ନକଲି ନୋଟକୁ ଧରିବ ଆପ୍ ! ବଜାରକୁ ଆସିଲା ଚେକଫେକ୍ ! ଜାଣନ୍ତୁ କିପରି କରିବେ ବ୍ୟବହାର

58

ଏଣିକି ଆପଣଙ୍କୁ କେହି ନକଲି ନୋଟ୍ ଦେଇ ଠକି ପାରିବେ ନାହିଁ । ଆପଣ ଅତି ସହଜରେ ନକଲି ଓ ଅସଲି ନୋଟ୍ ମଧ୍ୟରେ ଫରକ୍ ଜାଣି ପାରିବେ । କାରଣ ଲୋକଙ୍କର ଏହି ସମସ୍ୟାର ସମାଧାନ ପାଇଁ ବଜାରକୁ ଆସିଛି ଏକ ନୂଆ ଆପ । ଏହି ଆପ ଜରିଆରେ କୌଣସି ବି ବ୍ୟକ୍ତି ଅତି ସହଜରେ ମୁହୂର୍ତ୍ତକ ମଧ୍ୟରେ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ୍ କଣ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . . ।

 

 

ଏହି ଆପଟିକୁ ଚେକଫେକ୍ ବ୍ରାଣ୍ଡ୍ ପ୍ରୋଟେକସନ ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ କରିଛି । ଯାହାର ନାଁ ରହିଛି ‘ଚେକଫେକ’ । ଚେକଫେକର ନିର୍ଦ୍ଦେଶକଙ୍କ କହିବା କଥା ହେଲା କି, ଏହି ଆପ ଜରିଆରେ ଆପଣ ବିଶ୍ୱର କୌଣସି ବି ରାଷ୍ଟ୍ରର ମୂଦ୍ରା ତଥା ନୋଟକୁ ଯାଂଚ କରିପାରିବେ । ଚେକଫେକରେ ଜାଲ୍ ନୋଟ୍ ଜାଣିବା ନେଇ ସିଙ୍ଗିଲ ପଏଂଟ ଡେଷ୍ଟିଂନେସନ ରହିଛି । ଆପଣ ଆପଣଙ୍କର ସ୍ମାର୍ଟଫୋନ ଜରିଆରେ ଆପଟିକୁ ବ୍ୟବହାର କରିପାରିବେ ।

 

 

ଏହି ଆପ ଜରିଆରେ ଆପଣ ମୁହୂର୍ତ୍ତକ ମଧ୍ୟରେ ନକଲି ଏବଂ ଅସଲି ନୋଟକୁ ଚିହ୍ନଟ କରିପାରିବେ । ବ୍ରିଟିସ ପାଉଣ୍ଡଠାରୁ ଆରମ୍ଭ କରି ୟୁଏସ ଡଲାର ଏବଂ ଭାରତୀୟ ନୋଟକୁ ଏହି ଆପ ଜରିଆରେ ଅସଲି କି ନକଲି ତାହା ଯାଂଚ କରିପାରିବେ । ଏହାବ୍ୟତୀତ ଚୀନର ୟୁଆନକୁ ମଧ୍ୟ ଏହି ଆପ ଜରିଆରେ ଆପଣ ଯାଂଚ କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ଜାଲ ନୋଟ୍ କୌଣସି ବି ଦେଶର ଅର୍ଥବ୍ୟବସ୍ଥା ପାଇଁ ଘାତକ ପ୍ରମାଣିତ ହୋଇପାରେ । ଯଦି ଏହି ନୋଟକୁ ଚିହ୍ନଟ କରା ନଯାଏ ତେବେ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡିପାରେ ।