ଏକ ଅଦ୍ଭୁତ ଗାଁ ! ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ବାମନ

45

ଇଂଟରନେଟ୍ ଓ ସୋସିଆଲ ମିଡିଆ ଆସିବା ଦ୍ୱାରା ବର୍ତ୍ତମାନ ଦେଶ-ବିଦେଶରେ ଘଟୁଥିବା ଅଦ୍ଭୁତ ତଥା ଆଶ୍ଚର୍ଯ୍ୟକର ବିଷୟ ଆମେ ସହଜରେ ଜାଣିବାକୁ ପାଉଛେ । ଯେବେକି ପୂର୍ବରୁ ଆମକୁ ଗୋଟେ ବିଷୟରେ ଜାଣିବାକୁ ହେଲେ ଦୀର୍ଘ ସମୟ ଧରି ଅନେକ ଗୁଡିଏ ବହି ଖେଳାଇବାକୁ ପଡୁଥିଲା । ଆଜି ଆମେ ଆପଣଙ୍କୁ ଚୀନର ଏକ ଅଦ୍ଭୁତ ଗାଁ ସଂପର୍କରେ ଜଣାଇବୁ ଯେଉଁଠି ବାସ କରୁଥିବା ଲୋକଙ୍କ ଉଚ୍ଚାତା ସାଧାରଣତଃ ଛୋଟ ଥିବାର ଦେଖିବାକୁ ମିଳିଛି ।

ଚୀନର ସିଚୁଆନ ଅଂଚଳରେ ଅବସ୍ଥିତ ଏହି ଗାଁରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ଉଚ୍ଚତାର ଲମ୍ବ ୨ ଫୁଟ୍ ୧ ଇଂଚ ରୁ ଆରମ୍ଭ କରି ୩ ଫୁଟ୍ ୧୦ ଇଂଚ ପର୍ଯ୍ୟନ୍ତ ହୋଇଥାଏ । ଯାହା ବର୍ତ୍ତମାନ ଏହି ଗାଁର ପରିଚୟ ପାଲଟିଛି ।

କଥାଟା ହେଲା, ଏଠାରେ ବାସକରୁଥିବା ସମସ୍ତ ପିଲାଙ୍କ ଉଚ୍ଚତା ପାଖାପାଖି ୫ରୁ ୭ ବର୍ଷରୁ ହିଁ ସ୍ଥିର ହୋଇଯାଇଥାଏ । ଆଉ ସେମାନଙ୍କ ଉଚ୍ଚତା ସେମାନଙ୍କ ବୟସ ଅନୁସାରେ ବଢି ନଥାଏ । ଅଧିକାଂଶ ସମୟରେ କିଛି ପିଲାଙ୍କ ଉଚ୍ଚତା ମାତ୍ର ୧୦ ବର୍ଷ ପରେ ଆଉ ବଢି ନଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ୧୯୯୧ରେ ପ୍ରଥମ ଥରପାଇଁ ଏଭଳି ଘଟଣା ଏହି ଗାଁରେ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସାରା ଦୁନିଆ ଚକିତ ହୋଇଯାଇଥିଲା । ପରେ ପରେ ଏହି ସମସ୍ୟା ସଂପୂର୍ଣ୍ଣ ଗାଁକୁ ଗ୍ରାସ କରିଦେଇଥିଲା ।

ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଏଠାକାର ମାଟି, ପାଣି ଓ ପରିବେଶ ଆଦିକୁ ଅନେକ ଥର ଗବେଷଣା କରାଯାଇଥିବା ବେଳେ ଏହାର ଫଳ ଶୂନ୍ୟ ହୋଇଥିଲା ।ତେବେ କିଛି ଲୋକଙ୍କ କହିବାନୁସାରେ ଏଠାରେ କିଛି ବିଷାକ୍ତ ଗ୍ୟାସର ବ୍ୟବହାର କରାଯାଇଥିଲା ଯାହାଫଳରେ ଏଠିକାର ଲୋକଙ୍କ ମଧ୍ୟରେ ଏପରି ସମସ୍ୟା ଦେଖାଦଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-