ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ ! କୌଣସି ବି ମୁହୂର୍ତ୍ତରେ ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ

96

ମହାଶକ୍ତିଶାଳୀ ଆମେରିକା ବିରୋଧରେ ଅନ୍ତରୀକ୍ଷରେ ଲଢେଇ ପାଇଁ ଏବେ ଉତ୍ତର କୋରିଆ ପ୍ରସ୍ତୁତ ହେଉଛି । ଆମେରିକାର ଗୁଇନ୍ଦା ସଂସ୍ଥା ଲାସିଆଇଏ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିବା ଖବର ପ୍ରଘଟ ହେବାପରେ କିମ୍ ଜଙ୍ଗ ଆମେରିକା ବିରୋଧରେ ଆଭିମୁଖ୍ୟ ଆହୁରୀ କଠୋର କରିଦେଇଛି । ବିଶାଳ ସାଇବର୍ ଆକ୍ରମଣଦ୍ୱାରା ଆମେରିକାର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଚଳ କରିଦେବାକୁ କିମ୍ ଜଙ୍ଗଙ୍କ ଗୁପ୍ତ ଯୋଜନା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ।

ଆମେରିକା ବିଶେଷଜ୍ଞମାନେ ଏ ବାବଦରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଉତ୍ତରକୋରିଆ ଆମେରିକା ବିରୋଧରେ ‘ଇଲେକ୍ଟ୍ରୋ ମାଗ୍ନେଟିକ୍ ପଲସ୍’ (ଇଏମପି) ଅସ୍ତ୍ରଦ୍ୱାରା ଆକ୍ରମଣ କରିବାକୁ ପ୍ରସ୍ତୁତ ଚଳାଇଛି । ଏଥିପାଇଁ ସମସ୍ତ ଯୋଜନା ସରିଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଆମେରିକା ଏହାକୁ ଗମ୍ଭିରତାର ସହ ଗ୍ରହଣ କରିଛି । ଉତ୍ତରକୋରିଆର ୨ଟି ଉପଗ୍ରହ ମହାକାଶରେ ଆମେରିକା ଉପରେ ନଜର ରଖିଛି । ଯାହାକୁ ଉତ୍ତରକୋରିଆ ୨୦୧୨ ଏବଂ ୨୦୧୬ରେ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରିଥିଲା ।

ଉତ୍ତରକୋରିଆର କେଏମଏସ୍ ୩-୨ ଏବଂ କେଏମଏସ୍-୪ ନାମକ ଏହି ଉପଗ୍ରହ ୯୪ ମିନିଟରେ ପୃଥିବୀର ପରିକ୍ରମା କରିବାକୁ ସକ୍ଷମ । ମହାକାଶରେ ହାଇ ଆଲଟିଚ୍ୟୁତ ପରମାଣୁ ଅସ୍ତ୍ରର ବିସ୍ଫୋରଣ ଘଟାଇ ଆମେରିକା ଉପରେ ସାଇବର ଆକ୍ରମଣ ପାଇଁ ଉତ୍ତରକୋରିଆ ଏବେ ଏହି ଉପଗ୍ରହର ସହାୟତା ନେଇ ପ୍ରସ୍ତୁତ ଚଳାଉଛି । ଏଥିପାଇଁ ଉତ୍ତରକୋରିଆ ନିକଟରେ ସମସ୍ତ କ୍ଷମତା ଥିବାରୁ ଆମେରିକାର ଚିନ୍ତା ଏବେ ବଢିଯାଇଛି । ତେବେ ଯୁଦ୍ଧ ଉତ୍ତେଜନା ହ୍ରାସ ପାଇଁ ଚୀନ ଏବଂ ରୁଷିଆର ଚାପ ଆଗରେ ନରମିଥିବା ଉତ୍ତରକୋରିଆ ଏବେ ଭିନ୍ନ ପନ୍ଥାରେ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବାରୁ ଆମେରିକା ମଧ୍ୟ ଏହାର ମୁକାବିଲା ପାଇଁ ତୟାର ରହିଛି ।

ଏହାସହ ମଧ୍ୟ ପଢନ୍ତୁ-ନେହେରୁଙ୍କ ୮ଟି ବଡ ଭୁଲ୍ ! ଯାହାକୁ ଆଜିବି ଭୋଗୁଛି ଭାରତ