ବାରହା ପେଟରୁ ବାହାରିଲା ଏମିତି ପଦାର୍ଥ ! ରାତାରାତି କୃଷକ ବନିଗଲେ କୋଟିପତି ।

46

ଭାଗ୍ୟ ସମସ୍ତଙ୍କୁ ସାଥ ଦେଇନଥାଏ ଆଉ ଯାହା ସହ ଭାଗ୍ୟ ରହିଥାଏ ତା ଜୀବନରେ ବିରାଟ ପରିବର୍ତ୍ତନ ହୋଇଯାଏ । ସେ ବନିଯାଏ କୋଟିପତି । ସେହିଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଚୀନର ଜଣେ ବ୍ୟକ୍ତି କିଭଳି ରାତାରାତି କୋଟିପତି ବନିଗଲେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସେ ଜଣେ କୃଷକ । ଗୋଟିଏ ବଣ ବାରହା କାଟିବା ସମୟରେ ତାର ପେଟରୁ ଏଭଳି କିଛି ଜିନିଷ ବାହାରିଥିଲା । ଯାହାକୁ ଦେଖି ସେ ଚଳିତ ହୋଇଯାଇଥିଲେ ଓ ସେହି ଜିନିଷଟିକୁ ଦାୟିତ୍ୱର ସହ ରଖିଥିଲେ । ଏହି ଅଜଣା ଜିନିଷକୁ ନେଇ ସେ ସାଂଘାଇରେ ପହଂଚିବା ପରେ ଜାଣିଥିଲେ ତାହା ପୃଥିବୀର ସବୁଠାରୁ ମୂଲ୍ୟବାନ ପଦାର୍ଥ ।

ସାଂଘାଇର ଏକ୍ସପର୍ଟମାନେ ବୋ ଚୁନଲୋକୁ କହିଥିଲେ, ଏହାର ମୂଲ୍ୟ ୪କୋଟି । ଏହା ଶୁଣିବାପରେ ସେ ବିଶ୍ୱାସ କରିପାରିନଥିଲେ । ଗୋଟିଏ ମିନିଟ ଭିତରେ ସେ କୋଟିପତି ହୋଇଯିବେ ବୋଲି ଭାବିପାରିନଥିଲେ । ଚୁନଲୋ ଏହି ମୂଲ୍ୟବାନ ପଦର୍ଥ ବେଜୋରକୁୁ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ବିଶେଷଜ୍ଞଙ୍କ ମତରେ ଏହା ବାରହା କିମ୍ବା ଅନ୍ୟ କିଛି ଜୀବଜନ୍ତୁଙ୍କ ପେଟରେ ତିଆରି ହୋଇଥାଏ । ଏହା ଅନେକ ଔଷଧ ଓ ଇଂଜେକ୍ସନ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ । ତା ସହ ଅନେକ ବିଷାକ୍ତ ରୋଗ ଭଲ କରିବାର ସହାୟକ ହୋଇଥାଏ । ଆଜିକାଲି ଏହା ପ୍ରଚୁର ପରିମାଣରେ ମିଳୁନଥିବାରୁ ଏହାର ମୂଲ୍ୟ ଅଧିକ ବଢିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଏହି ମୂଲ୍ୟବାନ ବେଜୋର ତାର ଇଂଟେଷ୍ଟାଇନ ଅନ୍ତନଳୀରୁ ବାହାରିଥିବାରୁ ଏହାର ମୂଲ୍ୟ ଅଧିକ ।

ସୌଜନ୍ୟ : ଦୈନିକ ଭାସ୍କର