କାହିଁକି ଟିଭି ସ୍କ୍ରିନରେ ନଜର ଆସିଥାଏ ଏହି ସଂଖ୍ୟା? ଜାଣନ୍ତୁ ଏହାର ରହସ୍ୟ

61

ସାଧାରଣତଃ ଟିଭି ତ ସମସ୍ତେ ଦେଖନ୍ତି । କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ଯେତେବେଳେ ଆପଣ କୌଣସି ଚ୍ୟାନେଲ ବଦଳଉଛନ୍ତି ସେତେବେଳେ ଟିଭି ସ୍କ୍ରିନରେ କିଛି ନମ୍ବର୍ସ ବା ସଂଖ୍ୟା ନଜର ଆସିଥାଏ । ତେବେ ଏହି ସଂଖ୍ୟାଗୁଡିକ ବିନା କାରଣରେ ନଜର ଆସି ନଥାଏ । ଏହା ପଛରେ ମଧ୍ୟ କୌଣସି ବଡ କାରଣ ଲୁଚି ରହିଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଏହି ସଂଖ୍ୟାଗୁଡିକ ଏକ ମାର୍କ ବା ସଂକେତ ଭଳି କାମ କରିଥାଏ । ଯଦି ଆପଣ ଟିଭିରେ କିଛି ରେକର୍ଡ କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ଏହାର ସଂକେତ ସିଧାସଳଖ ଉକ୍ତ ଚ୍ୟାନେଲ ନିକଟକୁ ଚାଲିଯାଇଥାଏ । ଖାଲି ସେତିକି ନୁହେଁ ଯଦି ଆପଣ କୌଣସି ଭିଡିଓକୁ ରେକର୍ଡ କରି ବି ଦେଇଛନ୍ତି ତେବେ ଆପଣ ଏହି ରେକଡିଂକୁ ଇଂଟରନେଟ୍ କିମ୍ବା ଅନ୍ୟ କୌଣସି ସାଇଟରେ ଡିସପ୍ଲେ କରି ପାରିବେ ନାହିଁ । କାରଣ ଡିସପ୍ଲେ କରିବା ସମୟରେ ଆପଣଙ୍କୁ ଅନୁମତିର ଆବଶ୍ୟକତା ପଡିଥାଏ ।

ଏହି ଯେଉଁ ସଂଖ୍ୟା ଆପଣଙ୍କ ସ୍କ୍ରିନରେ ଆସିଥାଏ ଏହା ଏକ ଆଂଟି ପାଇରେସି ପ୍ରୋସେସ୍ ଭଳି କାମ କରିଥାଏ । ଏହାଦ୍ୱାରା ଯଦି କେହି ବା କେଉଁଠାରେ ବି କୌଣସି ଟିଭିରୁ ରେକଡିଂ କରୁଥାଏ ତେବେ ଏହାର ସଂକେତ ଉକ୍ତ ଚ୍ୟାନେଲ ନିକଟକୁ ସଙ୍ଗେ ସଙ୍ଗେ ଚାଲିଯାଇ ଥାଏ । ତେବେ ଏସମସ୍ତ ନମ୍ବର ସ୍ଥାନ ବା ଜାଗା ଅନୁସାରେ ଟିଭି ସ୍କ୍ରିନରେ ଫ୍ଲାକ୍ସ ହୋଇଥାଏ ଯାହାଦ୍ୱାରା ଚ୍ୟାନେଲଟି ସବୁପ୍ରକାର ମାନକଗୁଡକ ଉପରେ ଧ୍ୟାନ ରଖିବାରେ ସକ୍ଷମ ହୋଇଥାଏ । ଏଥିସହ ଏହି ନମ୍ବରକୁ ଚ୍ୟାନେଲ ଏଗ୍ଲୋରିଦମ ଜରିଆରେ ଜେନେରେଟ୍ କରାଯାଇଥାଏ ।

ଏହି ନମ୍ବର କୌଣସି ବି ଶୋ’ର ଭିଡିଓଗୁଡିକ ମଧ୍ୟରେ ଏକ ରାଣ୍ଡମ ତରିକାରେ ରିଫ୍ଲେକ୍ଟ ହୋଇଥାଏ । ଯାହାଦ୍ୱାରା କି ଏହି ଭିଡିଓଗୁଡିକୁ ଅନ୍ୟ କେହି ବ୍ୟବହାର କିମ୍ବା କପି କରି ପାରିବେ ନାହିଁ । ଏହାସତ୍ୱେ ଯଦି ବି କେହି ଏପରି କରିବାକୁ ପ୍ରୟାସ କରେ ତେବେ ଏହି ନମ୍ବର ସେହି ରେକଡିଂକୁ ଚାଲି ଯାଇଥାଏ । ଯାହାଦ୍ୱାରା ସହଜରେ ଜଣାପଡି ଯାଇଥାଏ କି କେଉଁ ସ୍ଥାନରେ ଟିଭିର ସିରିୟଲ ଏବଂ ଶୋ’କୁ କପି କରାଯାଇଛି ।