ମାତ୍ର ୪୫ ସେକେଣ୍ଡରେ ପାଇଯିବେ ଚାକିରିର ଠିକଣା । ଆପଣଙ୍କ ଘର ଆଖପାଖ ଅଂଚଳରେ ପ୍ରକାଶ ପାଇଥିବା ନିଯୁକ୍ତି ନେଇ ସୂଚନା ଦେବ ଏହି ଆପ

74

ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କର ସୁବିଧା ପାଇଁ ଜୟପୁରର ଏଚଆର ଟେକ୍ ଷ୍ଟାର୍ଟଅପ କଂପାନୀ ତଥା ୱାର୍କଏନଆରବିୱାଇ ତରଫରୁ ଏକ ଆପ ଲଂଚ କରାଯାଇଛି । ଯାହାକି ମାତ୍ର ୪୫ ସେକେଣ୍ଡରେ ସୂଚିତ କରିଦେବ କି ଆପଣ ରହୁଥିବା ଆଖପାଖ ଅଂଚଳରେ କେଉଁଠି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆପଣଙ୍କ ଅଫିସ ଘର ପାଖରେ ରହିଛି ତେବେ ଆପଣଙ୍କୁ ଆଉ ଏଥିପାଇଁ ଏଣେତେଣେ ଦୌଡିବାକୁ ପଡିବ ନାହିଁ ।

ଆଜିର ଦିନରେ ଲୋକଙ୍କ ସାମ୍ନାରେ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଛି ବେକାରୀ ଜନିତ ସମସ୍ୟା । ଆଉ ତାଠାରୁ ବଡ ସମସ୍ୟା ହେଲା ଚାକିରି ଖୋଜିବା ପାଇଁ ଲୋକଙ୍କୁ ବାଧ୍ୟ ହୋଇ ନିଜ ଘର ଛାଡିବାକୁ ପଡୁଛି । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ୱାର୍କଏନଆରବିୱାଇ ଏକ ନିଆରା ଏବଂ ଇନୋଭେଟିଭ “ଜବ ସର୍ଚ୍ଚ” ପୋଟାଲ ଡିଜାଇନ କରିଛି , ଯାହାଦ୍ୱାରା ଲୋକେ ନିଜ ଘର ନିକଟବର୍ତ୍ତୀ ଅଂଚଳମାନଙ୍କରେ ଚାକିରି ଖୋଜିପାରିବେ ।

ୱାର୍କଏନଆରବିୱାଇର ସଂସ୍ଥାପକ ଶ୍ରୀଯୁକ୍ତ ଆଶିଷ ଅଗ୍ରୱାଲଙ୍କ ସୂଚନା ମୁତାବକ, ଅଧିକାଂଶ ଜବ ସର୍ଚ୍ଚ କଂପାନୀମାନେ ସହରରେ ବଡ ବଡ କଂପାନୀମାନଙ୍କ ପାଇଁ କାମ କରିଥାନ୍ତି । କିନ୍ତୁ ଏମିତି କେଉଁ ଗୋଟିଏ ବି ୱେବସାଇଟ୍ ନାହିଁ , ଯିଏକି ହାଇପର ଲୋକାଲ କନସେପ୍ଟ ଉପରେ କାମ କରୁଥିବେ । ଏଥିରେ ଉଭୟ ସ୍ମଲ ମିଡିୟମ ଇଂଟରପ୍ରାଇଜେସ ତଥା ଏସଏମଇ ସେଗମେଂଟର କଂପାନୀମାନଙ୍କୁ ଫିକ୍ସ କରିବା ସହିତ ଏହି ପ୍ଲାର୍ଟଫର୍ମ ପ୍ରସ୍ତୁତ କରାଯାଇଛି । ଆମେ ସ୍କିଲ ଉପରେ ଫୋକସ କରିବା ସହିତ ଉଭୟ ଚାକିରି ଏବଂ କଂପାନୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛୁ । ତେଣୁ ଆମର ଏକମାତ୍ର ଲକ୍ଷ୍ୟ ରହିଛି କି, ଲୋକେ ନିଜ ପ୍ରିୟପରିଜନଙ୍କ ପାଖରେ ରହି ତଥା ନିଜ ଘର ଆଖପାଖ ଅଂଚଳରେ ଚାକିରି ଖୋଜି କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଏହି ପ୍ଲାଟଫର୍ମ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ , ଜୟପୁର ଏବଂ ହାଇଦ୍ରବାଦରେ କାମ କରୁଛି ।