ଆପଣଙ୍କ ଅଜାଣତରେ ଆପଣଙ୍କ ଖାତାରୁ ବ୍ୟାଙ୍କ ଟଙ୍କା କାଟିନେଉଛି କି ? ତେବେ ଏହି ଉପାୟରେ ସଂଚୟ କରିପାରିବେ ଆପଣଙ୍କ ଟଙ୍କା

41

ଦେଶର ପ୍ରମୁଖ ବ୍ୟାଙ୍କମାନଙ୍କକୁ ସାଧାରଣ ଜନତାଙ୍କୁ ହଜାର ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିଥାଏ । ଯଦି ଆୟକର ବିଭାଗର ନିଷ୍ପତିକୁ ସରକାର ସଂପୂର୍ଣ୍ଣ ଭାବରେ ମାନି ନିଅନ୍ତି ତେବେ ଏହାର ସବୁଠାରୁ ଅଧିକ ଲାଭ ସାଧାରଣ ଜନତାଙ୍କୁ ହିଁ ମିଳିପାରିବ । କାହିଁକି ନା, ବ୍ୟାଙ୍କ ପ୍ରତିଟି ସେବା ଉପରେ ଶୁଳ୍କ ଆଦାୟ କରିଥାଏ । ଯେଉଁଥିରେ ଏଟିଏମ କାର୍ଡ, ଚେକ୍ ବୁକ୍, କ୍ୟାସ ଟ୍ରାଂଜାକସନ, କ୍ରେଡିଟ୍ କାର୍ଡ ବିଲ ବିଳମ୍ବରେ ପଇଠ କରିବା ଆଦି ସାମିଲ ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବ୍ୟବହାର କରିବାକୁ ପରାମର୍ଶ ଦେବୁ ଯାହାକୁ ଆପଣ ବ୍ୟବହାର କରି ଅନେକ ଟଙ୍କା ସଂଚୟ କରିପାରିବେ । ତେବେ ପଢନ୍ତୁ ଏହି ରିପୋର୍ଟ. . .

• ବ୍ୟାଙ୍କ ପ୍ରତିମାସ ନିଜର ଏଟିଏମ ଉପରେ ପାଂଚଟି ଟ୍ରାଂଜାକସନ ମାଗଣାରେ ଉପଲବ୍ଧ କରାଇବାକୁ ଅନୁମତି ଦେଇଥାଏ । ଯଦି ଆପଣ ବିନା କ୍ୟାସରେ ରହିପାରିବେ ନାହିଁ ତେବେ ଏଟିଏମରୁ ଏକାବେଳକେ ଅଧିକ ରୁ ଅଧିକ ଟଙ୍କା ଉଠାଇପାରିବେ । ଏହାଦ୍ୱାରା ଆପଣ ପାଚ ଥରରୁ ଅଧିକ ଥର ଟ୍ରାଂଜାକନ କରିବାରୁ ବଂଚିଯିବେ ଏବଂ ୧୦ରୁ ୨୦ ଟଙ୍କା ଆପଣ ସଂଚୟ କରିପାରିବେ ।

• ବର୍ଷକୁ ଦୁଇଥର ୨୫ ପେଜର ଚେକବୁକ ନେବା ଦ୍ୱାରା ଆପଣଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିନଥାଏ । ଯଦି ଆପଣ ଚେକବୁକର ଅତ୍ୟଧିକ ବ୍ୟବହାର କରୁଛନ୍ତି ତେବେ ଏଭଳି କରିବା ତୁରନ୍ତ ବନ୍ଦ କରିଦିଅନ୍ତୁ । ଫଣ୍ଡ ଟ୍ରାନ୍ସଫର ପାଇଁ ୟୁପିଆଇ, ମୋବାଇଲ ୱାଲେଟ କିମ୍ବା ନେଟବ୍ୟାଙ୍କିଂରେ ଫଣ୍ଡ ଟ୍ରାନ୍ସଫର କରିବାର ସୁବିଧାର ଲାଭ ଉଠାଇପାରିବେ । ଏହାଦ୍ୱାରା ଆପଣ ବର୍ଷକୁ ୨୦ରୁ ୧୫୦ ଟଙ୍କା ସଂଚୟ କରିପାରିବେ ।

• ସେହିପରି ଯଦି ଆପଣ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଏହାର ବିଲ୍ ଉଚିତ ସମୟରେ ପରିଶୋଧ କରନ୍ତୁ । କାରଣ ଏଭଳି ନକଲେ ଆପଣଙ୍କୁ ଏଥିପାଇଁ ଅଧିକ ଶୁଳ୍କ ଦେବାକୁ ପଡିଥାଏ । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କୁ ଏଥିପାଇଁ ୩୯ରୁ୪୨ ପ୍ରତିଶତ ସୁଧ ଦେବାକୁ ପଡିବ । ବିଲ୍ ଦେବାରେ ମାତ୍ର ତିନି ଦିନ ବିଳମ୍ବ ହେବା ଉପରେ ମଧ୍ୟ ବ୍ୟାଙ୍କ ୭୫୦ ଟଙ୍କା କାଟି ପାରେ । ଯଦି ଆପଣଙ୍କୁ ତାରିଖ ମନେ ରହୁନାହିଁ ତେବେ ଅଟୋ ଡେବିଟର ଇନଷ୍ଟ୍ରକସନ ଦିଅନ୍ତୁ , ଯାହାଦ୍ୱାରା ନିଦ୍ଧାରିତ ସମୟ ସୁଦ୍ଧା ୫ ପ୍ରତିଶତ ଅର୍ଥରାଶିର ପେମେଂଟ ହୋଇପାରିବ ।

• ଫୋନ, ବିଦ୍ୟୁତ, ପାଣି ବଳି ୟୁଟିଲିଟି ବିଲର ଦେୟ ତାରିଖ ପର୍ଯ୍ୟନ୍ତ ପେମେଂଟ ନକରିବା ଦ୍ୱାରା କଂପାନୀମାନେ ଅଧିକ ଟଙ୍କା ଚାର୍ଜ କରିଥାନ୍ତି । ନିର୍ଧାରିତ ତାରିଖ ପୂର୍ବରୁ ଯଦି ଆପଣ ପେମେଂଟ କରିଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ କୌଣସି ଜରିମାନା ଦେବାକୁ ପଡିନପାରେ । ତେବେ କଂପାନୀ ଏହା ଉପରେ ୪୦ରୁ ୧୦୦ ଟଙ୍କା ଜରିମାନା ବାବଦକୁ ଉପଭୋକ୍ତାଙ୍କଠାରୁ ଆଦାୟ କରିଥାଏ ।

• ସେହିପରି, ବ୍ୟାଙ୍କ ପ୍ରତି ମାସ ୩ରୁ୪ ଥର କ୍ୟାସ ଟ୍ରାନଜାକସନ ଉପରେ କୌଣସି ଟଙ୍କା ନେଇନଥାଏ । ମାତ୍ର ଏହାଠାରୁ ଅଧିକ ବ୍ରାଂଚରେ କ୍ୟାସ ଟ୍ରାନଜାକସନ କରିବା ଉପରେ ଚାର୍ଡ ଲାଗିନଥାଏ । ଏଥିସହିତ ଆପଣ ଏଭଳି କରିବା ଦ୍ୱାରା ୧୫୦ ଟଙ୍କା ପ୍ରତି ଟ୍ରାଂଜାକସନ ଉପରେ ସଂଚୟ କରିପାରିବେ ।