ମେଡିକାଲ ଖର୍ଚ୍ଚ କିମ୍ବା ସ୍କୁଲ ଫିସ୍ ପାଇଁ ଅର୍ଥ ନଥିଲେ ଏବେ କଂପାନୀ ଭରିବ ବିଲ ! ହେଲେ ଗୋଟିଏ ସର୍ତ୍ତରେ

42

ଆପଣଙ୍କ ନିକଟରେ ଯଦି ମେଡିକାଲ ଖର୍ଚ୍ଚ କିମ୍ବା ପିଲାଙ୍କର ସ୍କୁଲ ଫିସ୍ ଦେବା ପାଇଁ ଟଙ୍କାର ସମସ୍ୟା ରହିଛି ତେବେ ଆପଣଙ୍କୁ ଏଥିପାଇଁ କୌଣସି ବନ୍ଧୁଙ୍କଠାରୁ ଉଧାର କିମ୍ବା ବ୍ୟାଙ୍କରୁ ଲୋନ କରିବାକୁ ଆବଶ୍ୟକତା ପଡିବ ନାହିଁ । କାରଣ ଆଜି ଆମେ ଯେଉଁ କଂପାନୀ ସଂପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାହା ଜରିଆରେ ଆପଣଙ୍କର ସମସ୍ତ ଅସୁବିଧା ଏକପ୍ରକାରେ ଶେଷ ହୋଇଯିବ । ତେବେ ବିଶ୍ୱାସ ହେଉନଥିଲେ ବି ଖବରଟି ଶତପ୍ରତିଶତ ସତ୍ୟ ଅଟେ ।

ସୂଚନା ମୁତାବକ, ସଂପୂର୍ଣ୍ଣ ଦେଶରେ ବର୍ତ୍ତମାନ ଅନେକ ଗୁଡିଏ ଷ୍ଟାର୍ଟଅପ କଂପାନୀ ଆରମ୍ଭ କରାଯାଇଛି । ଯେଉଁମାନେ କି ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା କରୁଛନ୍ତି । ଇତି ମଧ୍ୟରେ ପୁଣେର ଏକ ଷ୍ଟାର୍ଟଅପ କଂପାନୀ ‘ହେଲଥଫିନ’ ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ମାତ୍ର ୧୦ ମିନିଟରେ ଟଙ୍କା ଯୋଗାଇ ଦେଉଛି । ଏଭଳି ଭାବେ ଲୋନକୁ ପ୍ରୋସେସ କରିବା ଦ୍ୱାରା ଅଧିକ ରୁ ଅଧିକ ୧ ଘଂଟାର ସମୟ ଲାଗିବ । କଂପାନୀ ଏହି ସର୍ଭିସକୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ଆରମ୍ଭ କରିଦେଇଛି । ଏବଂ ବର୍ତ୍ତମାନ ଏହି ସର୍ଭିସ ସହିତ ମହାରାଷ୍ଟ୍ରର ପାଖାପାଖି ୫୦ଟି ମେଡିକାଲ ଟାଇଅପ କରିଛନ୍ତି । ବିଲ୍ ରାଶିର ପେମେଂଟ କରିବା ପରେ ୧୨ ମାସରେ କିସ୍ତି ଅନୁସାରେ ଏହି ଟଙ୍କାକୁ ସୁଧ ସହିତ ପରିଶୋଧ କରିଯାଇହେବ ।

ସେହିପରି ଦିଲ୍ଲୀର ଅନ୍ୟ ଏକ ଷ୍ଟାର୍ଟଅପ କଂପାନୀ ‘ଅଫୋର୍ଡପ୍ଲାନ’ ମେଡିକାଲ ବିଲ ଉପରେ ୨୦ ପ୍ରତିଶତର ରିହାତି ଦେଇରଖୁଛି । ଏହି ଷ୍ଟାର୍ଟଅପ କଂପାନୀ ଦିଲ୍ଲୀର ଏନସିଆରର ପାଖାପାଖି ୨୦୦ଟି ମେଡିକାଲ ସହ ଟାଇଇପ କରିସାରିଛି । ଅନ୍ୟପଟେ, ଘରୋଇ ସ୍କୁଲମାନଙ୍କରେ ପିଲାଙ୍କର ଫିସ ବହୁତ ଅଧିକ ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଅନେକ ସମୟରେ ଅଭିଭାବକଙ୍କ ନିକଟରେ ସ୍କୁଲର ଫିସ ଦେବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ ଆଉ ଲୋକଙ୍କର ଏଭଳି ସମସ୍ୟାର ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଏକ କଂପାନୀ ‘ଫିନମୋମେଂଟା’ ବର୍ଷକ ପାଇଁ ସ୍କୁଲ ଫିସ ଜମା କରିବା ଭଳି ସୁବିଧା ଦେଉଛି ।

ସୌଜନ୍ୟ: ଅମର ଉଜାଲା