ବ୍ୟାଙ୍କ ଆପଣଙ୍କୁ ଦେଇ ନପାରେ କେବେ ଲୋନ ! ଯଦି ଏହିସବୁ କଥା ଉପରେ ଆପଣ ନ ରଖନ୍ତି ଧ୍ୟାନ

54

କ୍ରେଡିଟ୍ ସ୍କୋର, ସାଧାରଣତଃ ଲୋନ ନେବା ସମୟରେ ଅଧିକ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । କାହିଁକି ନା ଏହାଦ୍ୱାରା ଜଣେ ବ୍ୟକ୍ତିବିଶେଷଙ୍କର ଉଧାର ନେବା ଏବଂ ତାକୁ ଠିକ୍ ସମୟରେ ପରିଶୋଧ କରିବାର ଅଭ୍ୟାସକୁ ଦୃଷ୍ଟିରେ ରଖି ଉକ୍ତ ବ୍ୟକ୍ତିଙ୍କର ଉଧାର ନେବାର କ୍ଷମତା ସଂପର୍କରେ ଜାଣିହୁଏ । ତେଣୁ କୌଣସି ଲୋନକୁ ମଂଜୁରୀ ଦେବା ପାଇଁ ୭୫୦ର ସ୍କୋରକୁ ଉପଯୁକ୍ତ ବୋଲି ବ୍ୟାଙ୍କ ମାନିଥାଏ । ପର୍ସନାଲ ଫାଇନାନ୍ସ ପାଇଁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ହେବା ସତ୍ୱେ ଏହି କ୍ରେଡିଟ୍ ସ୍କୋର ସଂପର୍କରେ କିଛି ଏଭଳି ତଥ୍ୟ ରହିଛି ଯାହା ବୋଧହୁଏ ଆପଣ ଜାଣି ନଥିବେ । ଆଜିର ଆମର ଏହି ଆଲୋଚନାରେ ଆପଣଙ୍କୁ ସେ ସଂପର୍କରେ ଅବଗତ କରାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

ସୂଚନା ମୁତାବକ, ଯଦି ଆପଣ କୌଣସି ଲୋନ ନେଇ ନାହାଁନ୍ତି ତେବେ ଆପଣଙ୍କର କ୍ରେଡିଟ୍ ସ୍କୋର ଶୁନ୍ୟ ରହିବ । କାରଣ ବ୍ୟାଙ୍କ ନିକଟରେ ଆପଣଙ୍କ ନାମରେ କୌଣସି କ୍ରେଡିଟ୍ ରେକର୍ଡ ରହିନାହିଁ । ହେଲେ ଏହାର ଅର୍ଥ ଏହା ନୁହେଁ କି, ଆପଣଙ୍କୁ ଲୋନ ମିଳି ପାରିବନାହିଁ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଶୁନ ରହିଛି ତେବେ ବ୍ୟାଙ୍କ ଆପଣଙ୍କୁ ଲୋନ ଦେବାକୁ ମନା କରିବ ନାହିଁ କିନ୍ତୁ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଉଧାର ଦେବା ପୂର୍ବରୁ ଆପଣଙ୍କର ଏହି ଉଧାର ପରିଶୋଧ କରିବାର କ୍ଷମତା ଜାଣିବା ପାଇଁ ଆପଣଙ୍କଠାରୁ ଆପଣଙ୍କ ଆୟର ପ୍ରମାଣ, ଗତ ଦୁଇ ବର୍ଷର ଆଇଟିଆରର କପି ଏବଂ ୟୁଟିଲିଟି ବିଲର କପି ପଇଠ କରିବାକୁ କହିପାରନ୍ତି ।

ସେହିପରି ଏକ ବ୍ୟବହାର ଯୋଗ୍ୟ କ୍ରେଡିଟ୍ କାର୍ଡ ଆକାଉଂଟକୁ ବନ୍ଦ କରିବାରେ ଆପଣଙ୍କୁ ଆଗାମୀ ଦିନରେ ଅନେକ ସୁବିଧା ମିଳିପାରେ । ବ୍ୟବହାର ଯୋଗ୍ୟ କ୍ରେଡିଟ୍ କାର୍ଡ ଆକାଉଂଟ୍ ରହିବାଦ୍ୱାରା ତାର କ୍ରେଡିଟ୍ ସ୍କୋରରେ ହ୍ରାସତା ଆସିପାରେ । ଯଦି ବ୍ୟାଙ୍କ ଏବଂ ଫାଇନାନ୍ସିଆଲ କଂପାନୀମାନେ, କାର୍ଡ ଉପରେ ଲାଗୁ କରାଯିବା ଭଳି ସର୍ତ୍ତଗୁଡିକରେ ତଦାରଖ କରନ୍ତି ତେବେ ଆପଣ ଜଣେ ଅଜଣା ବ୍ୟକ୍ତି ହିସାବରେ ସେଗୁଡିକୁ ପାଳନ କରି ନ ପାରନ୍ତି । ଯାହାଦ୍ୱାରା କି ଆପଣଙ୍କର କ୍ରେଡିଟ୍ ସ୍କୋର ଉପରେ ଏହାର ଗଭୀର ପ୍ରଭାବ ପଡିବାର ଆଶଙ୍କା ରହିଥାଏ । ତେଣୁ କ୍ରେଡିଟ୍ ଆକାଉଂଟ୍ ବନ୍ଦ କରିବା ପୂର୍ବରୁ ବ୍ୟାଙ୍କଠାରୁ ସବୁବେଳେ ଏକ କ୍ଲୋଜିଂ ଲେଟର ନିଶ୍ଟୟ ଭାବେ ରଖନ୍ତୁ ।

