ଗାଡିରେ କରନ୍ତୁ ଏହି ଛୋଟିଆ ସେଟିଂ, ଲିଟର ପ୍ରତି ୮୦ କିଲୋମିଟରର ମାଇଲେଜ ଦେବ ଆପଣଙ୍କ ବାଇକ୍

34

ଆଜିର ମାର୍କେଟରେ ବିଭିନ୍ କଂପାନୀ ଅନେକ ଫାଷ୍ଟ ବାଇକ୍ ଉପଲବ୍ଧ । ହେଲେ ଏସବୁ ମଧ୍ୟରେ ବି ଲୋକଙ୍କର କେବଳ ଗୋଟିଏ ସମସ୍ୟା ରହିଛି, ତାହା ହେଉଛି ଗାଡିର ମାଇଲେଜ । ଆଜ୍ଞା ହଁ ! ଅଧିକ ସିସି ହେବା କାରଣରୁ ଏହିସବୁ ବାଇକର ମାଇଲେଜ ହ୍ରାସ ପାଇଥାଏ । ଯେଉଁ କାରଣରୁ ଗାଡି ଅଧିକ ତେଲ ଟାଣିଥାଏ । ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ଆମେ ଆଜି ଏଭଳି କିଛି ଜରୁରୀ ସୂଚନା ସଂପର୍କରେ ଜଣାଇବୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କର ବାଇକର ମାଇଲେଜ ଲିଟର ପ୍ରତି ୮୦ କିଲୋମିଟର ଚାଲିବାର କ୍ଷମତା ରହିବ । ତେବେ ଆସନ୍ତୁ ଜାଣିବା..

ଗିୟର ବଦଳାଇବା

ଯଦି ଆପଣ ଶୀଘ୍ର ଶୀଘ୍ର ଗିୟର ଚେଂଜ କରୁଛନ୍ତି ତେବେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ନିଶ୍ଚୟ ଅସୁବିଧାରେ ପକାଇପାରେ । କାହିଁକି ନା ଏଭଳି କରିବା ଦ୍ୱାରା ବାଇକର ମାଇଲେଜ କମ୍ ହୋଇଯାଇଥାଏ । ତେଣୁ ଗିୟର ଶୀଘ୍ର ଶୀଘ୍ରୀ ବଦଳାନ୍ତୁ ନାହିଁ ।

ସର୍ଭିସିଂ

ସବୁବେଳେ ସଠିକ୍ ଟାଇମରେ ବାଇକର ସର୍ଭିସିଂ କରିବା ଦରକାର । ଏଭଳି କରିବା ଦ୍ୱାରା ଇଂଜିନ ଠିକରେ କାମ କରିଥାଏ ଏବଂ ବାଇକ ଭଲ ମାଇଲେଜ ଦେଇଥାଏ ।

ପତଳା ଟାୟାର

ବାଇକରେ ଚୌଡା ଟାୟାର ଲଗାଇବା ଦ୍ୱାରା ମାଇଲେଜ କମିଯାଇଥାଏ । ତେଣୁ ସବୁବେଳେ ବାଇକରେ ପତଳା ଟାୟାର ହିଁ ଲଗାଇବା ଭଲ ।

ସ୍ପିଡ

ସବୁବେଳେ ବାଇକକୁ ୪୦ରୁ ୫୦ କିଲୋମିଟର ସ୍ପିଡରେ ହିଁ ଚଲାଇବା ଦରକାର । ଏଭଳି କରିବା ଦ୍ୱାରା ବାଇକ ଭଲ ତଥା ଖାସ୍ ମାଇଲେଜ ଦେଇଥାଏ ।