ବିବାହ ପୂର୍ବରୁ ହୋଟେଲରେ ରହିବା କୌଣସି ଅପରାଧ ନୁହେଁ ! ଜାଣନ୍ତୁ ଏଭଳି କିଛି ଅଧିକାର ସଂପର୍କରେ……ଆପଣଙ୍କ ଅସୁବିଧାରେ କାମରେ ବି ଆସିପାରେ

348

ଅଧିକାଂଶ ସମୟରେ ଆପଣ ବିଭିନ୍ନ ଗଣମାଧ୍ୟମରେ ଦେଖିଥିବେ କିମ୍ବା ଶୁଣିଥିବେ କି ହୋଟେଲ ରୁମରୁ ଯୁବକ-ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି କିମ୍ବା ପୁଲିସ ଚଢଉ କରି ଅନମ୍ୟାରେଡ କପଲ (ଅବିବାହିତ ଯୁବକ-ଯୁବତୀ)ଙ୍କୁ ଅସଙ୍ଗତ ଅବସ୍ଥାରେ ଉଦ୍ଧାର କରିଛି । ଏଭଳି ଘଟଣା ଶୁଣି ମନରେ ସର୍ବ ପ୍ରଥମେ ଏହି ପ୍ରଶ୍ନ ଉଙ୍କିମାରିଥାଏ କି କଣ ବାସ୍ତବରେ ଅନମ୍ୟାରେଡ କପଲ୍ସ ହୋଟେଲ ରୁମରେ ଏକାକୀ ରହିପାରିବେ ନାହିଁ ? ଭାରତରେ ବିବାହ ପୂର୍ବରୁ ହୋଟେଲ ରୁମରେ ଯୁବକ ଯୁବତୀଙ୍କ ରହିବା କଣ ଆଇନଗତ ଭୁଲ୍ ?

ଆପଣଙ୍କ ମନରେ ନିଶ୍ଚୟ ଏହି ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିବ କି, ଦେଶର ଯୁବା କପଲ୍ସଙ୍କୁ ଟିକିଏ ବ୍ୟକ୍ତିଗତ ସମୟ ବିତାଇବାକୁ କିମ୍ବା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବାର ଅଧିକାର ପୁଲିସକୁ କିଭଳି ମିଳିଗଲା ବୋଲି । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହିରଖୁଛୁ କି, ଇଣ୍ଡିଆନ କନଷ୍ଟିଚ୍ୟୁସନରେ ଏଭଳି ଅନମ୍ୟାରେଡ କପଲ୍ସଙ୍କୁ ମଧ୍ୟ କିଛି ଅଧିକାର ପ୍ରଦାନ କରାଯାଇଛି । କିନ୍ତୁ ଅଧିକାଂଶ ଲୋକଙ୍କୁ ଏହି ଅଧିକାର ସଂପର୍କରେ ଜଣାନଥାଏ । ଉଦାହରଣ ସ୍ୱରୂପ, ହୋଟେଲରେ ଯଦି କୌଣସି ଅବିବାହିତ ପୁଅ-ଝିଅ ଗୋଟିଏ ରୁମରେ ରହିବାକୁ ଚାହୁଁଛନ୍ତି ତେବେ ପୁଲିସ ଖାଲି ଏଥିପାଇଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ନିଜର ଏହି ଅଧିକାର ପ୍ରୟୋଗ କରି ପୁଅ-ଝିଅ ପୁଲିସ ସହ ନ୍ୟାୟ ମାଗି ପାରିବେ ।

ଆଜି ଆମେ ଆପଣଙ୍କୁ ଅନମ୍ୟାରେଡ କପଲ୍ସଙ୍କୁ ପ୍ରଦାନ କରାଯାଇଥିବା କିଛି ଏଭଳି ଅଧିକାରୀ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ …

ଅନମ୍ୟାରେଡ କପଲ୍ସ ନିଜ ଇଚ୍ଛାରେ ହୋଟେଲରେ ଗୋଟିଏ ରୁମରେ ରହିପାରିବେ । ଦେଶ କିମ୍ବା ଦୁନିଆରେ ଏଭଳି କୌଣସି ନିମୟ ହିଁ ନାହିଁ , ଯେଉଁଥିରେ ଅନମ୍ୟାରେଡ କପଲ ହୋଟେଲରେ ଗୋଟିଏ ରୁମରେ ରହିପାରିବେ ନାହିଁ । ଏଭଳି ମାମଲାରେ ପୁଲିସ ଚଢଉ କରିବା ପୁରାପୁରି ଭୁଲ୍ ।

ଆଇନ ଅନୁସାରେ ବିବାହିତ

ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଲିଭ୍ ଇ କିମ୍ବା ପତି-ପତ୍ନୀ ଭଳି ରହୁଛନ୍ତି ତେବେ ଆଇନ ଦୃଷ୍ଟିରୁ ଆପଣଙ୍କୁ ବିବାହିତ ବୋଲି ବୁଝାଯିବ । ଯାହାକୁ ସାଧାରଣ ଭାଷାରେ ଲିଭ ଇନ ରିଲେସନସିପ ବୋଲି କୁହାଯାଇଥାଏ । ବର୍ତ୍ତମାନ ସରକାର ଲିଭ ଇନରେ ରହୁଥିବା ଲୋକଙ୍କ ପାଇଁ ଅନେକ ପ୍ରକାରର ଅଧିକାର ପ୍ରସ୍ତୁତ କରିଛନ୍ତି ।

ସଂପତିରେ ମହିଳାଙ୍କୁ ବି ମିଳିବ ଭାଗ

ଲିଭ୍ ଇନରେ ରହିବା ସମୟରେ କପଲ୍ସରେ ପୁରୁଷ ସାଥିଙ୍କର ବିନା କାରଣରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ଫ୍ୟାମିଲ ପାର୍ଟନରଙ୍କୁ ତାଙ୍କର ସଂପତିର ଉତ୍ତରାଧିକାରୀ ବୁଝାଯିବ । ଯାହାର ଅର୍ଥ ହେଲା ଲିଭ ଇନରେ ମହିଳାଙ୍କୁ ପତ୍ନୀଙ୍କ ଭଳି ଅଧିକାର ମିଳିଥାଏ । ଲିଭ ଇନ ପାର୍ଡନରଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ସମସ୍ତ ସଂପତି ଉପରେ ଲିଭ ଇନରେ ରହୁଥିବା ପାର୍ଟନରଙ୍କୁ ମିଳିବ ।

୧୮ ବର୍ଷରୁ ଅଧିକ ବୟସ ଥିଲେ

୧୮ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ଦୁଇ ବୟସ୍କ ପରମ୍ପର ସହ ନିଜ ଇଚ୍ଛା ରେ ଶାରିରୀକ ସଂପର୍କ ରଖିପାରିବେ । ଏହାଦ୍ୱାରା କୌଣସି ଦୁଷ୍ଟିରୁ ବି ବେଆଇନ ବୋଲି କୁହାଯାଇପାରିବ ନାହିଁ । ଯଦି କେହି ଆପଣଙ୍କର ସ୍ୱାଧିନତା ଉପରେ ବିଧୋର ଜତାନ୍ତି ତେବେ ସେ ଭୁଲ୍ ଅଟନ୍ତି ।