ଓଦା ଫୋନରେ କଥା ହେଉଛନ୍ତି କି ? ସାବଧାନ, ଜଳିଯାଇପାରେ ସ୍ମାର୍ଟଫୋନ, ଆପଣଙ୍କର ଏହି ୫ଟି ଭୁଲ ପାଇଁ ମୋବାଇଲରେ ହୋଇପାରେ ବିସ୍ଫୋରଣ

59

ଆଜିର ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶକୀୟ ଜିନିଷ ହୋଇପଡିଛି । ଖାଦ୍ୟ ଭଳି ମୋବାଇଲ ଫୋନ ବି ମଣିଷ ପାଇଁ ଜରୁରୀ ହୋଇପଡିଛି । ଲୋକେ ମଣିଷ ଅପେକ୍ଷା ବେଶି ମୋବାଇଲ ଫୋନକୁ ଗୁରୁତ୍ୱ ଦେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସଭିଏଁ ଏବେ ମୋବାଇଲ ମାୟାରେ ବାୟା । ସେହିପରି ମୋବାଇଲର ଚାହିଦା ଯେପରି ଦିନକୁ ଦିନ ବଢିବାରେ ଲାଗିଛି, ଏହାକୁ ନେଇ ସୃଷ୍ଟି ହେଉଥିବା ଦୁର୍ଘଟଣା ମଧ୍ୟ ବଢିଚାଲିଛି । ଯାହାକି ଏବେ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ତେଣୁ ଗୋଟିଏ କଥା ଜାଣି ରଖିବା ଉଚିତ କି, ଫୋନର ବ୍ୟାଟେରୀରୁ କାହାର ବି ମୃତ୍ୟୁ ହୋଇପାରେ ତେବେ ସେ ବ୍ୟବହାର କରନ୍ତୁ କିମ୍ବା ନକରନ୍ତୁ ।

ଆଜି ଆମେ ଆପଣଙ୍କୁ ଏଭଳି ୫ଟି କାରଣ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ପରିସ୍ଥ୍ିତିରେ ମୋବାଇଲ ଫାଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା

ଭିଜି ଯାଇଥିବା ଫୋନକୁ ତୁରନ୍ତ ବ୍ୟବହାର କରନ୍ତୁ ନାହିଁ

ଯଦି ଆପଣଙ୍କର ସ୍ମାର୍ଟଫୋନ ପାଣିରେ ଭିଜି ଯାଇଛି ତେବେ ଭୁଲରେ ବି ତାକୁ ଚାର୍ଜିଂରେ ବସାନ୍ତୁ ନାହିଁ ଏବଂ ନା ହିଁ ସେଥିରେ ତୁରନ୍ତ କଥା ହୁଅନ୍ତୁ । କାରଣ, ଓଦା ଫୋନ ମଧ୍ୟରେ ସାର୍ଟ ସର୍କିଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଭଲ ହେବ କି ଫୋନଟି ଭଲ ଭାବରେ ଶୁଖି ଗଲା ପରେ ହିଁ ଯାଇ ବ୍ୟବହାର କରନ୍ତୁ ।

ଫୋନରେ ଖରାରେ ରଖନ୍ତୁ ନାହିଁ

ଅଧିକାଂଶ ସମୟରେ ଲୋକ ଫୋନରେ କଥା ହେଉ ହେଉ ତାକୁ ଖରାରେ ତଥା ବାହାରେ ରଖି ଘରକୁ ଚାଲିଆସିଥାନ୍ତି । ଯାହାଦ୍ୱାରା ଫୋନଟି ଆହୁରୀ ହିଟ୍ ହୋଇଯାଇଥାଏ । ଏହାର ପ୍ରମୁଖ କାରଣ ହେଲା , ଫୋନକୁ ଖରାରେ ବ୍ୟବହାର କରିବା ଦ୍ୱାରା ଫୋନଟି ଅଧିକ ଗରମ ହୋଇଯାଇଥାଏ । ଯାହାର ସିଧା ପ୍ରଭାବ ବ୍ୟାଟେରୀ ଏବଂ ଫୋନର ପରଫର୍ମମାନ୍ସ ଉପରେ ପଡିଥାଏ । ତେଣୁ ଭଲ ହେବକି ଆପଣ ଫୋନକୁ ବେଶି ସମୟ ଖରାରେ ବ୍ୟବହାର କରନ୍ତୁ ନାହିଁ ।

ଶୋଇବା ସମୟରେ ପାଖରେ ରଖନ୍ତୁ ନାହିଁ

ଅଧିକାଂଶ ଲୋକେ ଫୋନକୁ ପାଖରେ ରଖି ହିଁ ଶୋଇଥାନ୍ତି । ଏପରିକି କିଛି ଲୋକ ତ ଏଭଳି ଅଛନ୍ତି ଯେଉଁମାନେ କି କାନରେ ଇୟର ଫୋନ ଲଗାଇ ଶୋଇପଡିଥାନ୍ତି । କିନ୍ତୁ ଏଭଳି କରିବା ଆପଣଙ୍କ ପାଇଁ ବିପଦ ହୋଇପାରେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ମୋବାଇଲରୁ ବାହାରୁଥିବା ରେଡିଏସନ ମଣିଷର ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ହେବ ଯଦି ଆପଣ ଶୋଇବା ସମୟରେ ଫୋନକୁ ନିଜଠାରୁ ଦୂରରେ ରଖି ଶୁଅନ୍ତୁ ।

ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି କାମ

ଅଧିକାଂଶ ଲୋକେ ଫୋନକୁ ଚାର୍ଜରେ ବସାଇ ବିଭିନ୍ନ କାମ ତଥା କଥା ହୋଇଥାନ୍ତି କିମ୍ବା ଭିଡିଓ କିମ୍ବା ଗେମ ଖେଳିଥାନ୍ତି । ଯାହାକି ଆପଣଙ୍କୁ ବିପଦରେ ପକାଇପାରେ । ଗେମ ଖେଳିବା ଦ୍ୱାରା କିମ୍ବା କଲିଂ ସମୟରେ ଫୋନକୁ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ପୂର୍ବେକ୍ଷା ଅଧିକ ଗରମ ହେବାରେ ଲାଗିଥାଏ । ଏଭଳି ପରିସ୍ଥିତିରେ ଫୋନରେ ବିସ୍ଫୋରଣ ହେବାର ସମ୍ଭାବନା ଢେର ଗୁଣା ବଢିଯାଇଥାଏ ।

ଏଭଳି ଚାର୍ଜରେ କରନ୍ତୁ ନାହିଁ ଚାର୍ଜିଂ

ଅଧିକାଂଶ ସମୟରେ ଆମେ ଫୋନକୁ ଲୋକାଲ ଚାର୍ଜର କିମ୍ବା କୌଣସି ବି ମୋବାଇଲ ଚାର୍ଜରେ ଚାର୍ଜ କରିଥାନ୍ତି । ଏଭଳି କରିବା ଦ୍ୱାରା ଫୋନର ବ୍ୟାଟେରୀ ଫାଟିବାର ଭୟ ଅଧିକଥାଏ । ଯଦି ଆପଣ ମଧ୍ୟ ଅନ୍ୟ କୌଣସି ଚାର୍ଜରେ ଆପଣଙ୍କ ମୋବାଇଲକୁ ଚାର୍ଜ କରୁଛନ୍ତି ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ ନଚେତ କୌଣସି ବି ଦୁର୍ଘଟଣା ଘଟିପାରେ ।