ଚଳିତ ମାସରୁ ଲାଗୁ ହେଲା ୫ଟି ନୂଆ ନିୟମ ! ଯାହା ଆପଣଙ୍କ ପକେଟ୍ ଉପରେ କରିପାରେ ସିଧା ପ୍ରହାର

33

ନୂଆ ମାସର ଆରମ୍ଭ ହୋଇସାରିଛି । ଏଥି ସହିତ ହିଁ ଅନେକ ନିୟମ ମଧ୍ୟ ଲାଗୁ ହୋଇସାରିଛି, ଯାହାର ସିଧା ପ୍ରଭାବ ଆପଣଙ୍କ ପଟେକ୍ ଉପରେ ପଡିପାରେ । ଏଥିରେ ଋଣଠାରୁ ଆରମ୍ଭ କରି ଅନଲାଇନ ସପିଂ ପର୍ଯ୍ୟନ୍ତ ନିୟମ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଚଳିତମାସରୁ କେଉଁ କେଉଁ ନିୟମ ଲାଗୁ ହୋଇଛି…

ଦେବାକୁ ପଡିବ ଅଧିକ ସୁଧ

ଅକ୍ଟୋବରରୁ ଡିସେମ୍ବର ତ୍ରିମାସିକ ପାଇଁ ଛୋଟ ତଥା ସ୍ୱଳ୍ପ ସଂଚୟ ଉପରେ ସୁଧ ଦର ବୃଦ୍ଧି ପାଇବ । ଏଣିକି ସୁକନ୍ୟା ସମୃଦ୍ଧି ସ୍କିମ, ନ୍ୟାସନାଲ ସେଭିଂ ସ୍କିମ, ପବ୍ଲିକ୍ ପ୍ରୋଭିଡେଂଟ ଫଣ୍ଡ, କିଷାନ ବିକାଶ ପତ୍ର ଭଳି ଯୋଜନାଗୁଡିକ ଉପରେ ପୂର୍ବପେକ୍ଷା ୦.୪୦ ପ୍ରତିଶତ ଅଧିକ ସୁଧ ମିଳିବ ।

୧୦ ଅକ୍ଟୋବର ସୁଧା ନେଇ ପାରିବେ ଇଲେକ୍ଟ୍ରୋରାଲ ବଣ୍ଡ

ଇଲେକ୍ଟ୍ରୋରାଲ ବଣ୍ଡର ବିକ୍ରି ୧୦ ଅକ୍ଟୋବର ସୁଧା ଜାରି ରହିବ । ଯଦି ଆପଣ କୌଣସି ରାଜନୈତିକ ଦଳକୁ ନିର୍ବାଚନୀ ଚାନ୍ଦା ପାଇଁ ଇଲେକ୍ଟ୍ରୋରାଲ ବଣ୍ଡ ଦେବାକୁ ଚାହୁଁଛନ୍ତି ତେବେ ଏସବିଆଇଠାରୁ ଇଲେକ୍ଟ୍ରୋଲାନ ବଣ୍ଡ କିଣିପାରିବେ ।

ମହଙ୍ଗା ହେବ ଅନଲାଇନ ସପିଂ

ରୋଷେଇ ଗ୍ୟାସ, ସିଏନଜି ଓ ପିଏନଜି ପରେ ଅନଲାଇନ୍ ଇ-କମର୍ସ କମ୍ପାନୀ ତରଫରୁ ମିଳିବ ମହଙ୍ଗା ଝଟକା । ୧ ଅକ୍ଟୋବର ୨୦୧୮ରୁ ସମସ୍ତ ଇ-କମର୍ସ କମ୍ପାନୀକୁ ଟ୍ୟାକ୍ସ କଲେକ୍ଟେଡ୍ ଆଟ୍ ସୋର୍ସ(ଟିସିଏସ୍) ଓ ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ(ଟିଡିଏସ୍) ଦେବାକୁ ପଡିବ । କେନ୍ଦ୍ରୀୟ ଜିଏସଟି ଅଧିନିୟମ ମୁତାବକ, ଅଧିସୂଚିତ କମ୍ପାନୀଙ୍କୁ ୨.୫ ଲକ୍ଷ ଟଙ୍କାରୁ ଅଧିକର ବସ୍ତୁ କିମ୍ବା ସେବାର ଯୋଗାଣ ଉପରେ ୧ ପ୍ରତିଶତ ଟିଡିଏଏସ୍ କାଟିବା ଜରୁରୀ ହେବ । ଏହା ସହିତ ରାଜ୍ୟ ଆଇନ୍ ଅଧିନରେ ରାଜ୍ୟ ୧ ପ୍ରତିଶତ ଟିଡିଏସ୍ ସଂଗ୍ରହ କରିବ

କଲ ଡ୍ରପ ହେବା ଉପରେ କଂପାନୀ ଉପରେ ଲାଗିବ ଜରିମାନା

ଏଣିକି କଲ ଡ୍ରପ ପାଇଁ କଟକଣା ଲାଗୁ ହୋଇଯିବ । ଟେଲିକମ ରେଗୁଲେଟର ଟ୍ରାଇର କହିବା ଅନୁସାରେ, ନୂଆ ପାରା ମିଟର ଲାଗୁ ହେବା ପରେ କଲ ଡ୍ରପ ହେବା ଦ୍ୱାରା ମୋବାଇଲ ଅପରେଟର କଂପାନୀଗୁଡିକ ଉପରେ ବି ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।

ମହଙ୍ଗା ହେବା ସୁଧ

ଏସିବିଆଇ , ଆଇସିଆଇସିଆଇ ଏବଂ ପଂଜାବ ନ୍ୟାସନାଲ ଭଳି ବ୍ୟାଙ୍କ ଋଣ ଦର ବୃଦ୍ଧି କରିଛନ୍ତି । ଏହି ଦର ଗତକାଲିଠାରୁ ଲାଗୁ ହୋଇସାରିଛି । ଏସବିଆଇ ପ୍ରତ୍ୟେକ ଟେନ୍ୟୁର ପାଇଁ ଏମସିଏଲଆରରେ ୦.୦୫ ପ୍ରତିଶତ ବଦ୍ଧିତ କରାଯାଇଛି । ସେହିପରି ପିଏନବି ମାସିକ ଏବଂ ୩ ବର୍ଷର ଅବଧି ବିଶିଷ୍ଟ ଋଣ ବା ଲୋନ ପାଇଁ ଏମସିଏଲଆରରେ ୦.୦୫ ପ୍ରତିଶତ ଏବଂ ଓଭରନାଇଟ ଲୋନର ଦର ପାଇଁ ୦.୨ ପ୍ରତିଶତ ବୃ୍ଦ୍ଧି କରିଛି । ଆଇସିଆଇସିଆଇ ମାସିକିଆ ଲୋନ ପାଇଁ ଏମସିଏଲଆରରେ ୦.୧୦ ପ୍ରତିଶତ ବୃଦ୍ଧି କରିଛି ।