ଅନ୍ୟପଟେ ଆପଣଙ୍କର କ୍ରେଡିଟ୍ ରିପୋର୍ଟକୁ ବାରମ୍ବାର ଆକ୍ସେସ୍ କରିବା ଦ୍ୱାରା ଆପଣଙ୍କର କ୍ରେଡିଟ୍ ସ୍କୋର ଉପରେ ପ୍ରଭାବ ପଡିପାରେ । ଲୋନ ଆପ୍ଲିକେସନ ସମ୍ବନ୍ଧରେ ଆପଣଙ୍କର କ୍ରେଡିଟ୍ ରିପୋର୍ଟର ଆକଳନ କରାଯିବା ଦ୍ୱାରା ଆପଣଙ୍କର ସ୍କୋର କିଛି ପଏଂଟ ତଳକୁ ଖସି ଆସିଥାଏ । ଯେଉଁଥିପାଇଁ ବ୍ୟାଙ୍କଗୁଡିକୁ ଆପଣଙ୍କର ବିଶ୍ୱାସନୀୟତାର ଆକଳନ କରିବା ପାଇଁ ଆପଣଙ୍କର ରିପୋର୍ଟ ଦେଖାଇବାକୁ ପଡିଥାଏ । ଅନେକ ଲୋନ ଆପ୍ଲିକେସନରେ ଆପଣଙ୍କର ସ୍କୋର ଆହୁରି କମି ମଧ୍ୟ ଯାଇଥାଏ ।

କ୍ରେଡିଟ୍ ସ୍କୋର ଦ୍ୱାରା ଆପଣଙ୍କର ଉଧାର ଏବଂ ତାର ପରିଶୋଧ ସଂପର୍କରେ ଆପଣଙ୍କର ବିଶ୍ୱାସନୀୟତା ସଂପର୍କରେ ଜଣା ପଡିଯାଇଥାଏ । ଆପଣଙ୍କର ସ୍କୋରରେ ଆପଣଙ୍କ ଆୟର ଆକାରର କୌଣସି ବି ପ୍ରଭାବ ପଡିନଥାଏ । ଯଦି ଆପଣ ନିର୍ଦ୍ଧାରିତ ସମୟରେ ଲୋନର ଇଏମଆଇ ନଦିଅନ୍ତି ତେବେ ଫରକ୍ ପଡିଥାଏ ।

ଏଠାରେ ଆମେ କହି ରଖୁଛୁ କି, ଆଜିକା ଦିନରେ କ୍ରେଡିଟ୍ ସ୍କୋର ଦିନକୁ ଦିନ ଅଧିକରୁ ଅଧିକ ମହତ୍ୱପୂର୍ଣ୍ଣ ହେବାକୁ ଲାଗିଲାଣି । ଏପରିକି ବିଭିନ୍ନ ସଂସ୍ଥା ଏବଂ ଇନସ୍ୟୁରାନ୍ସ କଂପାନୀମାନେ ମଧ୍ୟ ଏଥିପାଇଁ ଲୋନ ନେବାକୁ ଚାହୁଁଥିବା ବ୍ୟକ୍ତିବିଶେଙ୍କର ପ୍ରୋଫାଇଲ୍ ଜାଣିବା ପାଇଁ ତାଙ୍କ କ୍ରେଡିଟ୍ ସ୍କୋର ଦେଖୁଛନ୍ତି । ତେଣୁ ଏଥିପାଇଁ ଏକ ସ୍ମାର୍ଟ ଡେବ୍ଟ ପ୍ଲାନ ନେଇ ଓ ତାକୁ ନିର୍ଦ୍ଧାରିତ ସମୟ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା କି ଆପଣଙ୍କର ଏକ ଭଲ କ୍ରେଡିଟ୍ ସ୍କୋର ତିଆରି ହେବା ସହିତ ଆଗାମୀ ଦିନମାନଙ୍କରେ ଏକ ଭଲ ଲୋନ୍ ଆପଣଙ୍କୁ ମିଳିପାରିବ ।

ସୌଜନ୍ୟ: ଜନସର୍ତ୍ତା