ଚର୍ଚ୍ଚାରେ ଦିଲ୍ଲୀ ନଗରୀର ରହସ୍ୟମୟ ଅଂଚଳ ! ଯାହା ପାଲଟିଛି ଏବେ ଭୂତ,ପ୍ରେତଙ୍କ ଆଶ୍ରୟସ୍ଥଳୀ

125

ବର୍ତ୍ତମାନ ସମୟରେ ଯଦିଓ କେହି ଭୂତ,ପ୍ରେତ ଆଦିକୁ ବିଶ୍ୱାସ କରି ନଥାନ୍ତି କିନ୍ତୁ ଏହାକୁ ନେଇ ମଧ୍ୟ ମନ ଭିତରେ ଭୟ ସୃଷ୍ଟି ହୋଇଥାଏ । ଯଦି କେହି ଏଥିସହ ଜଡିତ କୌଣସି ବି କାହାଣୀ କିମ୍ବା ଘର ବା ସ୍ଥାନ ସଂପର୍କରେ ଆଲୋଚନା କରନ୍ତି ତେବେ ସେ କଥାକୁ ଶୁଣିବାକୁ ମନ ବ୍ୟଗ୍ର ହୋଇ ଉଠିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀ ନଗରୀର ଏଭଳି କିଛି ସ୍ଥାନ ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଦିଲ୍ଲୀକୁ ସାଧାରଣତଃ ବିଭିନ୍ନ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସହର ହିସାବରେ ଜାଣିଥିବେ ମାତ୍ର ଏହି ସୁନ୍ଦରତା ମଧ୍ୟରେ ଲୁଚି ରହିଥିବା ରହସ୍ୟକୁ ଜାଣିଲେ ଆପଣ ହୋଇଯିବେ ଚକିତ ।

ଦିଲ୍ଲୀ କୈଟ୍

ଦିଲ୍ଲୀର ଏହି ଅଂଚଳକୁ ସବୁଠାରୁ ସୁରକ୍ଷିତ ଅଂଚଳ ବୋଲି କୁହାଯାଇଥାଏ । ମାତ୍ର ଅନ୍ଧକାର ରାତିରେ ଏହି ସ୍ଥାନକୁ ଯିବା ପାଇଁ କେହି ବି ସାହସ କରି ନଥାନ୍ତି । ତେବେ କୁହାଯାଏ, ଅନ୍ଧକାର ରାତିରେ ଏହି ସ୍ଥାନରେ ଜଣେ ସବୁଜ ରଙ୍ଗର ଶାଢୀ ପିନ୍ଧା ବୟସ୍କା ମହିଳା ବୁଲୁଥାଏ ଆଉ ଏହି ରାସ୍ତାରେ ଯିଏ ବି ଯାଏ ତାକୁ ବହୁତ ହଇରାଣ ମଧ୍ୟ କରିଥାଏ ।

ଲୋଥିୟନ ସେମେଟ୍ରି

Lothian-Cemeteryଲୋଥିୟନ ସେମେଟ୍ରି ସାଧାରଣତଃ ଇସଲାମିକ ସଂପ୍ରଦାୟଙ୍କ କବରସ୍ଥାନ । ଯେଉଁଠାରେ ଭୂତଙ୍କୁ ନେଇ ଅନେକ ସବୁ କାହାଣୀ ସୃଷ୍ଟି ହୋଇଛି । ଏଠାରେ କଟା ମୁଣ୍ଡ ଭୂତ କାହାଣୀ ମଧ୍ୟ ସାମିଲ କରାଯାଇଛି । ଲୋକଙ୍କ କହିବାନୁସାରେ, ଏଠାରେ ଏକ ସିପାହୀର ଭୂତ ବା ଆତ୍ମା ଚଳପ୍ରଚଳ କରୁଛି । କୁହାଯାଏ, ସିପାହୀଟିର ପ୍ରେମିକା ତାକୁ ପ୍ରତାରଣା କରିବାଦ୍ୱାରା ସେ ନିଜ ଗଳା କାଟି ଆତ୍ମହତ୍ୟା କରିଥିଲା । ଆଉ ଏବେ ତାର ଅତୃପ୍ତ ଆତ୍ମା ସେହି ଜାଗାରେ ଘୂରି ବୁଲୁଛି ।

ଖୁନୀ ଦରବାଜା

khooni-darwazaଏହାର ନାଁ ଶୁଣିଲେ ଯେତିକି ଭୟ ଲାଗୁଛି ବାସ୍ତବରେ ମଧ୍ୟ ଏହାର ସତ୍ୟତା ଶୁଣିଲେ ମଧ୍ୟ ଆପଣ ଭୟଭୀତ ହୋଇଯିବେ । କାରଣ ଏହା ଇତିହାସରେ ମଧ୍ୟ ସ୍ଥାନ ପାଇଛି । ଶୁଣିବାକୁ ମିଳିଛି, ଏଠାରେ ବହାଦୂର ଶାହ ଜଫରଙ୍କ ତିନି ପୁଅଙ୍କୁ ଇଂରେଜମାନେ ଗୁଳି କରି ହତ୍ୟା କରିଦେଇଥିଲେ । ଆଉ ଆଜି ମଧ୍ୟ ସେମାନଙ୍କ ଅତୃପ୍ତ ଆତ୍ମା ପ୍ରତିଶୋଧ ପାଇଁ ଘୂରି ବୁଲିବା ସହ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି ।

ହାଉସ୍ ନଂ ଡବ୍ୟୁ-୩

houseଲୋକଙ୍କ କହିବା କଥା ହେଲା ଦିଲ୍ଲୀର ଗ୍ରେଟର କୈଳାସ-୧ ସ୍ଥିତ ଏହି ଘରେ ମଧ୍ୟରାତ୍ରରେ କାହାର କାନ୍ଦିବା ଏବଂ ଚିକ୍ରାର ଆଦି ଶଦ୍ଧ ଶୁଣିବାକୁ ମିଳିଥାଏ । ତେବେ କୁହାଯାଏ, ଏହି ଘରେ ବୃଦ୍ଧା ଦଂପତିଙ୍କୁ କେହି ଅତି ଆମାନୁସିକ ଭାବରେ ହତ୍ୟା କରି ଦେଇଥିଲା ଆଉ ଯାହାଙ୍କ ଆତ୍ମା ଏବେ ମଧ୍ୟ ସେହି ଘରେ ଘୂରି ବୁଲୁଛି ।

ଖୁନୀ ନଦୀ

rohini-river

ରୋହିଣୀ ଅଂଚଳରେ ବହି ଯାଇଥିବା ଏହି ନଦୀ ସଂପର୍କରେ ଶୁଣିବାରୁ ମିଳିଛି ଯେ, ଯିଏ ବି ଏହି ନଦୀ ପାର ହେବାକୁ ଚେଷ୍ଟା କରେ ତାର ମୃତ୍ୟୁ ନିଶ୍ଚିତ । ଯଦିଓ ଏଠାରେ ଅଧିକାଂଶ ଲୋକ ଆତ୍ମହତ୍ୟା କରିଥିବାର ଖବର ଶୁଣିବାକୁ ମିଳିଛି ।