ଭାରତୀୟ ବୈଜ୍ଞାନିକଙ୍କ କମାଲ ! ଏଣିକି ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କ ମନରେ କଣ ଚାଲିଛି ତାହା ଜଣାଇବ ଏହି ମେସିନ

62

ଥରେ ଚିନ୍ତା କରନ୍ତୁ ତ ଜଣେ ବ୍ୟକ୍ତି ଆମ ପାଖରେ ବସିଛି ଆଉ ସେ କଣ ଭାବୁଛି ତାର ମନରେ ଆମ ପ୍ରତି କି ଭାବନା ରହିଛି ସେ ସଂପର୍କରେ ଆମେ ସବୁକିଛି ଜାଣିପାରୁଥିବା । ତେବେ କେତେ ଭଲ ହୁଅନ୍ତା ନା । ହେଲେ ଏଭଳି ଘଟଣା କେବଳ ସିନେ ପରଦାରେ ହିଁ ସମ୍ଭବ, ବାସ୍ତବିକ ନୁହେଁ ।

କିନ୍ତୁ ଏବେ ଏହା ବାସ୍ତବରେ ସତ ହେବାକୁ ଯାଉଛି । MASSACHUSETTS INSTITUTE OF TECHNOLOGY   ମିଡିଆ ଲ୍ୟାବର ଏକ ଭାରତୀୟ ବୈଜ୍ଞାନିକ ଦଳ ଏଭଳି ଏକ ଖାସ୍ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ପିନ୍ଧିବା କ୍ଷଣି ଆପଣ ଆପଣଙ୍କ ନିକଟରେ ବସିଥିବା ବ୍ୟକ୍ତିଙ୍କ ମନରେ କଣ ଚାଲୁଛି ତାହା ଅତି ସହଜରେ ଜାଣିପାରିବେ ।

ଏହି ଡିଭାରସଟିର ନାଁ ରଖାଯାଇଛି AlterEgo। ଯାହାକୁ ତିଆରି କରିଛନ୍ତି ଜଣେ ଭାରତୀୟ । ଏହି ମେସିନ ମନର ଭାଷାକୁ ପଢିପାରୁଥିବା ଏକ ଡିଭାଇସ । ଯଦି କୌଣସି ବ୍ୟକ୍ତି କିଛି ଭାବୁଛନ୍ତି ତେବେ ଏଥିରୁ ଏକ ପ୍ରକାରେ ଇଲେକ୍ଟୋଡସ ସିଗନାଲ ନେଇଥାଏ । ଆଉ ଏହି ସିଗନାଲକୁ ଏକ କମ୍ପ୍ୟୁଟରରେ ପଠାଯାଇଥାଏ । ଯାହାକି ଭାବୁଥିବା ଶଦ୍ଦକୁ ଚିହ୍ନିବା ପାଇଁ ଏହି ସିଗନାଲକୁ ବ୍ୟବହାର କରିଥାଏ । AlterEgoର ସଫଳତା ଏହି କଥା ଉପରେ ନିର୍ଭର କରିବ କି ଏହା କେତେ ସତ୍ୟତା ସହିତ ମସ୍ତସ୍କର ଭାଇବ୍ରେସନକୁ ଶଦ୍ଦରେ ପରିବର୍ତ୍ତନ କରିପାରିବ । ବୈଜ୍ଞାନିକଙ୍କ ଦାବି ରହିଛି କି, ବର୍ତ୍ତମାନ ସମୟରେ ଏହି ମେସିନର ସତ୍ୟତା ୯୨ ପ୍ରତିଶତ ରହିଛି । ଯାହାକି ଗୁଗଲର ଭଏସ ଟ୍ରାନ୍ସକ୍ରିପସନ ସହିତ ସାମାନ୍ୟ କମ ଅଟେ ।