ଇଂଟରନେଟରେ ମାଗଣା ଅଟେ ଏହି ୫ଟି ଜିନିଷ ! ଜାଣନ୍ତୁ କେମିତି ଉଠାଇବେ ଏହାର ମଜା

41

ଇଂଟରନେଟ୍ ଏକ ଏଭଳି ପ୍ଲାଟଫର୍ମ ଯେଉଁଠାରେ ସଂପୂର୍ଣ୍ଣ ଦୁନିଆ ଉପଲବ୍ଧ । ଏଠାରେ ସବୁ ଜିନିଷର ସମସ୍ତ ସୂଚନା ସହିତ ବିଭିନ୍ନ ତଥ୍ୟ ମଧ୍ୟ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଇଂଟରନେଟ୍ କିଛି ଏଭଳି ଜିନିଷ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ମାଗଣାରେ ଉପଲବ୍ଧ ଅଟେ । ଏବଂ ଆପଣ ଏହାକୁ ସହଜରେ ମଧ୍ୟ ଡାଉନଲୋଡ କରି ପାରିବେ । ଖାଲି ସେତିକି ନୁହେଁ ସେହି ସର୍ଭିସର ଫାଇଦା ମଧ୍ୟ ଉଠାଇ ପାରିବେ ।

ମାଗଣାରେ ସିନେମା ଦେଖିପାରିବେ

ଇଂଟରନେଟରେ ସିନେମା ଫ୍ରି ଅଟେ । ଆପଣ ଚାହିଁଲେ କିଛି ଭଲ ଏବଂ ପୁରୁଣା ସିନେମାଗୁଡିକୁ ଏଠାରେ ଡାଉନଲୋଡ କରି ଦେଖି ପାରିବେ ।

ମାଗଣାରେ ବହି ପଢି ପାରିବେ

ଇଂଟରନେଟରେ ବିଭିନ୍ନ ପ୍ରକାରର ପୁସ୍ତକଗୁଡିକୁ ମଧ୍ୟ ଆପଣ ମାଗଣାରେ ପଢି ପାରିବେ । ଯଦି ଆପଣ କିଛି ଭଲ ଲେଖକଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡିକୁ ଅନଲାଇନରେ ପଢିବାକୁ ଚାହୁଁଛନ୍ତି ତେବେ ଇଂଟରନେଟ୍ ଏଥିପାଇଁ ସବୁଠାରୁ ଭଲ ଲାଇବ୍ରେରୀ ଅଟେ । ମାତ୍ର ଖାଲି ଆପଣ ଟିକେ ପରିଶ୍ରମ କରି ସେଗୁଡିକୁ ଖୋଜିବାକୁ ପଡିବ । ତା’ପରେ ଆପଣ ଯେଉଁ ଭାଷାରେ ଚାହିଁବେ ସେହି ସେହି ଭାଷାର ପୁସ୍ତକମାନ ପଢି ପାରିବେ ।

ବିଦେଶୀ ଭାଷା

ଯଦି ଆପଣ ଇଂଟରନେଟରେ କୌଣସି ବିଦେଶୀ ଭାଷା ଉପରେ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି ତେବେ ଏଠାରେ ଆପଣ ମାଗଣାରେ ଶିଖି ପାରିବେ ।

ମାଗଣା ସଫ୍ଟଓୟାର

ଇଂଟରନେଟରେ ଅନେକ ସଫ୍ଟଓୟାର ମାଗଣାରେ ଉପଲବ୍ଧ । ଯାହାକୁ ଆପଣ ସହଜରେ ସର୍ଚ୍ଚ କରି ପାରିବେ । ତେବେ ଏଥିରେ ଏଭଳି ଅନେକ ସଫ୍ଟଓୟାର ରହିଛି ଯାହାକୁ ଅତି ସହଜରେ ଆପଣ ପାଇ ପାରିବେ ।

ମାଗଣା ପ୍ରଚାର କରିପାରିବେ

ଯଦି ଆପଣ ଇଂଟରନେଟରେ ନିଜର କୌଣସି ପ୍ରଚାର କରିବାକୁ ଚାହୁଁଛନ୍ତି ତେବେ ଏଠାରେ ଅନେକ ୱେବସାଇଟ୍ ଏବଂ ଫଟୋ ୱେବସାଇଟ୍ ଭଳି ସାଇଟ ରହିଛି ଯେଉଁଥିରେ ଆପଣ ମାଗଣାରେ ନିଜର ପ୍ରଚାର କରି ପାରିବେ ।