର ଏକ ତାଲିକା । ତେବେ ଏହି ତାଲିକାରେ ସବୁଠାରୁ ପଛରେ ରହିଛି ଏବଂ ଭାରତର ପ୍ରତିଦ୍ୱନ୍ଦି ଦେଶ ତଥା ଚୀନର ନାଁ । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଏବଂ ଚୀନର ନେତାଙ୍କୁ ବହୁତ କମ ଦରମା ମିଳିଥାଏ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଦରମାରୁ ଅଧିକ ତ ଆମ ଦେଶରେ ଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କର ଦରମା ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ତିଦ୍ଧତ ନିର୍ବାସିତ ସରକାରର ଛେୱଡ ଟାସୀ ନାମକ ଜଣେ ସାଂସଦଙ୍କର ପତ୍ନୀ  ବଜାରରେ ଏକ କପଡା ଦୋକାନ ଦେଇଛନ୍ତି ଆଉ ଖୋଦ୍ ସାଂସଦ ବି ସେହି ଦୋକାନରେ ବସି ପତ୍ନୀଙ୍କ ସହ କପଡା ବିକ୍ରି କରନ୍ତି ।